ଟୁଙ୍ଗୁରୁ ଭୋଳଙ୍କ ନାଁ ଏବେ ସାରା ଓଡିଶାରେ ଚର୍ଚ୍ଚାରେ ରହିଛି । ଯୁଆଡେ ଦେଖିବ ସେଆଡେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭାଉଜଙ୍କ ମାମଲାକୁ ନେଇ ଚର୍ଚ୍ଚା କରୁଛନ୍ତି । କେବଳ ସେତିକି ନୁହେଁ ବରଂ ଅନେକ ମ୍ୟୁଜିକ ସଂସ୍ଥା ସବୁ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଆଫେୟାରକୁ ନେଇ ଗୀତ ମଧ୍ୟ ରିଲିଜ କରି ସାରିଲେଣି । ଯାହା ଶୁଣିବାକୁ ଖୁବ ମଜାଳିଆ ଲାଗୁଛି । ବର୍ଷା ଯେତେବେଳେ ହାତରେ ଫୁଲମାଳ, ଶଙ୍ଖା, ସିନ୍ଦୁର ଓ ଗୋଲାପ ଫୁଲ ଧରି ଭରତପୁର ଥାନାରେ ଯାଇ ଟୁଙ୍ଗୁରୁ ଭୋଳ ନାଁରେ ଅଭିଯୋଗ ଆଣିଲେ ।

ଆଉ ତାକୁ ବିବାହ କରିବା ପାଇଁ ଜିଦ୍ ଧରି ବସିଲେ ସେତେବେଳେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ମାମଲା ସାମ୍ନାକୁ ଆସିଲା । ତା’ ପରଠୁ ଏହି ମାମଲା ଘରେ ଘରେ ଚର୍ଚ୍ଚାର ବିଷୟ ସାଜିଛି । ସେହି ବିଷୟରେ ଟୁଙ୍ଗୁରୁଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ବର୍ତ୍ତମାନ ସେ ବାହାରକୁ ଯୁଆଡେ ବି ଗଲେ ଲୋକେ ତାଙ୍କ ସେଲଫି ନେବା ପାଇଁ କହୁଛନ୍ତି । ତାଙ୍କ ନାଁରେ ଯେଉଁ ସବୁ ଗୀତ ବାହାରିଛି ସେସବୁ ମଧ୍ୟ ତାଙ୍କୁ ଶୁଣାଉଛନ୍ତି ।
ବାଟ ଘାଟରେ ଚାଲିକି ହେଉ କିମ୍ବା ଅଟୋରେ ଗଲେ ମଧ୍ୟ ଲୋକ ତାଙ୍କୁ ଅନାଉଛନ୍ତି । ଏହି ଘଟଣା ପରେ ସେ ଏକଦମ ଭାଇରାଲ ହୋଇ ପପୁଲାର ହୋଇ ଯାଇଛନ୍ତି ବୋଲି କହୁଛନ୍ତି । ତେବେ ଏହି ଘଟଣାରୁ ସେ ଶିକ୍ଷା କରିଛନ୍ତି ଏବଂ ଯୁବପିଢିଙ୍କୁ ମଧ୍ୟ ସେ ସତର୍କ ହେବା ପାଇଁ କହିଛନ୍ତି । ଏମିତି କାହା ଜାଲରେ ଫସିବା ଆଗରୁ ସତର୍କ ରୁହନ୍ତୁ ବୋଲି ସେ କହୁଛନ୍ତି ।
ସ୍ତ୍ରୀ ଲୋକମାନଙ୍କୁ ଓ ଝିଅମାନଙ୍କୁ ମଧ୍ୟ କହିଛନ୍ତି କାହାକୁ ଏମିତି ନ ଫସେଇବା ପାଇଁ । ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖିଲେ କହୁଛନ୍ତି, ଟୁଙ୍ଗୁରୁ ବର୍ଷାଙ୍କୁ ଅଟୋରେ ନେଇକି କଣ ଏମିତି କଲୁ ଯେ ଏବେ ଚାରିଆଡେ ଭାଇରାଲ ହେଉଛୁ । ସେ ଆଗକୁ ଏପରି ଆଉ କରିବେ ନାହିଁ । କିଛି ବି କରିବା ଆଗରୁ ଭାବିଚିନ୍ତି ସତର୍କ ହେବେ ବୋଲି କହିଛନ୍ତି ।

ତାଙ୍କ ନାଁରେ ଯେହେତୁ ଏତେ ଗୀତ ସବୁ ବାହାରିଲାଣି ତେଣୁ ଆଗକୁ ଯଦି କେହି ତାଙ୍କୁ ଅଭିନୟ ପାଇଁ ସୁଯୋଗ ଦିଏ ତେବେ ସେ କେବେ ବି ମନା କରିବେ ନାହିଁ ବୋଲି କହିଛନ୍ତି । ତେବେ ଟୁଙ୍ଗୁରୁ ଭୋଳଙ୍କ କଥା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।