ମଝି ଚିଲିକାରୁ ଶୁଭୁଛି ଆମକୁ ଉଦ୍ଧାର କର, ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ video

ପୁଣି ଥରେ ସାମ୍ନାକୁ ଆସିଛି ଚିଲିକାର ଅତଳ ପାଣି ମଧ୍ୟରେ ଯାତ୍ରୀମାନେ ଫସି ରହିବାର ଏକ ଦୃଶ୍ୟ ବିକଟାଳ ଦୃଶ୍ୟ । ଏକ ଘଣ୍ଟାରୁ ଅଧିକ ସମୟ ଧରି ପାଣି ମଝିରେ ଏମାନେ ଅଟକି ରହି ଉଦ୍ଧାର ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଚିଲିକାରେ ଲଗାତାର ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ନଇ ମଝିରେ ଡଙ୍ଗାରେ ଲୋକମାନେ ଅଟକି ରହିବା ଓ କେଉଁଠି ଡଙ୍ଗା ଓଲଟି ଯାତ୍ରୀମାନେ ପ୍ରାଣ ହରାଇବାର ଅନେକ ଘଟଣା ନିକଟ ଅତୀତରେ ଦେଖିବାକୁ ମିଳିଛି ।

କିଛିଦିନ ତଳେ ଏକ ଟ୍ରଲରରେ କିଛି ଯାତ୍ରୀ କାଳିଜାଇ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ହ୍ରଦ ମଝିରେ ଟ୍ରଲରଟି ଅଟକି ରହିଥିବା ଘଟଣା ସାମ୍ନାକୁ ଆସିଥିଲା । ଏପରିକି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏନଡ଼ିଆରଏଫ ଟିମ୍ ର ଟ୍ରଲରଟି ମଧ୍ୟ ସେଠାରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା । ଚିଲିକାରେ ଲଗାତାର ପ୍ରତି ଦିନେ ଦୁଇ ଦିନ ବ୍ଯବଧାନରେ ଏଭଳି ଭୟଙ୍କର ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଜି ପୁଣି ଥରେ ଏଭଳି ଏକ ଘଟଣା ଘଟିଛି ଯାହା ଦେଖିବା ଲୋକର ଛାତି ଥରେଇ ଦେଉଛି ।

ଏଠାର ଡଙ୍ଗା କି ଟ୍ରଲର ନୁହେଁ ବରଂ ମଝି ଚିଲିକାରେ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଅଟକି ରହିଛି ଏକ ଯାତ୍ରୀବାହୀ ଭସାପୋଲ । ସୂଚନା ଅନୁଯାୟୀ ଏହି ଭସାପୋଲଟି ସାତପଡା ଠାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଥିରେ ଦୁଇଟି ଯାତ୍ରୀବାହୀ ବସ୍ ଓ 10ଟି ବାଇକ ସମେତ ପ୍ରାୟ 100 ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବା ଜଣାପଡିଛି ।

ଏମାନେ ସମସ୍ତେ ମଝି ଚିଲିକାରେ ଭସାପୋଲ ଉପରେ ଅଟକି ରହିଛନ୍ତି । ପାଣି ମଝିରୁ ଆମକୁ ଉଦ୍ଧାର କର ବୋଲି ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ଭସାପୋଲଟି ଏତେ ବୋଝ ବୋହିଥିବା ବେଳେ ବର୍ତ୍ତମାନ ସେଥିରେ ଥିବା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ସମସ୍ତେ ଅତଳ ଜଳରାଶି ମଧ୍ୟରେ ସାହାଯ୍ୟ ପାଇଁ ଆକୁଳ ହୋଇ ଚାହିଁ ରହିଛନ୍ତି ।

ତେବେ ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଭଲରେ ଭଲରେ ସମସ୍ତଙ୍କୁ ଉଦ୍ଧାର କରାଯାଉ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।