Navratri 2020- ନବରାତ୍ରିରେ ଏହି 10 କାମ ନିଶ୍ଚୟ କରନ୍ତୁ, ପୁରା ବର୍ଷ ରହିବ ମା ଦୂର୍ଗାଙ୍କ କୃପା

ହିନ୍ଦୁ ଧର୍ମରେ ସବୁ ପୂଜା ପର୍ବର ସ୍ଵତନ୍ତ୍ର ମହତ୍ୱ ରହିଛି । ତନ୍ମଧ୍ୟରୁ ନବରାତ୍ରି ଅନ୍ୟତମ । ବର୍ଷରେ ଦୁଇଟି ନବରାତ୍ରି ଆସିଥାଏ । ଗୋଟିଏ ଚୈତ୍ର ମାସରେ ଓ ଦ୍ୱିତୀୟଟି ଶାରଦୀୟ ନବରାତ୍ରି । ଚଳିତ ବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ଯାଏ ରହିବ । ନବରାତ୍ରି ସମୟରେ ମା ଦୁର୍ଗାଙ୍କ ୯ ଟି ଅଲଗା ଅଲଗା ସ୍ୱରୂପ ର ପୂଜା କରାଯାଏ । ଏହି ସମୟରେ କିଛି ନିୟମ ପାଳନ କରା ଯାଇଥାଏ ଓ କିଛି କାର୍ଯ୍ୟ କରିବାକୁ ବାରଣ ହୋଇଥାଏ । ଆସନ୍ତୁ ଦେଖିବା…

ଆପଣ ବ୍ରତ ରଖନ୍ତୁ କି ନା ରଖନ୍ତୁ କିନ୍ତୁ ନବରାତ୍ରି ସମୟରେ ଆମିଷ ଭୋଜନ କରିବା ବାରଣ ଅଟେ । ଏହି ୯ ଦିନ ନିରାମିଷ ଓ ହାଲୁକା ଭୋଜନ କରନ୍ତୁ । ଏହି ସମୟରେ ପିଆଜ ଓ ରସୁଣ ଖାଇବା ମଧ୍ୟ ସମ୍ପୂର୍ଣ୍ଣ ମନା ଅଟେ । ଖାଦ୍ୟରେ ସାଧାରଣ ଲୁଣର ମଧ୍ୟ ବ୍ୟବହାର ନ କରି ସନ୍ଧବ ଲୁଣ ବ୍ୟବହାର କରିବା ଉଚିତ୍ ।

ଯଦି ଆପଣ ବ୍ରତ ରଖିଛନ୍ତି ତେବେ ସନ୍ଧ୍ୟାରେ ବ୍ରତ ଭାଙ୍ଗିବା ସମୟରେ ମଧ୍ୟ ଫଳ ମୂଳାଦି ହାଲୁକା ଖାଦ୍ୟ ଭୋଜନ କରନ୍ତୁ । ଏହା ଶରୀରର ପାଚନପ୍ରକ୍ରିୟା କୁ ଠିକ୍ ରଖିବା ସହ ବ୍ରତ ର ମଧ୍ୟ ଫଳ ପ୍ରଦାନ କରିବାରେ ସହାୟକ ହେବ ।

ନବରାତ୍ରି ସମୟରେ ଚୁଟି ଓ ନିଶ ଦାଢ଼ି ଆଦି କାଟିବା ବାରଣ ଅଟେ । ନବରାତ୍ରି ପୂର୍ବରୁ କିମ୍ବା ପରେ କାଟନ୍ତୁ କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟ ଏହା କରନ୍ତୁ ନାହିଁ । ଏହା ଦ୍ବାରା ମା ଦୁର୍ଗା ଅସନ୍ତୁଷ୍ଟ ହୁଅନ୍ତି ।

ଶୁଚି ମନରେ ନବରାତ୍ରି ବ୍ରତ କରନ୍ତୁ । ଏହି ସମୟରେ ମନରେ କୌଣସି ନକରାତ୍ମକ ଚିନ୍ତା ଭାବନା ରଖନ୍ତୁ ନାହିଁ । ମା ଙ୍କ ପୂଜା ଓ ଭଜନ କୀର୍ତ୍ତନ ରେ ସମୟ ଅତିବାହିତ କରନ୍ତୁ ।

ନବରାତ୍ରି ରେ ୯ ଦିନ ବ୍ରତ ରଖୁଥିଲେ ଖଟ ଓ ଚୌକିରେ ମଧ୍ୟ ବସନ୍ତୁ ନାହିଁ । ଦିନରେ ମଧ୍ୟ ଶୁଅନ୍ତୁ ନାହିଁ । ରାତ୍ରିରେ ମା ଙ୍କୁ ଯେଉଁଠି ସ୍ଥାପିତ କରା ଯାଇଛି ସେହି ପାଖ ଭୂମିରେ ଶୟନ କରନ୍ତୁ ।

 

ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଇଛନ୍ତି ତେବେ ଘରକୁ କେବେ ଛାଡି ଯାଆନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ଘର ର ଅନ୍ୟ ସଦସ୍ୟଙ୍କୁ ମା ଙ୍କ ପାଖରେ ବସାଇ ଯାଆନ୍ତୁ । ଆଉ ଏହି ଦୀପ ଗାଈ ଘିଅ ରେ ଜଳାଇଲେ ମାତା ଅଧିକ ପ୍ରସନ୍ନ ହୁଅନ୍ତି ।

୯ ଦିନ ର ବ୍ରତ ରଖିବା ସମୟରେ ମଇଳା ଓ ଅଧୁଆ ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଆଉ ମଧ୍ୟ ବେଲ୍ଟ, ଚପଲ, ଜୋତା ଓ ବ୍ୟାଗ୍ ଆଦି ଚମଡା ଜିନିଷ ବ୍ୟବହାର କରନ୍ତୁ ନାହିଁ ।

୯ ଦିନ ସମ୍ପୂର୍ଣ ଶ୍ରଦ୍ଧାର ସହ ମା ଙ୍କ ର ଶୃଙ୍ଗାର କରନ୍ତୁ । ମା ଙ୍କୁ ନୂଆ ଓଢଣୀ ଓ ଅଲଗା ଅଲଗା ଫୁଲ ମାଳା ଚଢ଼ାନ୍ତୁ ।

ନବରାତ୍ରି ର ଅଷ୍ଟମ ଦିନ ବିଶେଷ ପୂଜାର ଆୟୋଜନ କରାଯାଏ । ଏଥିପାଇଁ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରନ୍ତୁ ଅବା ନିଜେ ମଧ୍ୟ ମାତା ସ୍ତୋତ୍ର ପାଠ ଓ ଧ୍ୟାନ କରି ପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।