ନିଦ ଆସିବାରେ ସମସ୍ୟା ହେଉଛି କି ତ ଦାବନ୍ତୁ ହାତର ଏହି ପଏନ୍ଟକୁ, ତା ପରେ ଦେଖନ୍ତୁ କମାଲ

ଆଜିକାଲି ଜୀବନରେ ନିଦ ନ ଆସିବା କିମ୍ବା ଅନିଦ୍ରାର ସମସ୍ୟା ଏକ ସାଧାରଣ କଥା ହୋଇ ଯାଇଛି । କିଛି ଲୋକମାନେ ରାତିରେ ନିଦ ନ ଆସିବାରୁ ରାତିରେ ନିଦ ଔଷଧ ବି ଖାଇ ଶୋଇ ଯାଆନ୍ତି, ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ରାତିରେ ଭଲ ନିଦ ଆସିବା ପାଇଁ କିଛି ଏମିତି ଆକ୍ୟୁପ୍ରେସର ପଏଣ୍ଟ ବିଷୟରେ କହିବାକୁ ଯାଉଛୁ ଯାହାର ସାହାର୍ଯ୍ୟରେ ଆପଣଙ୍କୁ ଭଲ ନିଦ ଆସିବ ।

ଏହା ଅଟେ ଅନିଦ୍ରାର ଲକ୍ଷଣ

ଯେଉଁ ବ୍ୟକ୍ତିମାନେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁଥାନ୍ତି ଓ ତାଙ୍କୁ ଶୋଇବାରେ ବହୁତ କଷ୍ଟ ହୋଇଥାଏ ତେବେ ସେହି ଲୋକମାନେ ଅନିଦ୍ରାର ଶିକାର ହୋଇଥାନ୍ତି । ଆପଣଙ୍କୁ କହିଦେଉଛୁ କି ଅନିଦ୍ରାର ରୋଗ ମାନସିକ ଚିନ୍ତା, ଖରାପ ବାତାବରଣ ଓ ଅଧିକ ମାତ୍ରାରେ ଶରୀରକୁ କ୍ୟାଫିନ ଯିବା ଦ୍ଵାରା ବି ହୋଇଥାଏ । ଏହା ଛଡା ଯେଉଁ ଲୋକମାନେ ଅଧିକ ନିଶା କରନ୍ତି କିମ୍ବା ଅଧିକ ରାତିରେ ଅଧିକ ଖାଦ୍ୟ ସେବନ କରନ୍ତି ସେମାନେ ଅନିଦ୍ରାର ଶିକାର ହୋଇ ପାରନ୍ତି ।

ଏହା ଛଡା ଆଜିକାଲି କାମ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଖରେ ଏତେ କାମ ରହିଥାଏ କି ସେମାନେ ଭୁଲି ଯାନ୍ତି କି ଏକ ଭଲ ସ୍ୱାସ୍ଥ୍ୟ ପାଇଁ ଶୋଇବା ସେତିକି ଦରକାର ଯେତିକି କାମ କରିବା । ପୁରା ଦିନର କ୍ଳାନ୍ତକୁ ରାତିରେ ଶୋଇବା ଦ୍ଵାରା ହିଁ ଦୂର କରାଯାଇ ପାରିବ । ସାଧାରଣତଃ ଅନିଦ୍ରାର ଶିକାର ଲୋକମାନଙ୍କ ଆଖି ଲାଲ ରହିଥାଏ ଓ ସବୁବେଳେ ନିଦରେ ଆଖି ଭରି ରହିଥାଏ । ଏହା ଛଡା ସେମାନଙ୍କ ମନ କାମରେ ବି ଲାଗି ନ ଥାଏ ।

ଏମିତି ଦୂର କରନ୍ତୁ ଅନିଦ୍ରାର ସମସ୍ୟା

ଅନିଦ୍ରାର ସମସ୍ୟାକୁ ଦୂର କରିବା ପାଇଁ ଆପଣ କିଛି ଆକ୍ୟୁପ୍ରେସରର ପ୍ରୟୋଗ କରି ପାରିବେ ଯାହାକି ଆପଣଙ୍କୁ ଭଲ ନିଦ ଆସିବାରେ ସାହାର୍ଯ୍ୟ କରିବ । ଅନିଦ୍ରାରେ ପୀଡିତ ବ୍ୟକ୍ତିମାନଙ୍କୁ ପ୍ରଥମେ ନିଜର ନିଦକୁ ପୁରା କରିବା ଉଚିତ । ଏଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ କି ଆପଣ ରାତିରେ ଜଲ୍ଦି ଶୋଇବାକୁ ଯାଆନ୍ତୁ ଓ ସକାଳୁ ଜଲ୍ଦି ଉଠି ଅଳ୍ପ ଏକ୍ସରସାଇଜ କରିବା ପରେ ଅଳ୍ପ ସମୟ ଖାଲି ପାଦରେ ଘାସ ଉପରେ ଚାଲନ୍ତୁ ।

ଏହା ଛଡା ରାତିରେ ଶୋଇବା ପୂର୍ବରୁ କିଛି ସମୟ ପାଇଁ ନିଜର ହାତର ମଧ୍ୟ ବିନ୍ଦୁକୁ କିଛି ସମୟ ପାଇଁ ଆକ୍ୟୁ ପ୍ରେସର କରନ୍ତୁ । ଏହା ସହିତ ନିଜ ଗୋଡର ଗୋଇଠି ଓ କାନ୍ଧରୁ ଛାତି ମଧ୍ୟରେ ବି ଆକ୍ୟୁ ପ୍ରେସର କରିବା ଦ୍ଵାରା ଜଲ୍ଦି ନିଜ ଆସିଥାଏ । ଏହି ଆକ୍ୟୁ ପ୍ରେସରର ପ୍ରଭାବ ଏତେ ଅଧିକ ହୋଇଥାଏ କି ଥରେ ନିଦ ଆସିବା ପରେ ଆପଣଙ୍କ ନିଦ ସିଧା ସକାଳେ ଖୋଲିଥାଏ ।