“ମୋତେ ମମି ଡାକି ମୋ ଝିଅକୁ ବାହା ହେବ କହି ତା’ର ସବୁ ସାରିଦେଲା…” ଆର୍ମି ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରେମିକା ଓ ତାଙ୍କ ମାଆ

ଦୀର୍ଘ ଆଠ ବର୍ଷ ଧରି ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିବା ପରେ ଏବେ ପ୍ରେମିକାଙ୍କୁ ବିବାହ କରିପାରିବେ ନାହିଁ ବୋଲି କହୁଛନ୍ତି ଆର୍ମି ଅଫିସର ଲୋପେଣ୍ଡି ପବିତ୍ର ରେଡ୍ଡି । ଯାହାକୁ ନେଇ ପ୍ରେମିକା ପିଙ୍କି ଓ ତାଙ୍କ ମାଆ ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଦୀପିକାଙ୍କ ମାଉସୀ ଘର ବ୍ରହ୍ମପୁର ଦିଗପଦଣ୍ଡି ବ୍ଲକ ଅନ୍ତର୍ଗତ ବଜକଲି ଗାଁରେ ଆର୍ମି ଅଫିସର ପବିତ୍ରଙ୍କ ଘର । ପିଙ୍କି ତାଙ୍କ ମାଉସୀ ଘରକୁ ଯିବା ଆସିବା କରିବା ବେଳେ ସେଠାରେ ପବିତ୍ର ତାଙ୍କୁ ଦେଖିଥିଲେ ଓ ପ୍ରେମ ନିବେଦନ କରିଥିଲେ ।

ପ୍ରଥମେ ପିଙ୍କି ତାଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପବିତ୍ର ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରିବାରୁ ସେ ସ୍ଵୀକାର କରିଥିଲେ । ଏହା ପରଠାରୁ ଦୀର୍ଘ ଆଠ ବର୍ଷ ହେବ ସେମାନେ ପ୍ରେମ ସମ୍ପର୍କରେ ଥିଲେ ଓ ଶାରୀରିକ ସମ୍ବନ୍ଧ ମଧ୍ୟ ରଖୁଥିଲେ । ଏନେଇ ପିଙ୍କିଙ୍କ ମା କହିଛନ୍ତି, ପ୍ରଥମେ ତାଙ୍କ ଝିଅର ପବିତ୍ରଙ୍କ ସହ ସମ୍ପର୍କ ଥିବା କଥା ସେ ଜାଣି ନଥିଲେ । କିନ୍ତୁ ଯେତେବେଳେ ଜାଣିଲେ ସେ ପବିତ୍ରଙ୍କୁ ଘରକୁ ଡକେଇଥିଲେ ।

ତାଙ୍କର କେହି ପୁଅ ନାହାନ୍ତି ଗୋଟିଏ ବୋଲି ଝିଅ । ତେଣୁ ଝିଅର ଭବିଷ୍ୟତ ପାଇଁ ଚିନ୍ତା କରି ସେ ପବିତ୍ରଙ୍କୁ ବିବାହ କଥା କହିଥିଲେ । କିନ୍ତୁ ପବିତ୍ର ସେତେବେଳେ ଚାକିରି କରି ନଥିଲେ ଓ ତାଙ୍କର ଘର ତିଆରି ହୋଇ ନଥିଲା କହି ଆଉ କିଛି ସମୟ ମାଗିଥିଲେ । ହେଲେ ପିଙ୍କିଙ୍କ ମା କୋର୍ଟ ମ୍ୟାରେଜ କରିଦେବା ପାଇଁ କହିଥିଲେ । ଏଥର ପବିତ୍ର ଯେତେବେଳେ ଛୁଟିରେ ଆସିଥିଲେ କୋର୍ଟ ମ୍ୟାରେଜ କରିବେ ବୋଲି ରାଜି ହୋଇଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଘରେ କେହି ରାଜି ହେଉ ନାହାନ୍ତି ତେଣୁ ବିବାହ କରିପାରିବେ ନାହିଁ ବୋଲି କହୁଛନ୍ତି । ଯାହାକୁ ନେଇ ପିଙ୍କି ଓ ତାଙ୍କ ମା ଖଣ୍ଡଗିରି ଥାନାରେ ଯାଇ ପବିତ୍ରଙ୍କ ନାଁରେ ଅଭିଯୋଗ ଦେଇଛନ୍ତି । ପିଙ୍କିଙ୍କ ମା ଆହୁରି କହିଛନ୍ତି କି, ପିଙ୍କି ଅନେକ ଥର ପିଲା ନଷ୍ଟ ମଧ୍ୟ କରିଛନ୍ତି । ଏଥର ମଧ୍ୟ ପବିତ୍ର ପିଙ୍କିଙ୍କୁ ଗର୍ଭବତୀ କରିବା ପରେ ପିଲା ନଷ୍ଟ କରିବା ପାଇଁ ମେଡିସିନ ଦେଇଥିଲେ ।

ଆଉ କାହାକୁ ଏକଥା କହିଲେ ସୁଇସାଇଡ କରିଦେବେ ବୋଲି କହି ପିଙ୍କିଙ୍କୁ ଧମକାଉଥିଲେ । ତାଙ୍କ ଝିଅର ଜୀବନ ନଷ୍ଟ କରିଛନ୍ତି ଓ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଛନ୍ତି ତେଣୁ ସେ ତାଙ୍କ ଝିଅଙ୍କୁ ବାହା ହୁଅନ୍ତୁ ବୋଲି କହିଛନ୍ତି ପିଙ୍କିଙ୍କ ମାଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।