“ମୁଁ ମାନୁଛି ମୁଁ ନିଶା ଖାଏ ..ଆଉ ମୁଁ ରାତି ଅଭିନୟକୁ ଭଲ ପାଏ ..ମଞ୍ଚରୁ ଓଲ୍ହେଇ ସରିଲା ପରେ ନର୍ମାଲ ଜୀବନ ବଞ୍ଚେ” Piyush Tripathy

ନମସ୍କାର ବନ୍ଧୁଗଣ । ଆପଣ ମାନେ ଯାତ୍ରା ଜଗତର ଖଳନାୟକ ପୀୟୂଷ ତ୍ରିପାଠୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନାୟକ ଅପେକ୍ଷା ଖଳନାୟକ ଭୂମିକାରେ ବେସ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିଣି ପାରିଛନ୍ତି । ସେ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି । ପୀୟୂଷ ନିଜର ଅଭିନୟ କୁ ନେଇ ଗଣମାଧ୍ୟମ ରେ ନିଜର ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ।

ଅଭିନେତା ପୀୟୂଷ ତ୍ରିପାଠୀ କହିଛନ୍ତି ଯେ “ରାଣୀ ପଣ୍ଡା ମୋ ସାଙ୍ଗ । ଆଇଟମ ଗାର୍ଲ ଙ୍କୁ ନେଇ କେବେ ବି ଯାତ୍ରା ମଞ୍ଚ ଖରାପ ହୁଏ ନାହିଁ । ଆମେ ଦେଖୁଚୁ ଯେବେ ତାଙ୍କ ନାଁ ଡକା ହେଉଛି ଲୋକ ଆସୁଛନ୍ତି । ଅନ୍ୟ ସମୟରେ ଲୋକେ ଆସୁ ନାହାନ୍ତି । ବାସ ଡ୍ରେସ ସେନ୍ସ ସମସ୍ୟାର କାରଣ ହେଉଛି । ରାଣୀ ତ ବୁଝି ସାରିଛି ଓ ନିଶା ମ୍ୟାଡମ ମଧ୍ୟ ବୁଝି ସାରିଛନ୍ତି । ନିହାତି ଓପନ ମାଇଣ୍ଡେଡ ହେବାକୁ ହେବ ।

ନ ହେଲେ ବଞ୍ଚିବା କଷ୍ଟ । ରାଣୀ ର କଷ୍ଟ ତାର । ସେଥିପାଇଁ ସେ ସୋସିଆଲ ମିଡିଆରେ ଖରାପ ଭାଷା କହି ଦିଏ । ରାଣୀ ଯେତିକି ଓପନ ମାଇଣ୍ଡର ପିଲା ଆମେ ସେତା ହୋଇପାରିବୁ ନାହିଁ । ସେ ହୃଦୟରୁ ଭଲ ମାରାତ୍ମକ ନୁହେଁ । ସେ ମୋତେ ସାଙ୍ଗ ଭଳି ସହଯୋଗ କରେ । ରିହଲସେଲ ରେ ସେ ମୋ ସହ ଆସେ ଖରାପ ଭାଷା କହି ସୋଧେ । ମୁଁ ମାନୁଛି ମୁଁ ନିଶା ଖାଏ ।

ଆଉ ମୁଁ ରାତି ଅଭିନୟକୁ ବହୁତ ଭଲ ପାଏ । ମଞ୍ଚ ରୁ ଓଲହାଇବା ପରେ ନରମାଲ ଜୀବନ ମୁଁ ବଞ୍ଚେ । ରାତି 11ଟା ପରେ ଅଭିନୟ ଜଗତକୁ ପସିବାକୁ ପସନ୍ଦ କରେ । ନିଶା ଖାଇ ମୁଁ ମେକପ ହୋଇ କାମ ଆରମ୍ଭ କରେ । ମେକପ ପରେ ନରମାଲ ଲାଇଫ ବଞ୍ଚେ । ମୁ ଟାଟୁ କରିବାକୁ ବହୁତ ଭଲ ପାଏ । ମହାପ୍ରଭୁ ଜଗନ୍ନାଥ ଙ୍କ ଟାଟୁ ଏଥିପାଇଁ କରିଛି ଯେ ମୁଁ ଖୁବ ମନିଦ୍ର ଯାଏ ।

କାରଣ ମୋ ପାଖରେ ଏତେ ସମୟ ନ ଥାଏ । ଯେବେ ଗୋଟେ ଅଜଣା ଲୋକ ଲାଇଫକୁ ଆସେ କଷ୍ଟ ହୁଏ କି ନାହିଁ ମୁଁ ଜାଣିନି । ଗୋଟେ ପତ୍ର ଉପରେ ପଥର ପଡିଗଲେ ଯେତେ ପବନ ଆସିଲେ ବି ସେ ଯାଇପାରେ ନାହିଁ । କେତେବେଳେ ପବନ ହୁଏ ସେତେବେଳେ ପତ୍ର ଟି ଉଡି ବହୁତ ଦୂରକୁ ପଳାଏ । ମୋ ବାହାଘର ମୋ ପାଇଁ ସେଯା ଥିଲା ।

ବୋଧ ହୁଏ ମୁଁ ପଥର ହୋଇ ଛାପି ହୋଇଥିଲି । ମୋ ଜୀବନ ଭିତରକୁ ମୋ ସ୍ତ୍ରୀ ଆସିବା ପରେ ସେ ପଥର ଉଡିଗଲା ଆଉ ମୁଁ ଉଡିବା ପାଇଁ ଆରମ୍ଭ କରିଲି । ଲାଇଫରେ ମଝିରେ ମଝିରେ ଚାଲେ । କିଏ କାହା ନାଁ ରେ ଯୋଡି ହୁଏ । ସେଟା ଦେଖିଲେ ଚାଲି ହେବନି” । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୀୟୂଷ ତ୍ରିପାଠୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।