ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗୀବାଲୀଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ, ଭାଗ୍ୟ ପୁରା ବଦଳିଯିବ…

ପ୍ରତ୍ଯେକ ଦିନ ପ୍ରଭୁ ହନୁମାନଙ୍କର ଭକ୍ତିର ସହ ପୂଜା କରିବା ଦ୍ଵାରା ବ୍ୟକ୍ତିର ସବୁ ସଙ୍କଟ ପ୍ରା ସଙ୍କଟମୋଚନ ଦୂର କରିଥାନ୍ତି । ବିଶେଷ ରୂପେ ସପ୍ତାହର ସାତ ବାର ମଧ୍ୟରୁ ମଙ୍ଗଳବାରଟି ପ୍ରଭୁ ହନୁମାନଙ୍କର ବହୁତ ପ୍ରିୟର ବାର ହୋଇଥାଏ । ଏହି ବାରରେ ପ୍ରଭୁ ହନୁମାନ ଜୀଙ୍କର ପୂଜା କରିବା ଦ୍ଵାରା ସେହି ଲୋକଙ୍କର ଭାଗ୍ୟ ଟାଣ ହୋଇବା ସହ ସେହି ଲୋକର ମଙ୍ଗଳ ଗ୍ରହର ପ୍ରଭାବ ମଧ୍ୟ ମଜଭୁତ ହୋଇଥାଏ ।

ଯେଉଁ ଲୋକ ନିଜ ଜୀବନରେ ବହୁ ଅଧିକ ପରିଶ୍ରମ କରି ସୁଦ୍ଧା ତାକୁ ଜୀବନରେ ପରିଶ୍ରମ ଅନୁଯାଇ ସଫଳତା ପ୍ରାପ୍ତ ହେଉନଥାଏ । ତେବେ ସେହି ବ୍ୟକ୍ତିର କୁଣ୍ଡଳୀର ମଙ୍ଗଳ ଗ୍ରହର ସ୍ଥିତି ଭଲ ନଥାଇପାରେ । ତେବେ ବ୍ୟକ୍ତି ନିଜ କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ମଜଭୁତ କରିବାକୁ ଚାହୁଁଥିଲେ । ସେହି ଲୋକକୁ ଏହି ସବୁ ନିୟମ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ କୌଣସି ଏକ ବିଶେଷ ମଙ୍ଗଳବାର ଦିନ ଶୀଘ୍ର ଉଠି ସ୍ନାନ ସାରି ଦିଅନ୍ତୁ ।

ଏହାପରେ ନାଲି ରଙ୍ଗର ଗୋଲାପ ଫୁଲର ଏକ ମାଳା କିଣି ଆଣନ୍ତୁ । ସେହି ମାଳାକୁ ନେଇ ଆପଣ ପ୍ରଭୁ ହନୁମାନଙ୍କର ମନ୍ଦିରକୁ ଯାଆନ୍ତୁ । ସେଠାରେ ସେହି ମାଳାକୁ ପ୍ରଭୁଙ୍କୁ ଚଢାଇ ପୂଜା କରନ୍ତୁ । ଏହାପରେ 11 ଥର ଭକ୍ତିରେ ହନୁମାନ ଚାଳିଶାର ପାଠ କରନ୍ତୁ । ହନୁମାନ ଚାଳିଶାର ପାଠ କରିବା ସମୟରେ ମନରେ କୌଣସି ପ୍ରକାର ଖରାପ ଚିନ୍ତାଧାରା ନରଖି ମନକୁ ଶାନ୍ତ ରଖି ହନୁମାନ ଚାଳିଶାର ପାଠ କରନ୍ତୁ ।

ଏହା କରିବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ଗ୍ରହର ସ୍ଥିତି ଖୁବ ଦୃଢ ହୋଇଯାଇଥାଏ । ତେବେ ଯଦି କୌଣସି ବ୍ୟକ୍ତି କୌଣସି ପ୍ରକାର ଆର୍ଥିକ ସଙ୍କଟରେ ପଡିଥାଏ । ତେବେ ସେହି ଲୋକ ସକାଳ, ଦିପ୍ରହର ଓ ସନ୍ଧ୍ଯାରେ ନାଲି ବସ୍ତ୍ର ଧାରଣ କରି ବେସନର ଲଡୁ ନେଇ ପ୍ରଭୁ ହନୁମାନଙ୍କୁ ଭୋଗ ଲଗାନ୍ତୁ ।

ତାପରେ ଭକ୍ତିର ସହ 11 ଥର ହନୁମାନ ଚାଳିଶାର ଜପ କରନ୍ତୁ । ତେବେ ଏହି ସବୁ ଉପାୟକୁ ଅନ୍ୟ ଦିନ କରିବା ଅପେକ୍ଷା ମଙ୍ଗଳବାରରେ କରିବା ଦ୍ଵାରା ଏହା ଖୁବ ଶୀଘ୍ର ଲାଭଦାୟୀ ହୋଇଥାଏ । ଏହାଦ୍ବାରା ପ୍ରଭୁ ସଙ୍କଟ ମୋଚନ ତାଙ୍କ ଭକ୍ତକୁ ସବୁ ସଙ୍କଟରୁ ରକ୍ଷା କରିଥାନ୍ତି ।

ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବା ସହ ଭକ୍ତିର ସହ କମେଣ୍ଟରେ ଜୟ ଶ୍ରୀ ହନୁମାନ ଲେଖିକି ନିଶ୍ଚୟ ଜଣାନ୍ତୁ ।