ରାଜଧାନୀର ଫେରାର ବୋହୁ ନନ୍ଦିନୀ ଓ ତାଙ୍କ ଶାଶୁଘର ଲୋକଙ୍କ ଭିତରେ ବର୍ତ୍ତମାନ ଗଣମାଧ୍ୟମରେ କଥା କଟାକଟି ଚାଲିଛି । ପ୍ରଥମେ ବଳରାମ ଓ ତାଙ୍କ ପରିବାର ନନ୍ଦିନୀଙ୍କ ଉପରେ ଅଭିଯୋଗ ଆଣିଥିବା ବେଳେ । ସେପଟେ ନନ୍ଦିନୀ ଏବଂ ତାଙ୍କ ମାଆ ମଧ୍ୟ ମୁହଁ ଖୋଲିଛନ୍ତି । ଉଭୟ ପକ୍ଷ ଉଭୟଙ୍କୁ ଦୋଷ ଦେଉଛନ୍ତି । ନନ୍ଦିନୀ ଟଙ୍କା ଓ ସୁନଗହଣା ନେଇ ବାହାଘର ପରଦିନ ଫେରାର ହୋଇ ଯାଇଥିବା ଏବଂ ବାହାଘର ରାତିରେ ତାଙ୍କ ଭିଣୋଇଙ୍କୁ ଉଲ-ଗଗ୍ନ ହୋଇ ଭିଡିଓ କଲ୍ କରିଥିବା ଆରୋପ ଲଗାଇଥିଲେ ବଳରାମଙ୍କ ଘରଲୋକ ।

ସେପଟେ ନନ୍ଦିନୀ କିନ୍ତୁ ବାହାଘର ରାତିରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଥିବା କଥା କହୁଛନ୍ତି । ନିଜ ବିପଦ ଥିବା ଭାବି ଘର ଛାଡି ଯିବା କଥା କହିଛନ୍ତି ନନ୍ଦିନୀ । ତାଙ୍କ ଶାଶୁ ତଥା ବଳରାମଙ୍କ ମା’ କିନ୍ତୁ ଏ କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ଗୋଟିଏ ଦିନରେ ଆମେ ବୋହୂକୁ ନିଜେ ବାହାଘର କରି ଆଣି କଣ ଏମିତି ନିର୍ଯ୍ୟାତନା ଦେଲେ ଯେ ସେ ଘର ଛାଡି ପଳେଇଲା । ତାଙ୍କ ନିଜ ବେକର ସୁନା ହାର ସେ ନନ୍ଦିନୀଙ୍କୁ ଦେଇଥିଲେ ।
ଗତ ତିନି ଚାରି ଦିନ ହେବ ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ସେ ଥକିଗଲେଣି । କିନ୍ତୁ ଥାନା ଆଇଆଇସି ତାଙ୍କ କେସ୍ ରଖୁନାହାନ୍ତି । ବଳରାମ ପୁଅ ବୋଲି ତାଙ୍କୁ ନ୍ୟାୟ ମିଳୁନାହିଁ । ଯଦି ଝିଅ ହୋଇଥାନ୍ତେ ତେବେ ପୁଅଘର ପରିବାର ସହ ଏବେ ଜେଲରେ ଥାଆନ୍ତେ ବୋଲି କହିଛନ୍ତି ବଳରାମଙ୍କ ମାଆ ।
ତାଙ୍କ ପ୍ରତି ଅନ୍ୟାୟ ହୋଇଛି । ନନ୍ଦିନୀ ଓ ତାଙ୍କ ପରିବାର ତାଙ୍କୁ ଧୋକା ଦେଇଛନ୍ତି ଆଉ ଗଣମାଧ୍ୟମ ସାହାଯ୍ୟରେ ହିଁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ତାଙ୍କ ପୁଅ ବଳରାମଙ୍କୁ ନନ୍ଦିନୀ ଓଲା କହିଥିବାରୁ ଏକଥାର ଜବାବ ମଧ୍ୟ ସେ ଦେଇଛନ୍ତି । ସେ କହିଛନ୍ତି କି ତାଙ୍କ ପୁଅ ଓଲା ବୋଲି ନନ୍ଦିନୀ ରାତିରେ ଭିଡିଓ କଲ୍ କରି ଉଲ-ଗଗ୍ନ ହୋଇ ଦେଖାଉଥିଲା ।

ତେବେ କିଏ ସତ କହୁଛି କିଏ ମିଛ କହୁଛି ଜାଣିବା ଏକଦମ କଷ୍ଟ ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।