ଆସନ୍ତା କାଲି ଅର୍ଥାତ May 25 ରେ ଭାରତ ବନ୍ଦ ଡାକରା ? ଦେଖନ୍ତୁ କିଏ ଏବଂ କଣ ପାଇଁ ଦେଇଛନ୍ତି ଏଇ ଭାରତ ବନ୍ଦ ଡାକରା

ଆସନ୍ତା କାଲି ଅର୍ଥାତ ୨୫ ମେ ୨୦୨୦ ବୁଧବାର ଦିନ ଭାରତ ବନ୍ଦ ରହିବା ନେଇ ସୂଚନା ରହିଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଏହି ଭରତ ବନ୍ଦ ଡାକରା ଦିଆ ଯାଇଥିବା ଜଣାପଡିଛି । ଭାରତରେ ପଛୁଆ ବର୍ଗ ବା ଓବିସି ମାନଙ୍କର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଭାରତ ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ରାଷ୍ଟ୍ରୀୟ ପଛୁଆ ମୋର୍ଚ୍ଚା ଆସନ୍ତା ମେ ୨୫ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି ।

ଆମ ଦେଶକୁ ସ୍ଵାଧୀନତା ମିଳିବାର ପ୍ରାୟ ଦୀର୍ଘ ୭୫ ବର୍ଷ ବିତିଗଲାଣି । ତଥାପି ସେବେ ଠାରୁ ଏବେ ପର୍ଯ୍ୟନ୍ତ ଆମ ଦେଶରେ ପଛୁଆ ବର୍ଗ ମାନଙ୍କର ଜାତି ଭିତ୍ତିକ ଜନଗଣନା କରା ଯାଇନାହିଁ । ଆମ ଦେଶରେ ପ୍ରତି ବର୍ଷ ପଶୁପକ୍ଷୀ ମାନଙ୍କର ସୁଦ୍ଧା ଜନଗଣନା କରାଯାଉଛି । ହେଲେ ଅଦର ବ୍ୟାକୱାର୍ଡ କାଷ୍ଟ (OBC) ମାନଙ୍କର ଜନଗଣନା କରା ଯାଉନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓବିସି ମାନଙ୍କର ଜାତି ଭିତ୍ତିକ ଗଣନା ହେବ ବୋଲି ଏକ ଶପଥ ପାଠ ଦେଇଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ନିଜ ଭାଷଣରେ ଆମ ଦେଶର ବିକାଶ କଥା କହିଥାନ୍ତି । ଦେଶରେ ସମସ୍ତ ଲୋକଙ୍କ ବିକାଶ ନିମନ୍ତେ ସେମାନଙ୍କ ଗଣନା ହେବା ଆବଶ୍ୟକ । ଠିକ ସେହପରି ଓବିସି ମାନଙ୍କର ବିକାଶ ହେବା ପାଇଁ ମଧ୍ୟ ସେମାନଙ୍କର ଜନଗଣନା କରାଯିବା ଜରୁରୀ । ଏହା ପରେ ମଧ୍ୟ ଓବିସି ମାନଙ୍କ ଜନସଂଖ୍ୟାର କୌଣସି ତଥ୍ୟ ସଂଗ୍ରହ କରା ଯାଉନାହିଁ ଏବଂ ସେ ଦିଗରେ ଏବେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ମଧ୍ୟ ନିଆ  ଯାଉନାହିଁ ।

ଏହାକୁ ଓବିସି ମାନଙ୍କୁ ବିକାଶରୁ ବଞ୍ଚିତ କରିବା ପାଇଁ ଏକ ଷଡଯନ୍ତ୍ର ଅଟେ ବୋଲି ଏହି ମୋର୍ଚ୍ଚା ଗ୍ରହଣ କରିଛି । ଏହି ଗଣନା ନହେବା ଦ୍ଵାରା ଓଡିଶାର ପଞ୍ଚାୟତ ରାଜ କିମ୍ବା ମ୍ଯୁନିସିପାଲିଟି ନିର୍ବାଚନର ଓବିସି ମାନଙ୍କର ସଂରକ୍ଷଣକୁ ସମାପ୍ତ କରିବାକୁ ଯୋଜନା କରାଯାଉଛି । ଏହିସବୁକୁ ବିରୋଧ କରି ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ।

କୃଷକ ମାନଙ୍କୁ ଏମଏସପି ଆଇନ ଦାବିରେ, ବେସରକାରୀ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ (ST, SC & OBC) ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ, ପୁରୁଣା ପେନସନ ସ୍କିମକୁ ପୁନଃ କାର୍ଯ୍ୟକାରୀ କରିବା ଦାବିରେ ଏବଂ ଜଳ, ଜଙ୍ଗଲ ଓ ଜମିରୁ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବା ଆଦି ବିଭିନ୍ନ ଦାବି ନେଇ ଏହି ଭାରତ ବନ୍ଦ ଡାକରା ଦେଇଥିବା ନେଇ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।