ମଙ୍ଗଳବାର ଦିନ -ଏହି 1 ଜିନିଷ ହନୁମାନଙ୍କୁ ଚଢ଼େଇ ଦିଅନ୍ତୁ, ସବୁ ମନସ୍କାମନା ପୂରଣ ହେବ… ଧନ ପ୍ରାପ୍ତି ହେବ…Jay hanuman

ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ପ୍ରଭୁ ହନୁମାନଙ୍କର ପୂଜା କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ଦିନ ବୋଲି ବିବେଚନା କରାଯାଇଥାଏ । ତେବେ ଏହି ବିଶେଷ ଦିନରେ ଯଦି ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାଅର୍ଚନା କରିବା ସହ ଯଦି କିଛି ବିଶେଷ ଜ୍ଯୋତିଷ ବିଦ୍ୟାର ପ୍ରୟୋଗରେ କିଛି ନିୟମ କରାଯାଇଥାଏ । ତେବେ ମଙ୍ଗଳ ଦୋଷରୁ ବହୁତ ଜଲ୍ଦି ମୁକ୍ତି ମିଳିଯାଇଥାଏ । ଯେତେ ସବୁ ମାଙ୍ଗଳିକ କାର୍ଯ୍ୟରେ ବାଧା ଆସିଥାଏ ।

ତାହା କେବଳ ମଙ୍ଗଳ ଗ୍ରହର ବ୍ୟକ୍ତି ଉପରେ ଖରାପ ପ୍ରଭାବ ଥିଲେ ହିଁ ସବୁ ବାଧା ଆସିଥାଏ । ତେଣୁ ଯଦି ଆପଣ ମାନେ ମଧ୍ୟ ନିଜ ଉପରୁ ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ ଦୂର କରିବା ସହ ନିଜ ଗ୍ରହ ରେ ମଙ୍ଗଳଙ୍କ ସ୍ଥିତି ଦୃଢ କରିବାକୁ ଚାହୁଁଥାନ୍ତି । ତେବେ ଆପଣଙ୍କୁ ମଧ୍ୟ ମଙ୍ଗଳବାର ଦିନ ଏହି ଉପାୟକୁ କରିବାକୁ ପଡିବ । ଯେତେବେଳେ କୌଣସି ଲୋକର କୁଣ୍ଡଳୀରେ ମଙ୍ଗଳ ଦୋଷ ଲାଗିଥାଏ । ସେତେବେଳେ ଘରେ କଳିଝଗଡା ଓ ଦୁର୍ଘଟଣା ଆଦି ମଧ୍ୟ ଘଟିଥାଏ ।

ଏହାଛଡା ଅନେକ କିଛି ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ମଧ୍ୟ ଭୋଗିବାକୁ ପଡିଥାଏ । ତେଣୁ ନିଜ କୁଣ୍ଡଳୀରେ ମଙ୍ଗଳଙ୍କ ସ୍ଥିତି ମଜଭୁତ କରିବାକୁ ପ୍ରଥମେ ପଡିବ । ପ୍ରଥମେ ମଙ୍ଗଳବାରକୁ କଣ କଣ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ, ତାହାକୁ ପ୍ରଥମେ ଜାଣି ରଖନ୍ତୁ । ମଙ୍ଗଳବାରକୁ ଅତିରିକ୍ତ ଲୁଣର ସେବନ କରିବା ଅନୁଚିତ, ଆମିଷ ଦ୍ରବ୍ୟର ସେବନ କରିବା ଅନୁଚିତ, ଟଙ୍କା ଦେଣନେଣର କାର୍ଯ୍ୟ କରିବା ଅନୁଚିତ, କଳିଝଗଡା ବା କାହା ଉପରେ କ୍ରୋଧ କରିବା ଅନୁଚିତ, ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାଇବା ଅନୁଚିତ ।

ଲୁହା, ଷ୍ଟିଲ ଓ ଧାରୁଆ ଜିନିଷ ଏହି ସବୁ ଜିନିଷ ମଙ୍ଗଳବାରକୁ କିଣନ୍ତୁ ନାହିଁ । ତେବେ ମଙ୍ଗଳବାରକୁ ଏହି ସବୁ କାର୍ଯ୍ୟ କରିବା ଉଚିତ ମନେ କରାଯାଏ ନାହିଁ । ତେବେ ମଙ୍ଗଳବାରକୁ କେଉଁ ଉପାୟ କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟର ଉଦୟ ହୋଇଥାଏ ଚାଲନ୍ତୁ ଜାଣିବା ।

ମଙ୍ଗଳବାର ଦିନ ସକାଳ ଓ ସନ୍ଧ୍ଯା ସମୟରେ ପ୍ରଭୁ ହନୁମାନଙ୍କର ସମ୍ମୁଖରେ ଘିଅର ଦୀପ ଜାଳିବା ଉଚିତ । ତେବେ ଏହି ଉପାୟକୁ ଆପଣ ପାଞ୍ଚ ଥର କରିବା ଦ୍ଵାରା ସେଥିରୁ ନିହାତି ଭାବେ ପ୍ରଭୁ ହନୁମାନଙ୍କ କୃପାରୁ ସୁଫଳ ପ୍ରାପ୍ତ ହୋଇଥାଏ । ଏଥିଦ୍ଵାରା ଘରର ଧନସମ୍ପତ୍ତି ବୃଦ୍ଧି ପାଇଥାଏ । ଏଥିସହ ଭଗବାନ ହନୁମାନଙ୍କ ଚରଣରେ ସିନ୍ଦୁର ଅର୍ପଣ କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହସ୍ଥିତି ମଜଭୁତ ହୋଇଥାଏ ।

ନହେଲେ ଚମେଲୀ ତେଲରେ ସିନ୍ଦୁର ଚଢାଇବାକୁ କୌଣସି ବ୍ରାହ୍ମଣଙ୍କୁ କୁହନ୍ତୁ । ଯଦି ଗୋଟେ ତୁଳସୀ ପତ୍ରରେ ରକ୍ତ ଚନ୍ଦନରେ ରାମ ଲେଖିକି ଭଗବାନ ହନୁମାନଙ୍କୁ ଅର୍ପଣ କରିବେ । ଏଥିଦ୍ବାରା ପ୍ରଭୁ ବହୁତ ଶୀଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ୍ଲାଗିଥିବ । ତେବେ ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ