ମାସକୁ ଦରମା 1 କୋଟି ଟଙ୍କା, କିନ୍ତୁ ଏହି ଚାକିରି କରିବା ପାଇଁ କେହି ହୁଅନ୍ତି ନାହିଁ ରାଜି… କାହିଁକି ଜାଣନ୍ତୁ କାରଣ

ସବୁଠୁ ଅଧିକ ଦରମା ମିଳୁଥିବା କିନ୍ତୁ କାମ ଖୁବ କମ କରିବାକୁ ପଡୁଥିବା । ଏମିତି ଚାକିରି କାହାକୁ ବା ଦରକାର ନାହିଁ । ସମସ୍ତେ ଚାହିଁଥାନ୍ତି କାମ କମ କରି ଅଧିକ ଟଙ୍କା ରୋଜଗାର କରିବା ପାଇଁ । ଠିକ ଏଭଳି ଏକ ଚାକିରି ଅଛି ଯେଉଁଥିରେ କାମ କରିବା ପାଇଁ ଲୋକଙ୍କୁ ବାର୍ଷିକ 1 କୋଟି ଟଙ୍କାର ପ୍ଯାକେଜ ଦିଆ ଯାଇଥାଏ । କିନ୍ତୁ ଏହି କାମ କରିବା ପାଇଁ ଲୋକ ମିଳନ୍ତି ନାହିଁ । ଏହା କୌଣସି କଷ୍ଟଦାୟକ କାମ ନୁହେଁ ।

କି ନାସା ର ବୈଜ୍ଞାନିକ ଙ୍କ ଭଳି ନିଜ ଘର ଦ୍ଵାରା ଛାଡି କି ଭିଟା ମାଟି କୁ ଛାଡି ମହାକାଶର ଯାତ୍ରା କରିବାକୁ ପଡେ ନାହିଁ । ଏହି କାମ ରେ ଏତିକି କରିବାକୁ ହେବ କି ଏକ ଟାୱାର ଉପରେ ଚଢି କିଛି ବଳ କୁ ବଦାଳଇବାକୁ ପଡିଥାଏ । ତାହା ପୁଣି 6 ମାସକୁ ଥରେ । ଅର୍ଥାତ 1 ବର୍ଷ ମଧ୍ୟରେ ମାତ୍ର 2 ଥର ଟାୱାର ଉପରେ ଚଢି ବଳ କୁ ବଦଳାଇବାକୁ ପଡିଥାଏ । ବାସ ଏତିକି କାମ ପାଇଁ ବାର୍ଷିକ 1 କୋଟି ଟଙ୍କା ଭତ୍ତା ଓ ଇନସୁରାନ୍ସ ଭଳି ଅନେକ ସୁବିଧା ଦିଆ ଯାଇଥିବା ବେଳେ ବି ଲୋକ ମାନେ ଏହି କାମ କରିବାକୁ ରାଜି ହୋଇ ନ ଥାନ୍ତି ।

ତେବେ କେଉଁ କାରଣ ପାଇଁ ରାଜି ହୋଇନ ଥାନ୍ତି ଆସନ୍ତୁ ଜାଣିବା । ଏହି ଚାକିରି କୌଣସି ସାଧାରଣ ଚାକିରି ନୁହେଁ । ଏଥିପାଇଁ 600 ମିଟର ଟାୱାର ଉପରେ ଚଢିବାକୁ ପଡିଥାଏ । ସବୁଠାରୁ ଉଚ୍ଚତା ବିଶିଷ୍ଟ ତାୱାର ଉପରେ ଚଢି ଉପରେ ଲାଗିଥିବା ବଳ କୁ ବଦଳାଇବାକୁ ପଡିଥାଏ । ତେବେ ଆପଣ ନିଶ୍ଚୟ ଭାବୁ ଥିବେ ଏହି କାମ ବହୁତ ସହଜ ଏହାକୁ କେହି ବି କରି ଦେବ ।

କିନ୍ତୁ ବାସ୍ତବରେ ଏହା ସହଜ ନୁହେଁ । ଏଠାରେ ଯେଉଁ ଟାୱାର ଉପରେ ଚଢିବାକୁ ପଡିଥାଏ ତାହା ଅନ୍ୟ ଟାୱାର ତୁଳନାରେ ପୁରା ଭିନ୍ନ । ଏହି ଟାୱାର ସର୍ବାଧିକ ଉଚ୍ଚତା ବିଶିଷ୍ଟ ହେବା ସହ ଏହାର ଉପର ଭାଗ ଅତ୍ୟନ୍ତ ପତଳା ହୋଇଥାଏ । ଆଉ ଏଠାରେ ସୁରକ୍ଷା ନାଁ ରେ ଖାଲି ଗୋଟେ ରସି ଦେହରେ ବନ୍ଧା ହୋଇଥାଏ । ଏହି କାରଣ ପାଇଁ ଚାକିରି କରୁଥିବା ଲୋକଙ୍କୁ ବାର୍ଷିକ 1 ଲକ୍ଷ ପାଉଣ୍ଡ ବା 1 କୋଟି ଟଙ୍କା ଦିଆଯାଇଥାଏ ।

ତେବେ ଏହି କାମ କେବେଳ ସେହି ମାନେ କରି ପାରିବେ ଯେଉଁ ମାନେ ଉଚ୍ଚତା କୁ ଭୟ କରୁ ନ ଥିବେ । ଖାଲି ଏତିକି ନୁହେଁ ଏହି ଚାକିରି ପାଇଁ ଶାରୀରିକ ସ୍ତରରେ ମଜବୁତ ହୋଇଥିବା ଜରୁରୀ । ତେବେ କମ୍ପାନୀ ର କହିବା ଅନୁଯାୟୀ ଏହି ଟାୱାର ଉପରେ ଚଢିବାକୁ ଓ ଓଲହାଇବାକୁ ଜଣେ ବ୍ୟକ୍ତିଙ୍କୁ 3 ଘଣ୍ଟା ସମୟ ଲାଗିଥାଏ । ଏହା ସହ 600 ମିଟର ଉପରେ ପବନର ବେଗ ମଧ୍ୟ ଅଧିକ ହୋଇଥାଏ । ତେଣୁ ଏହି କାମ କରିବା ଏତେ ସହଜ ନୁହେଁ । ଏଥିରେ ଅଧିକ ବିପଦ ଥିବାରୁ ଲୋକେ ଚାକିରି ପାଇଁ ରାଜି ହୁଅନ୍ତିନି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।