ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଭୋଳଙ୍କ ପ୍ରେମ କାହାଣୀ କିଛିଦିନ ହେଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ବର୍ଷା ସାମ୍ନାକୁ ଆସି କ୍ଷମା ମାଗିବା ସହ ତାଙ୍କ ଖରାପ ଭିଡିଓ ଭାଇରାଲ କରିବା ବନ୍ଦ କରାଯାଉ ବୋଲି କହିଛନ୍ତି । ବର୍ଷା ଟୁଙ୍ଗୁରୁଙ୍କ ଠାରୁ ଧୋକା ପାଇଥିବାରୁ ଟୁଙ୍ଗୁରୁଙ୍କୁ ଦଣ୍ଡ ମିଳୁ ଓ ତାଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ବର୍ଷା ନିବେଦନ କରିଛନ୍ତି । ଉଭୟଙ୍କ ସମ୍ପର୍କ ଅଟୋରୁ ଆରମ୍ଭ ହୋଇଥିଲା ଓ ପରେ ନିବିଡ ହୋଇଥିଲା ।

କିନ୍ତୁ ଟୁଙ୍ଗୁରୁ ବର୍ଷାଙ୍କୁ ଧୋକା ଦେଇ ଆଉ କାହାକୁ ବିବାହ କରି ନେଇଥିବା ଜାଣିବା ପରେ ପ୍ରଥମେ ବର୍ଷା କ୍ୟାମେରା ସାମ୍ନାକୁ ଆସି ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଅଡି ବସିଥିଲେ । ସେ ଥାନାରେ ଫୁଲମାଳ, ସିନ୍ଦୂର, ଶଙ୍ଖା ଆଦି ଧରି ଟୁଙ୍ଗୁରୁଙ୍କୁ ଡକାଯାଉ ସେ ଆସିଲେ ତାଙ୍କୁ ବିବାହ କରିବେ ବୋଲି ଜିଦ୍ କରିଥିଲେ । ସେବେଠାରୁ ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ସାମ୍ନାକୁ ଆସିଥିଲା । ଟୁଙ୍ଗୁରୁ କିନ୍ତୁ ଗଣମାଧ୍ୟମ ସାମ୍ନାରେ ବର୍ଷାଙ୍କ କଥା ସବୁ ମିଥ୍ୟା ବୋଲି କହିବା ସହ ବର୍ଷା ତାଙ୍କୁ ଫସେଇ ଦେଇଥିବା କହିଥିଲେ ।
ହେଲେ ବର୍ଷା ପ୍ରମାଣ କରି ଦେଖାଇଥିଲେ ଯେ ଟୁଙ୍ଗୁରୁଙ୍କ ସହ ତାଙ୍କର ସମ୍ପର୍କ ଥିଲା ଓ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ଖୁବ ଭଲ ପାଉଥିଲା ବୋଲି । ଯାହାପରେ ଟୁଙ୍ଗୁରୁ ଖୁବ ରାଗି ଯାଇଥିଲେ । ଟୁଙ୍ଗୁରୁ ଏତେ ଭାଇରାଲ ହୋଇଥିଲେ ଯେ ତାଙ୍କ ନାଁରେ ଗୀତ ରିଲିଜ ହେବା ସହ ଅଭିନୟ କରିବାକୁ ମଧ୍ୟ ସୁଯୋଗ ପାଇଥିଲେ । ଏହାପରେ ବର୍ଷାଙ୍କୁ ମଧ୍ୟ ଅଭିନୟ ସୁଯୋଗ ମିଳିଥିଲା ।

ଅନ୍ୟପଟେ ବର୍ଷା ଓ ଟୁଙ୍ଗୁରୁଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ଓ ବ୍ୟଙ୍ଗ ଭିଡିଓ ସବୁ ବନାଯାଉଛି । ତେବେ ଲୋକଙ୍କ ପ୍ରତିବାଦ ପରେ ବର୍ଷା ଓ ଟୁଙ୍ଗୁରୁଙ୍କ ଅଭିନୟ କ୍ଯାରିୟର ଶେଷ ହେବା ସହ ଏବେ ସାମ୍ନାକୁ ଆସି ହାତ ଯୋଡିଛନ୍ତି ନିଜେ ବର୍ଷା ଭୋଳ । ସେ କହିଛନ୍ତି କି ତାଙ୍କର ଭୁଲ ହୋଇଛି ତେଣୁ ସମସ୍ତେ ତାଙ୍କୁ କ୍ଷମା କରନ୍ତୁ । ଆଉ ଦୟାକରି ତାଙ୍କୁ ଓ ଟୁଙ୍ଗୁରୁଙ୍କୁ ନେଇ ଯେଉଁ ଖରାପ ଭିଡିଓ ସବୁ ପୋଷ୍ଟ କରାଯାଉଛି ସେସବୁ ବନ୍ଦ କରାଯାଉ ବୋଲି ଅନୁରୋଧ କରିଛନ୍ତି ।
ବର୍ଷା କହିଛନ୍ତି କି ଯଦି ତାଙ୍କର ଶୁଟିଙ୍ଗ ବନ୍ଦ କରେଇ ଦିଆଗଲା ତେବେ ଖରାପ ଭିଡିଓ ମଧ୍ୟ ବନ୍ଦ କରାଯାଉ । ଏନେଇ ବର୍ଷା ଓଡିଶାର ବାପା ଭାଇ ଓ ସରକାରଙ୍କୁ ନିବେଦନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।