ମୋଦୀଙ୍କର ଉପହାରର ହେଲା ନିଲାମି ୪ ହଜାରର ମୂର୍ତ୍ତିକୁ ୧୩ ଲକ୍ଷ ଟଙ୍କାରେ କିଣିଲେ, ଜାଣନ୍ତୁ କେତେରେ କଣ ବିକିଲା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଆଯାଇଥିବା ଉପହାରର ନିଲାମି ବର୍ତ୍ତମାନ କିଛି ଦିନ ତଳେ ହିଁ ହୋଇଥିଲା । ଏହି ନିଲାମି ଜରିଆରେ ୧୮୦୦ ବସ୍ତୁକୁ ନିଲାମ କରାଯାଇଥିଲା । ଏହି ବସ୍ତୁର ନିଲାମିର ଆୟୋଜନ ନ୍ୟାଶନାଲ ଗ୍ୟାଲେରୀ ଅଫ ମର୍ଡେନ ଆର୍ଟ (ଏନଜୀଏମଏ)ରେ କରାଯାଇଥିଲା । ଏବଂ ଅନ୍ଲାଇନ ଜରିଆରେ ବି ଏହି ଜିନିଷ ଗୁଡିକର ନିଲାମି କରାଯାଇଥିଲା ।

ଏହି ନିଲାମିରେ ବହୁତ ଲୋକମାନେ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ନିଲାମିରେ ରଖାଯାଇଥିବା ଜିନିଷର ତାହାର ଉଚିତ ମୂଲ୍ୟରୁ ୨୦୦ ଗୁଣା ଅଧିକ ଟଙ୍କା ଦେଇ କ୍ରୟ କରାଯାଇଥିଲା ।

ଗତ ମାସରେ ହୋଇଥିଲା ନିଲାମି

ଏହି ନିଲାମିକୁ ଜାନୁୟାରୀ ମାସର ଶେଷ ଆଡକୁ ଆରମ୍ଭ କରାଯାଇଥିଲା । ଏହି ନିଲାମିରେ କପଡା ଠାରୁ ଆରମ୍ଭ କରି ସବୁ ମୂର୍ତ୍ତି ନିଲାମି କରାଯାଇଛି । ନିଲାମିର ପୁରା ହେବାର କିଛି ସମୟ ପରେ ହିଁ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ (ପିଏମଓ)ଙ୍କ ତରଫରୁ ଏହି କଥାର ସୂଚନା ଦିଆଯାଇଛି କି ଏହି ନିଲାମିରେ କଣ କଣ ଜିନିଷ କେତେରେ କ୍ରୟ କରାଯାଇଛି । କିନ୍ତୁ ଏହି ନିଲାମି ଜରିଆରେ କେତେ ଟଙ୍କା ପ୍ରାପ୍ତ କରାଯାଇଛି ତାହାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

କେତେରେ ବିକ୍ରି ହେଲା ଜିନିଷ

ଏହି ନିଲାମରେ ରଖା ଯାଇଥିବା ଭଗବାନ ଶିବଙ୍କର ମୂର୍ତ୍ତି ୧୦ ଲକ୍ଷ ଟଙ୍କାରେ କ୍ରୟ କରାଯାଇଛି କିନ୍ତୁ ଏହାର ଉଚିତ ମୂଲ୍ୟ ୫,୦୦୦ ଟଙ୍କା ରଖାଯାଇଥିଲା । ମାନେ ଏହି ମୂର୍ତ୍ତି ତାହାର ମୂଳ ମୂଲ୍ୟରୁ ୨୦୦ ଗୁଣା ଅଧିକ ଟଙ୍କାରେ କ୍ରୟ କରାଯାଇଛି ।

ଅନ୍ୟ ପଟେ ଏହି ନିଲାମିରେ ରଖା ଯାଇଥିବା ଅଶୋକ ସ୍ତମ୍ଭର ମୂଲ୍ୟ ୪ ହଜାର ଟଙ୍କା ଅଟେ । ଯାହାକୁ ୧୩ ଲକ୍ଷ ଟଙ୍କା ଦେଇ କ୍ରୟ କରାଯାଇଛି । ଏହିଭଳି ଗୌତମ ବୁଦ୍ଧଙ୍କର ମୂର୍ତ୍ତି ୭ ଲକ୍ଷ ଟଙ୍କା ଦେଇ କିଣା ଯାଇଛି । ଯାହାର ଉଚିତ ମୂଲ୍ୟ ୪ ହଜାର ଟଙ୍କା ଅଟେ । ଆସାମର ମାଜୁଳୀରୁ ପିଏମଙ୍କୁ ମିଳିଥିବା ଏକ ପାରମ୍ପାରିକ ହୋରାଇର ନିଲାମି ମୂଲ୍ୟ ୨ ହଜାର ଟଙ୍କା ରଖା ଯାଇଥିଲା । କିନ୍ତୁ ଏହାକୁ ୧୨ ଲକ୍ଷ ଟଙ୍କା ଦେଇ କ୍ରୟ କରାଯାଇଛି । ଗୋଟିଏ ଛୋଟ ପିଲାର ଗାଡିକୁ ୫ ଲକ୍ଷ ଟଙ୍କା ଦେଇ କ୍ରୟ କରାଯାଇଛି ।

ଗଙ୍ଗାକୁ ସଫା କରିବା ପାଇଁ ଖର୍ଚ ହେଲା ଟଙ୍କା

ନିଲାମିରେ ମିଳିଥିବା ସବୁ ଟଙ୍କାର ବ୍ୟବହାର ନାମାମୀ ଗଙ୍ଗା ପରିଯୋଜନା ପାଇଁ କରାଯିବ । ଏହି ପରିଯୋଜନାକୁ ମୋଦୀ ସରକାର ଦ୍ଵାରା ହିଁ ଆରମ୍ଭ କରାଯାଇଥିଲା । ଏହି ପରିଯୋଜନା ସାହାର୍ଯ୍ୟରେ ଗଙ୍ଗା ନଦୀକୁ ସଫା କାରାଯାଉଛି ।

ପ୍ରଥେମ ବି ହୋଇଛି ଏହି ନିଲାମି

ମୋଦୀ ସରକାର ପ୍ରଥମେ ବି ତାଙ୍କୁ ମିଳିଥିବା ଉପହାରର ନିଲାମି କରାଯାଇଛି । ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଏହିଭଳି ଏକ ନିଲାମିରେ ମିଳିଥିବା ଟଙ୍କାକୁ ବାଳିକାମାନଙ୍କର ଶିକ୍ଷା ପାଇଁ ବ୍ୟବହାର କରାଯାଇଥିଲା ।