MEE Puch Puch ଆସିଲେ ଆମେ ଶାଶୁ ଶ୍ଵଶୁର ପୁଅ ସବୁ ମିଶିକି ଭିଡିଓ କରିବୁ… ଶ୍ଵଶୁର ତଥା ହାସ୍ୟ ଅଭିନେତା Aravind Sarangi ଙ୍କ Exclusive ସାକ୍ଷାତକାର

ଆଉ କିଛିଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପଣଙ୍କର ପ୍ରିୟ ହାସ୍ୟ କଳାକାର ଇତିକା ପ୍ରିୟଦର୍ଶିନୀ ଓରଫ ମି ପୁଚ୍ ପୁଚ୍ । ସୋସିଆଲ ମିଡିଆରେ ବିଭିନ୍ନ କମେଡି ଭିଡିଓ ତାଙ୍କୁ ମି ପୁଚ୍ ପୁଚ୍ ଭାବେ ପ୍ରସିଦ୍ଧି ଆଣି ଦେଇଛି । ଇତିକା ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଥିବା ବେଳେ ତାଙ୍କ ଭାବି ଶ୍ଵଶୁରଙ୍କ ଏକ ଗଣମାଧ୍ୟମ ସାକ୍ଷାତକାର ଖୁବ ଭାଇରାଲ ହେଉଛି । ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେୟା ଅରବିନ୍ଦ ଷଡଙ୍ଗୀଙ୍କ ବୋହୂ ହେବାକୁ ଯାଉଛନ୍ତି ମି ପୁଚ୍ ପୁଚ୍ ।

ଇତିକାଙ୍କୁ ବୋହୂ ରୂପେ ପାଇ ସେ ବେଶ ଖୁସି ଥିବା କହିଛନ୍ତି । କାରଣ ମି ପୁଚ୍ ପୁଚ୍ କମେଡି କରିବା ସହ ଜଣେ ଲେକ୍ଚରର, ୟୁନିଭର୍ସିଟିରେ ରାଙ୍କ ହୋଲ୍ଡର ଥିଲେ ଓ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ । ପୂର୍ବରୁ ମି ପୁଚ୍ ପୁଚ୍ ନିଜେ ତାଙ୍କ ବାହାଘର ବିଷୟରେ କହି ସାରିଥିବା ବେଳେ ଏହାକୁ ପୁଣି ଥରେ କହିଛନ୍ତି ତାଙ୍କ ଶ୍ଵଶୁର ଅରବିନ୍ଦ ଷଡଙ୍ଗୀ । ସେ କହିଛନ୍ତି କି, ଥରେ ତାଙ୍କର ସାକ୍ଷାତକାର ନେବା ପାଇଁ ମି ପୁଚ୍ ପୁଚ୍ ତାଙ୍କ ଘରକୁ ଆସିଥିଲେ । କିଛି ସମୟ ସାକ୍ଷାତକାର ନେବା ପରେ ସେ ଇତିକା ଡ୍ରେସ ଚେଞ୍ଜ ଓ ମେକଅପ ପାଇଁ ଘର ଭିତରକୁ ଯାଇଥିଲେ ।

ଅରବିନ୍ଦଙ୍କ ସ୍ତ୍ରୀ ସେତେବେଳେ ଇତିକାଙ୍କ ସହ କଥା ହୋଇଥିଲେ । ଇତିକାଙ୍କ ବ୍ୟବହାର ତାଙ୍କୁ ବେଶ ପସନ୍ଦ ଆସିଥିଲା । ପୁଅର ବାହାଘର ପ୍ରସ୍ତାବ ଖୋଜୁଥିବାରୁ ସେ ଅରବିନ୍ଦଙ୍କୁ କହିଥିଲେ କି ଇତିକାଙ୍କୁ ବୋହୂ କରିବା ବୋଲି । ପ୍ରଥମେ ଏକଥା ଶୁଣି ଅରବିନ୍ଦ ବିରକ୍ତି ହୋଇ ଯାଇଥିଲେ । କାରଣ ଆଜିକାଲି ପିଲାମାନେ ନିଜେ ଜୀବନସାଥି ବାଛୁଛନ୍ତି ।

କିଛି ନଜାଣି ଏଭଳି କରିବା ଠିକ ନୁହେଁ ବୋଲି ସେ ପତ୍ନୀଙ୍କୁ ବୁଝାଇଥିଲେ । ହେଲେ ଇତିକା କାହାକୁ ଭଲ ପାଉ ନଥିବା ଅରବିନ୍ଦଙ୍କ ପତ୍ନୀ କହିଥିଲେ । ଘର ଭିତରେ ସେମାନେ ଯେତିକି ସମୟ କଥା ହୋଇଥିଲେ ତା’ ଭିତରେ ଇତିକାଙ୍କ ବିଷୟରେ ସବୁକିଛି ସେ ଆଦାୟ କରି ନେଇଥିଲେ । ଇତିକାଙ୍କ ବ୍ୟବହାର ତାଙ୍କୁ ବେଶ ଆକୃଷ୍ଟ କରିଥିଲେ । ଏହାପରେ ଇତିକାଙ୍କ ବାପା ନିରଞ୍ଜନ ପତିଙ୍କ ପାଖେ ସେମାନେ ପ୍ରସ୍ତାବ ରଖିଥିଲେ ଓ ଜାତକ ମିଶିଲେ ଯାଇ ବାହାଘର ପାଇଁ ଆଗେଇବେ ବୋଲି ସର୍ତ୍ତ ରଖିଥିଲେ ।

ଉଭୟଙ୍କ ଜାତକରେ ରାଜଯୋଗ ଦେଖିବାକୁ ମିଳିଥିଲା । ଏହାପରେ ଅରବିନ୍ଦ କିନ୍ତୁ ତାଙ୍କ ପୁଅ ଆଗରେ ଅନ୍ୟ 5ଟି ପ୍ରସ୍ତାବ ସହ ଇତିକାଙ୍କ ପ୍ରସ୍ତାବ ରଖିଥିଲେ ଓ ସେ କାହାକୁ ବାଛିବେ ନିଜେ ନିଷ୍ପତ୍ତି ନେବାକୁ କହିଥିଲେ । ଅରବିନ୍ଦଙ୍କ ପୁଅ ସମସ୍ତଙ୍କ ସହ କଥା ହେବା ପରେ ଇତିକାଙ୍କୁ ବାଛିଥିଲେ ।

ଏନେଇ ଅରବିନ୍ଦ କହିଛନ୍ତି ଉପରବାଲା ତ ସେଇଠି ଖଞ୍ଜିଛି ଆଉ ଏହାକୁ କେହି ବଦଳାଇ ପାରିବେନି । ଏହାପରେ ନିର୍ବନ୍ଧ, ରିଙ୍ଗ ସେରିମନି ଶେଷ ହୋଇ ଜାଇ ରଗଡା ସରିଛି ଏବଂ ଜଗନ୍ନାଥଙ୍କ ପାଖକୁ ମଧ୍ୟୟା କାର୍ଡ ପଠା ସରିଛି । କେବଳ ହାତଗଣ୍ଠି ପଡି ମି ପୁଚ୍ ପୁଚ୍ ତାଙ୍କ ବୋହୂ ହୋଇ ଘରକୁ ଆସିବା ବାକି ରହିଛି ।

ମି ପୁଚ୍ ପୁଚ୍ ଘରକୁ ଆସିବା ପରେ ସମସ୍ତେ ମିଶି ତା’ କମେଡିରେ ସହଯୋଗ କରିବୁ ଓ ତାକୁ କେବେ କୌଣସି ବିଷୟ ପାଇଁ ବାରଣ କରିବୁନି ବୋଲି କହିଛନ୍ତି ଅରବିନ୍ଦ ଷଡଙ୍ଗୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।