ମାଳିକା ବଚନ ସତ ହେବାକୁ ଯାଉଛି କି ? କଣ ସତରେ ମାଡି ଆସୁଛି ମହାବିପଦ ? କାରଣ ଦେଖିବାକୁ ମିଳିଲାଣି ସେଭଳି କିଛି ସଂକେତ ? ସଖା ଅଚ୍ୟୁତାନନ୍ଦଙ୍କ ଗୋଟି ଗୋଟି ବାଣୀ ସତ ହେବକି ! ମହାପ୍ରଭୁ ଏନେଇ ସଙ୍କେତ ଦେଲେ କି ! କାରଣ ନୀଳଚକ୍ର ଉପରେ ଶହ ଶହ ଚିଲ ଉଡୁଥିବାର ଦେଖାଗଲା । ହଁ ଆଜ୍ଞା, ହୁଏତ ମାଡି ଆସୁଛି କୌଣସି ବଡ ବିପଦ । କାରଣ ଶ୍ରୀମନ୍ଦିର ଉପରେ ଘଣ୍ଟା ଘଣ୍ଟା ଧରି ଚିଲ ଉଡିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଶ୍ରୀମନ୍ଦିର ଉପରେ ଅଦିନିଆ ଚିଲ ଉଡିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି । ମହାପ୍ରଭୁଙ୍କ ଏହା କି ସଙ୍କେତ ବୋଲି ଏବେ ଚାରିଆଡେ ଚର୍ଚ୍ଚା କରୁଛନ୍ତି ଲୋକେ । ଆଜ୍ଞା ହଁ, ଏହା ହେଉଛି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହ ଶହ ଚିଲ ଘେରା ମାରି ଉଡି ବୁଲୁଥିଲେ । ଶ୍ରୀମନ୍ଦିର ନୀଳଚକ୍ର ଉପରେ କେମିତି ଚିଲମାନେ ଉଡି ବୁଲୁଛନ୍ତି ଟିକେ ଭଲ କରି ଦେଖି ନିଅନ୍ତୁ ଏହି ଦୃଶ୍ୟ ଆପଣ ଜାଣିପାରିବେ ।
କାରଣ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା ଅଶୁଭ ସଙ୍କେତ ଅଟେ । ଗତ କିଛିଦିନ ପୂର୍ବରୁ ଶ୍ରୀମନ୍ଦିରର ୨୨ ପାହାଚରେ ପାଣି ପଶି ଯାଇଥିବାର ଆପଣ ଦେଖିଥିବେ । ୨୨ ପାହାଚରେ ଲହଡି ଭାଙ୍ଗୁଥିଲା ପାଣି । ଯାହାକୁ ଦେଖି ଶ୍ରୀକ୍ଷେତ୍ର ବାସୀଙ୍କ ସମେତ ସାରା ଓଡିଶାବାସୀ ଭୟଭୀତ ହୋଇ ଯାଇଥିଲେ ।
ଆଉ ଏବେ ପୁଣି ଥରେ ଶ୍ରୀମନ୍ଦିର ଉପରେ ଚିଲ ଉଡିବା ଘଟଣାକୁ ନେଇ ମଧ୍ୟ ରାଜ୍ୟବାସୀ ଖୁବ୍ ଭୟଭୀତ ଅଛନ୍ତି । ଏବେ ଯେ ପୁଣି କେଉଁ ବିପଦ ଆସିବାକୁ ଯାଉଛି ତାହା କାହାକୁ ଜଣାନାହିଁ । ସମସ୍ତଙ୍କ ମନରେ ଉଙ୍କି ମାରୁଛି ଅନେକ ଆଶଙ୍କା । ଆଗକୁ ବାତ୍ୟା ଆସିବା ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଏହା ସେଇ ମହାବିପଦ ନୁହେଁ ତ ବୋଲି ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । କାରଣ ବିଦେଶୀ ପାଣିପାଗ ସଂସ୍ଥା ପୂର୍ବାନୁମାନ କରି ସୁଚାନ ଦେଇସାରିଛି ଯେ ଏହା ମହାବାତ୍ୟାର ରୂପ ନେଇପାରେ ।
ତେବେ ଯେତେ ବଡ ବିପଦ ଆସୁ ନା କାହିଁକି ସବୁଥିରୁ ମହାପ୍ରଭୁ ନିଶ୍ଚୟ ଉଦ୍ଧାର କରିବେ ବୋଲି ଲୋକଙ୍କ ମନରେ ବିଶ୍ବାସ ଓ ଭରସା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।