ମୋର ସବୁ ଫଟୋ ଭାଇରାଲ କରିଦେଲୁ ସବୁ ସରିଗଲା… ଯାଆ ଆଜି ଠାରୁ ତୋର ମୋର ସବୁ ଶେଷ…

ଅନେକ ବିଶ୍ବାସ ଭରସା କରି ହୃଦୟ ଦେଇଥିଲେ । କିନ୍ତୁ ପ୍ରେମିକର ଧୋକା ତାଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଦେଲା । ସବୁ ଦେଇ ଭଲ ପାଇ ବି ତୁ ଏମିତି କଲୁ ଯା’ ଆଜିଠୁ ତୋର ମୋର ସବୁକିଛି ଶେଷ । ଆତ୍ମହତ୍ୟା କରିବା ଆଗରୁ ପୂଜା ନିଶ୍ଚିତ ଭାବେ ଏମିତି କିଛି ନିଶ୍ଚୟ ଭାବିଥିବେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଜଡାଘାତୁଣୀ ଗାଁର ରାଜେନ୍ଦ୍ର ଗୌଡଙ୍କ ଝିଅ ପୂଜା ଗୌଡ ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ନିଜ ଜୀବନ ହାରି ଦେଇଛନ୍ତି ।

କିଛିଦିନ ତଳେ ପୂଜା ଏକୁଟିଆ ନଦୀକୁ ଗାଧୋଇବା ପାଇଁ ଯାଉଥିଲେ । ଆଉ ସେହି ସମୟରେ ରମେଶ ଗୌଡଙ୍କ ପୁଅ ନାରାୟାଣ ଗୌଡ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ସେ ସମ୍ପର୍କରେ କାହାକୁ କିଛି କହିଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା ନାରାୟଣ ଗୌଡ । ଏହାରି ଭିତରେ କିନ୍ତୁ ପୂଜା ଏବଂ ନାରାୟଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

କାରଣ ନାରାୟଣ ପୂଜାକୁ ବ୍ଳାକମେଲ କରି ଅନେକ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଆଉ ସେହି ସମୟର ଫଟୋ ମଧ୍ୟ ଉଠାଇ ନିଜ ମୋବାଇଲରେ ସେ ରଖୁଥିଲା । କିନ୍ତୁ ନାରାୟଣର ନିର୍ଯ୍ୟାତନା ସୀମା ଲଂଘିବା ପରେ ଓ ଉଭୟଙ୍କ ମଧ୍ୟରେ ମନାନ୍ତର ଦେଖାଦେବା ପରେ ପୂଜା ତା’ ଘରଲୋକଙ୍କୁ ସବୁକଥା କହି ଦେଇଥିଲା ।

ଘରଲୋକେ ଗାଁରେ କଥା ପକାଇଲେ ଓ ବୁଦ୍ଧିଜୀବୀମାନେ ଦୁହିଁଙ୍କ ବିବାହ କରିବାକୁ ସ୍ଥିର କଲେ । କିନ୍ତୁ ଏଭଳି ବାହାଘରକୁ ପୁଅଘର ଲୋକେ ବାରଣ କଲେ । ପୂଜାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ନାରାୟଣ ପୂଜାର ସବୁ ଅଶ୍ଳୀଳ ଫଟୋ ଭାଇରାଲ କରିଦେଲା । ଏହାପରେ ପୂଜାଙ୍କୁ ଅନେକ ଲୋକନିନ୍ଦା ସହିବାକୁ ପଡିଥିଲା । କିନ୍ତୁ ଏହା ଅସହ୍ୟ ହେବାରୁ ଆରପାରିକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଲା ପୂଜା ।

ଆଉ ଆଜି ପୂଜାର ଆତ୍ମା କହୁଛି ଯଦି ବି କିଛି ପ୍ରେମ ତା’ ହୃଦୟ ତଳେ ବଞ୍ଚିଛି ତେବେ ସେ ସେସବୁକୁ ବିଷ ଦେଇ ଦେଇଛି । ଯାଆ ଆଜି ଠାରୁ ତୋର ମୋର ସବୁକିଛି ଶେଷ ହୋଇସାରିଛି । ତେବେ ଖାଲି ଦେଖିବାକୁ ବାକି ରହିଲା ଅଭିଯୁକ୍ତ ନାରାୟଣ ଗୌଡକୁ କଣ ଶାସ୍ତି ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।