“କିଛି ଅକୁହା କଥା ଯାହା କେହି ବି ଜାଣିନାହାନ୍ତି । ଯାହା ମୁଁ କାହାରି ସାମ୍ନାରେ କେବେବି କହି ପାରିନାହିଁ । ଇଏ ହେଉଛି ହସ ଲୁହ ମିଶା ମୋ ଜୀବନର କିଛି ଅଶୁଣା ସତ । ଯାହାକୁ କେବଳ ତୁମେମାନେ ପଢିକି ଅନୁଭବ କରିପାରିବ । ସେଥିପାଇଁ ମୋ ସହ ଘଟିଥିବା ପ୍ରତିଟି ଘଟଣାକୁ ମୁଁ ମୋ ବହିରେ ଲେଖିବି ବୋଲି ସ୍ଥିର କରିଛି । ମୋ ଜୀବନର ସତ କାହାଣୀ ପୁରା ଓଡିଶା ଜାଣିବ ତଥା ମୋ ଅନ୍ତଃସ୍ଵରର ଅନେକ ଅକୁହା କଥା ।” ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜେ ଏକ ପୋଷ୍ଟ କରି ଏଭଳି କିଛି ଜଣାଇଛନ୍ତି ।
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବହି ଲେଖିବାକୁ ଯାଉଛନ୍ତି ବର୍ଷା । ଗଣେଶ ପୂଜା ଦିନ ଭଗବାନ ଗଣେଶ ଓ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇ ଏଭଳି କିଛି କରିବେ ବୋଲି ବର୍ଷା ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ବର୍ଷା କହିଛନ୍ତି ତାଙ୍କ ଜୀବନରେ କେତେ ଯେ କଷ୍ଟ ଆସିଛି ସେକଥା ସେ କାହାକୁ କେବେ ଜଣାଇ ନାହାନ୍ତି । ସବୁକିଛି ନିଜ ମନ ଭିତରେ ଚାପି ରଖିଛନ୍ତି । ଆଖିରେ ଲୁହ ଥିଲେ ବି ସମସ୍ତଙ୍କୁ ଓଟାର ହସ ଦେଖାଇଛନ୍ତି ।
କିନ୍ତୁ ସେସବୁ ବାହାର କରିବା ପାଇଁ ଏବେ ସମୟ ଆସିଯାଇଛି । ସେଥିପାଇଁ ଏମିତି ଏକ ପଦକ୍ଷେପ ନେଇଛନ୍ତି ବର୍ଷା । ପ୍ରେମ ଠାରୁ ଆରମ୍ଭ କରି ବିବାହ ଓ ବିଚ୍ଛେଦ ପର୍ଯ୍ୟନ୍ତ ସେ ସବୁକିଛି ନିଜ ବହିରେ ଲେଖିବେ । ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଛି । ଘର କଳି କୋର୍ଟରେ ଯାଇ ପହଞ୍ଚିଥିବା ବେଳେ ଉଭୟ ବର୍ଷା ଏବଂ ଅନୁଭବ ଅନେକ ଥର କୋର୍ଟରେ ଦ୍ଵାରସ୍ଥ ହୋଇଛନ୍ତି ।
କୋର୍ଟ ରାୟ ପରେ ରାୟ ଶୁଣାଇ ଚାଲିଥିବା ବେଳେ ଦୁହେଁ ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏବେ ଯାଏଁ ଦୁହିଁଙ୍କ ବିବାଦ ସମାଧାନ ହୋଇ ପାରୁନାହିଁ । କଟକ ଜିଲ୍ଲା ଦୌରାଜଜ ବର୍ଷାଙ୍କୁ ଅନୁଭବ ପୈତୃକ ଘର ଖାଲି କରିବା ପାଇଁ ରାୟ ଶୁଣାଇଛନ୍ତି । ଘର ଛାଡିବା ନେଇ ଏସଡ଼ିଜେଏମ ଙ୍କ ନିର୍ଦ୍ଦେଶକୁ ବର୍ଷା ଚ୍ୟାଲେଞ୍ଜ କରିଥିଲେ । ହେଲେ କୋର୍ଟ ନିଜ ରାୟରେ କାୟମ ରହିଛନ୍ତି ।
ଆଉ ଏହାପରେ ଶାଶୁଘର ଛାଡିବା ପାଇଁ ଅଣ୍ଡରଟେକିଂ ଦେଇଛନ୍ତି ବର୍ଷା । ତେବେ ବର୍ଷା ନିଜ ଜୀବନ ଉପରେ ଲେଖୁଥିବା ଏହି ବହି ପଢିବା ପରେ ଓଡିଶାବାସୀ ବର୍ଷାଙ୍କୁ ଗ୍ରହଣ କରିବେ ନା ନାହିଁ ତାହା ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।