“ମୋ ଚାରି ବର୍ଷର ପ୍ରେମକୁ କେବଳ ଦୁଇ ମିନିଟରେ ଫଇସଲା କରିଦେଲ ? ଏମିତି ଅନ୍ୟାୟ କାହିଁକି କଲେ ସାର୍ ? ମୁଁ ଚାରି ବର୍ଷ ଧରି ଭଲ ପାଉଥିଲି ଆଉ ଆପଣଙ୍କୁ ଫଇସଲା କରିବାକୁ ଦୁଇ ମିନିଟ ବି ଲାଗିଲାନି । ଆପଣ ମୋ କଥା ଟିକେ ବି ଶୁଣିଲେନି ସାର୍, ନଚେତ ମୁଁ ଆଜି ବଞ୍ଚି ଯାଇଥାନ୍ତି । ମୋ ଉପରେ ଯେତିକି ଅନ୍ୟାୟ କଲେ ପ୍ଳିଜ ଆଉ କାହା ଉପରେ ଏମିତି କରିବେନି ସାର୍ ।” ଏମିତି କିଛି ଶେଷ କଥା ନିଜ ଶେଷ ଚିଠିରେ ଲେଖି ଜଣେ ଯୁବକ ନିଜ ଜୀବନ ହାରି ଦେଇଛନ୍ତି ।

ନିଇତି ସକାଳ ହେଲେ ଶୁଣିବାକୁ ମିଳୁଛି ଖାଲି ପ୍ରେମ ଓ ପ୍ରତାରଣାର ଖବର । ବାଲେଶ୍ଵର ସଦର ବ୍ଲକ ରୂପସା ଥାନା ଅନ୍ତର୍ଗତ ଆଙ୍କ ଗ୍ରାମର ଜୟନ୍ତ ବେହେରା ନିଜ ଆତ୍ମହତ୍ୟା ପୂର୍ବରୁ ଥାନା ଅଧିକାରୀଙ୍କୁ ନେଇ ଏକ ଅଭିଯୋଗ ଭରା ଚିଠି ଲେଖି ଯାଇଛନ୍ତି । ଥାନା ବାବୁଅଙ୍କ ଅବହେଳା ପାଇଁ ସେ ନିଜ ଜୀବନ ହାରି ଦେଇଥିବା ଏହି ଚିଠିରେ ଜଳଜଳ ହୋଇ ଦିଶୁଛି ।
ଜୟନ୍ତ ଚାରି ବର୍ଷ ଧରି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ କିନ୍ତୁ ଯୁବତୀଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ । ଜୟନ୍ତଙ୍କୁ ଜ୍ଵାଇଁ କରିବାକୁ ତାଙ୍କ ପ୍ରେମିକାଙ୍କ ପରିବାର ରାଜି ନଥିବାରୁ ସେ ରୂପସା ଥାନାର ଦ୍ଵାରସ୍ଥ ହୋଇ ଥାନା ଅଧିକାରୀଙ୍କୁ ସବୁକଥା ଜଣାଇଥିଲେ । ହେଲେ ଥାନା ଅଧିକାରୀ ନ ଶୁଣିବାରୁ ସେ ଜୀବନ ହାରି ଦେଇଥିବା ନିଜ ଶେଷ ଚିଠିରେ ଲେଖିଛନ୍ତି ।

ଜୟନ୍ତଙ୍କ କହିବା କଥା କି ତାଙ୍କ ଚାରି ବର୍ଷର ପ୍ରେମକୁ ଦୁଇ ମିନିଟରେ ଫଇସଲା କରିଦେଲେ ପୋଲିସ ବାବୁ । ତାଙ୍କ କଥା ସେ ଟିକେ ବି ଶୁଣିଲେନି, ଯଦି ଶୁଣିଥାନ୍ତେ ତେବେ ହୁଏତ ସେ ବଞ୍ଚି ଯାଇଥାନ୍ତେ । ଜୟନ୍ତଙ୍କ କହିବା କଥା ତାଙ୍କ ପ୍ରେମ ଏକତରଫା ନଥିଲା, ଯୁବତୀ ଜଣକ ବି ତାଙ୍କୁ ପ୍ରେମ କରୁଥିଲେ । ଥାନା ଅଧିକାରୀଙ୍କୁ ଏହା କହିବା ସହ ଏକଥା ପ୍ରମାଣ କରିବାକୁ ଥରେ ତାଙ୍କ ପ୍ରେମିକାଙ୍କୁ ଥାନାକୁ ଡାକି ପଚାରିବା ପାଇଁ ଯେତେ ନେହୁରା ହେଲେ ମଧ୍ୟ ସେ ଶୁଣି ନଥିଲେ ।
ଓଲଟା ଥାନାରେ ଏମିତି କୁହନ୍ତି ନାହିଁ ବୋଲି ସେ ଜୟନ୍ତଙ୍କୁ କହିଥିଲେ । ଜୟନ୍ତଙ୍କ କଥାକୁ ଗୁରୁତ୍ଵ ଦିଆ ନଯିବାରୁ ଜୀବନ ହାରି ଦେଇଛନ୍ତି ୨୫ ବର୍ଷୀୟ ଜୟନ୍ତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।