ପ୍ରେମ ବହୁତ ହେଲା ଆଉ ଦରକାର ନାହିଁ । ମୁଁ ଏବେ ପ୍ରଭୁ ହନୁମାନଙ୍କ ଭକ୍ତ । ଯେତିକି ପ୍ରେମ କଲି ସେତିକି ନାମ ବି ନେଳି । ଏ ଜନ୍ମ କଣ ହଜାରେ କି ଲକ୍ଷେ ଜନ୍ମ ନେଲେ ବି ତାଙ୍କୁ ଆଉ କେବେ ପ୍ରେମ କରିପାରିବି ନାହିଁ । ଥରେ ପ୍ରେମ କରି ଏମିତି ବାଟବଣା ହେଲି ଯେ ଆଉ କେବେ କଣ ପ୍ରେମ କରିପାରିବି ! ଏମିତି କିଛି କଥା କହିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ବିଫଳ ପ୍ରେମ ଓ ବିବାହକୁ ନେଇ ନିଜ ଭାବନା ବଖାଣିଛନ୍ତି ଅନୁଭବ ।
ତାଙ୍କ କଥା ଶୁଣି ଏମିତି ଲାଗୁଛି ସେ ସତରେ ଆଉ କେବେବି ପ୍ରେମ କରିବେ ନାହିଁ । କାରଣ ପ୍ରେମର ସ୍ଵାଦ ସେ ଭଲକି ଚାଖି ସାରିଛନ୍ତି । ଆଉ ତାଙ୍କୁ ଏ ସ୍ଵାଦ ବିଲକୁଲ ବି ଭଲ ଲାଗିନି । ଆଉ ଅନୁଭବଙ୍କ ମୁହଁରୁ ଏଭଳି କଥା ଶୁଣି ତାଙ୍କ ସାଥିରେ ଥିବା ବନ୍ଧୁମାନେ କିନ୍ତୁ କହୁଛନ୍ତି ଏସବୁ ଅନୁଭବଙ୍କ ବାହାନା ବୋଲି । ତେବେ ଅନୁଭବଙ୍କ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ଲଣ୍ଡନ ର ।
ସେଠାରେ ଏକ ବ୍ରିଜରେ ତାଙ୍କ ଫିଲ୍ମ “ଲଭ ଇନ ଲଣ୍ଡନ’ ଚାଲିଥିବା ବେଳେ ବର୍ଷା କାରଣରୁ ଗୋଟେ ଜାଗାରେ ସମସ୍ତେ ଠିଆ ହୋଇଥିଲେ । ଏତିକି ବେଳେ ସେମାନଙ୍କ ମଧ୍ୟରେ ମଜାମସ୍ତି ଚାଲିଥିଲା । ଏତିକି ବେଳେ ଅନୁଭବ କହୁଛନ୍ତି ମୁଁ ଏବେ ଶ୍ରୀରାମ ଓ ହନୁମାନଙ୍କ ଭକ୍ତ । ମୋର ଆଉ ପ୍ରେମ ଦରକାର ନାହିଁ, ଯେତିକି ପ୍ରେମ କଲି ସେତିକି ନାମ ନେଲି ।
ଆଉ ଲଭ ସେତୁରେ ନୁହେଁ ବରଂ ରାମଙ୍କ ସେତୁରେ ଯିବି ବୋଲି ସଫା ସଫା କହିଛନ୍ତି ଅନୁଭବ । ତେବେ ଏସବୁ ଲଭ ଇନ ଲଣ୍ଡନର ଶୁଟିଙ୍ଗ ସେଟରେ ଦେଖିବାକୁ ମିଳିଛି । ତେବେ ଅନୁଭବ ଏଭଳି କହିବାର କାରଣ ତ ଆପଣ ଭଲଭାବେ ଜାଣିଥିବେ । ଦୀର୍ଘ ସମୟ ଧରି ପତ୍ନୀ ବର୍ଷା ପ୍ରିୟଦଶିନୀ ଓ ଅନୁଭବଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଯାହାକି ଏବେ ଯାଏଁ ବି ସମାଧାନ ହୋଇପାରୁନି ।
ବୈବାହିକ ସମ୍ବନ୍ଧରୁ ବିଚ୍ଛିନ୍ନ ହେବାକୁ ଚାହୁଁଥିବା ଅନୁଭବ କହୁଛନ୍ତି ମୁଁ ଏବେ ପ୍ରଭୁ ହନୁମାନଙ୍କ ଭକ୍ତ । ତେବେ ଅନୁଭବ ଆଉ କେବେ ପ୍ରେମରେ ପଡ଼ୁଛନ୍ତି କି ନାହିଁ ଏହା ତ କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।