ମଣିଷ ଖାଇବାର ନିଶା ଏବେ କୁମ୍ଭୀର କୁ ପାଗଳ କରିଛି… ବ୍ରାହ୍ମଣୀ ନଦୀରେ ବୁଲୁଥିବା ବିଶାଳ କୁମ୍ଭୀର ଢେଙ୍କାନାଳରେ ପହଞ୍ଚିଛି

ବ୍ରାହ୍ମଣୀ ନଦୀରେ ବୁଲିଛି ଏବେ ମଣିଷଖିଆ କୁମ୍ଭୀର । ତାଳଚେର ରୁ ଆସି ଢେଙ୍କାନାଳ ରେ ଦେଖା ଦେଲାଣି । ଶୌଚ ଓ ଗାଧୁଆ ପାଇଁ ନଦୀକୁ ଯିବା ଏବେ ମନା । ହଁ ଦର୍ଶକ ବନ୍ଧୁ ଏବେ ମଣିଷ ଖାଇବା ଲୋଭରେ ବୁଲୁଥିବା ବିଶାଳ କୁମ୍ଭୀର କୁଆଡେ ଢେଙ୍କାନାଳ ଆଡକୁ ମୁହାଁଇଛି । ବ୍ରାହ୍ମଣୀ ନଦୀ ରେ ବୁଲୁଥିବା କୁମ୍ଭୀର କୁଆଡେ ଢେଙ୍କାଳରେ ପହଞ୍ଚି ଯାଇଛି । ତାଳଚେର ସିରିକିଡା ଗାଁ ପାଖ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀ ରେ ଗତ କାଲି ଦେଇଥିବା କୁମ୍ଭୀର ଏବେ ଶିକାର ଖୋଜିବାରେ ଲାଗିଛି ।

ସେଠାରେ ମାଛ ଧରୁଥିବା ଜଣେ ଯୁବକ ଙ୍କୁ ଖାଇବାକୁ ଗୋଡାଇ ଆସୁଥିବା ବେଳେ ଅନ୍ୟ ଯୁବକ ମାନେ ଦେଖି ଦେଇ ଥିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲା ଯୁବକ ଙ୍କ ଜୀବନ । କୁମ୍ଭୀର ସେଠାରୁ ଶିକାର କରିବାରେ ବିଫଳ ହେବାରୁ ଏବେ ବ୍ରାହ୍ମଣୀ ନଦୀ ରୁ ଆସି ପହଞ୍ଚିଛି ଢେଙ୍କାନାଳ ଆଡକୁ । ଏ ନେଇ ଢେଙ୍କାନାଳ ବନ ପକ୍ଷ ରୁ ମାଇକ ଯୋଗେ ସତର୍କତା ଜାରି କରା ଯାଇଛି ।

ନଦୀ କୁ ଗାଧୋଇବା ବା ଶୌଚ ପାଇଁ ନ ଯିବାକୁ ବାରଣ କରା ଯାଇଛି । ବନ ବିଭାଗ ପକ୍ଷରୁ କୁମ୍ଭୀର ଆସିଥିବା ସୂଚନା ମିଳିଥିବା ବେଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ପରଜଙ୍ଗ, ପୋଡପୋଡା, କାମାକ୍ଷାନଗର, ଭୁବନ ଇତ୍ୟାଦି ଅଞ୍ଚଳରେ ଏବେ ଛାନିଆ ହେଲେଣି । ନଦୀ କୂଳରେ ରହୁଥିବା ଲୋକଙ୍କ ମନରେ ଭୟ ର ବାତାବରଣ ଖେଳି ଯାଇଛି ।

ଗତ 4 ଦିନ ତଳେ ଯାଜପୁର ବଋ ବ୍ଲକ ଅଞ୍ଚଳ ଦେଇ ବହି ଯାଇଥିବା ବିରୂପା ନଦୀ ରେ ଜ୍ୟୋସ୍ନାରାଣୀ ଜେନା ନାମକ ଜଣେ ମହିଳା ନଦୀ ରେ ଲୁଗା ସଫା କରିବା ବେଳେ ନର ରାକ୍ଷସ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଆଉ ଛଟପଟ କରି ମାରି ଖାଇ ଯାଇଥିଲା । ନଦୀ କୂଳରେ ଠିଆ ହୋଇ ଶହ ଶହ ଲୋକ ଏହି ଦ୍ରୁଶ୍ଯ କୁ ଦେଖୁଥିଲେ ବି କିଛି କରିପାରି ନ ଥିଲେ ।

ଏ ଦ୍ରୁଶ୍ଯ ମନରୁ ନ ଲିଭୁଣୁ କୁମ୍ଭୀର ଯେମିତି ଭାବେ ମଣିଷ ଶିକାର ଆରିବାକୁ ଏଣେତେଣେ ଘୁରି ବୁଲୁଛି ତାକୁ ନେଇ ଲୋକ ମାନେ ଭୟଭୀତ ହୋଇ ପଡିଲେଣି । ତେବେ ବର୍ତ୍ତମାନ ସମୟରେ କୁମ୍ଭୀର ର ଆତଙ୍କ ସମସ୍ତଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । କୁମ୍ଭିର ଜେଭଳି ଭାବେ ମଣିଷ ଶିକାର କରୁଛି ତାକୁ ନେଇ ଲୋକେ ଏବେ ଛାନିଆ ହେଲେଣି । କେତେବେଳେ ଯେ କାହାର ଜୀବନ ଚାଲିଯିବ କୁମ୍ଭୀର ହାବୁଡ ରେ ପଡିଲେ ତାହା କହି ହେଉ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।