ଭିକ ମାଗୁଥିଲି ସିନା ଶାନ୍ତିରେ ସୋଇ ପାରୁଥିଲି । ହେଲେ ଯେଉଁ ଦିନ ଠାରୁ ମୁଁ ଗୀତ ବୋଲି ଭାଇରାଲ ହେବା ଆରମ୍ଭ କରିଲି ସେଇ ଦିନ ଠାରୁ ମୁଁ ଶାନ୍ତିରେ ରହି ପାରୁନି । ମୁଁ ତାଙ୍କୁ ବିଶ୍ଵାସ କରିଥିଲି ଯିଏ ମୋ ହାତ ଧରି ସାହାର୍ଯ୍ୟ କରିଥିଲେ ମୋତେ ଭାଇରାଲ କରି ଦେଲା । ସେ ହିନ ମୋର ଟଙ୍କା ପଇସା ରଖି ଦେଉଛି । ହଁ ଦର୍ଶକ ବନ୍ଧୁ ଆଜି ଭାଇରାଲ ସିଙ୍ଗର ସସ୍ମିତା କିଛି ଏଭଳି ଆଣିବା ପରେ ପୁଣି ଦେଖିବାକୁ ମିଳିଛି ତାଙ୍କୁ ସାହାର୍ଯ୍ୟ କରିଥିବା ରାହୁଲ ଆଜି କାନ୍ଦି ପକାଇଛନ୍ତି ।
ତେବେ କିଏ କହୁଛି ସତ କିଏ ମିଛ କହୁଛି ଦୁହିଙ୍କ ଆଖି ରେ ଲୁହ ଦେଖିବାକୁ ମିଳିଛି । ସସ୍ମିତା କାନ୍ଦି କାନ୍ଦି କହୁଛନ୍ତି ମୋତେ ସାହାର୍ଯ୍ୟ କରିଛ ବୋଲି କଣ ମୁଁ ମଣିଷ ନୁହେଁ । ରାତି ଅଧରେ ମୋତେ ଡାକି ନେଇ ଗୀତ ରେକର୍ଡ କରୁଛ ମୁଁ ଆଉ ସହି ପାରୁନି । ମୋ ଦେହକୁ ଟିକେ ରେଷ୍ଟ ମିଳୁନି । ମୁଁ ଗରିବ ହେଲେ କଣ ହେଲା ମୋତେ ବି ଟିକେ ରେଷ୍ଟ ଦରକାର ।
ସାରା ଓଡିଶାରେ ଏବେ ଗୋଟେ ଚର୍ଚ୍ଚା ହେଉଛି କି ଦିନେ ରାନୁ ମଣ୍ଡଳ ଙ୍କୁ ଯେଉଁ ୟୁଟ୍ଯୂବର ସାହାର୍ଯ୍ୟ କରିଥିଲେ ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ନିନ୍ଦା କରିଥିଲେ । ଠିକ ସେଭଳି ରାହୁଲ ଓ ସସ୍ମିତା ଙ୍କ ମଧ୍ୟରେ କିଛି ଏମିତି ହେବାର ଲୋକେ ଏବେ ଚର୍ଚ୍ଚା କରିଲେଣି । ଲୋକେ କହୁଛନ୍ତି ସସ୍ମିତା ପୁଣି ଥରେ ଭିକ ମାଗିବାକୁ ଚାଲିଯିବେ ।
ଭିକ ମାଗୁଥିବା ଯିଏ ସସ୍ମିତାଙ୍କୁ ସାହାର୍ଯ୍ୟ କରିଥିଲେ ତାକୁ ସେ ନିନ୍ଦା କରୁଛନ୍ତି । ତେବେ ଏ କଥା କେତେ ସତ ତାହା ସମୟ ଆସିଲେ ଜଣା ପଡିବ । ସସ୍ମିତା କହୁଛନ୍ତି ଜଣେ କଣ ସାହାର୍ଯ୍ୟ କରିଛି ବୋଲି ସେ ଯାହା କହିବ ମୁଁ ତାହା କରିବି । ଆଉ ସେଥିପାଇଁ ସେ ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ କରିଛନ୍ତି ଯେ ରାହୁଲ ତାଙ୍କୁ ସାହାର୍ଯ୍ୟ କରିଛନ୍ତି ସତ କିନ୍ତୁ ତାଙ୍କର ଟଙ୍କା ପଇସା ସବୁ ରଖି ଦେଉଛନ୍ତି ।
ଆଉ କହୁଛନ୍ତି ଅନ୍ୟ ଷ୍ଟୂଡିଓ ରେ ଯାଇ ଗୀତ ଗାଉଛ ମୋ ପାଇଁ ଗୀତ ଗାଉନ ଏଭଳି କିଛି ଅଭିଯୋଗ ଆଣିଛନ୍ତି ସସ୍ମିତା ରାହୁଲ ଙ୍କ ବିରୁଦ୍ଧରେ । ସସ୍ମିତାଙ୍କ ଏଭଳି ଅଭିଯୋଗ ପରେ ରାହୁଲ କାନ୍ଦି ପକାଇଛନ୍ତି । ତେବେ ଏଇ ଘଟଣାରେ କେତେ ସତ ରହିଛି କେତେ ମିଛ ରହିଛି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ସସ୍ମିତା କଣ ପୁଣି ଥରେ ମନ୍ଦିର ରେ ଯାଇ ଭିକ ମାଗିବେ ନା ତାଙ୍କ ଭିତରେ ଥିବା ପ୍ରତିଭା ନୂଆ ପରିଚୟ ଆଗାମୀ ସମୟରେ ଦେବ ।