ରୁହନ୍ତୁ ସତର୍କ, ବ୍ୟପୁଛି କରୋନାର ନୂଆ ଭ୍ୟାରିଆଣ୍ଟ, ହୋଇପାରେ Lockdown… ଦେଖନ୍ତୁ କଣ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ Mansukh Mandaviya

ଦୁଇ ବର୍ଷ ଧରି ସାରା ପୃଥିବୀକୁ ଡରେଇ ଚାଲିଥିବା କରୋନା ମହାମାରୀ ଶେଷ ହେବାର ନାଁ ନେଉ ନାହିଁ । ରୂପ ପରିବର୍ତ୍ତନ କରି ଗୋଟିଏ ପରେ ଗୋଟିଏ ରୂପରେ ମାଡି ଚାଲିଛି ଏହି ମହାମାରୀ । ଲୋକମାନେ ପରିସ୍ଥିତିକୁ ନେଇ ସାମାନ୍ଯ ଆଶ୍ଵସ୍ତି ଲାଭ କରିବା ବେଳେ ପୁଣି ଥରେ ମାଡି ଆସୁଛି କାରୋନାର ଆଉ ଏକ ନୂଆ ଭ୍ୟାରିଆଣ୍ଟ । ପୂର୍ବରୁ ମହାମାରୀର ତୃତୀୟ ଲହରକୁ ଲୋକେ ସାମ୍ନା କରି ସାରିଥିବା ବେଳେ ଏବେ ଚତୁର୍ଥ ଲହରକୁ ନେଇ ସାରା ଦୁନିଆ ଚିନ୍ତିତ ।

କାରଣ ଚୀନ ସମେତ ବିଶ୍ଵର ଅନ୍ୟ କେତେକେ ଦେଶରେ ମହାମାରୀ କରୋନା ହୁହୁ ହୋଇ ମାଡି ଚାଲିଛି । ଯାହାକୁ ନେଇ ଭାରତରେ ମଧ୍ୟ ଏକ ପ୍ରକାର ଆତଙ୍କ ଖେଳି ଗଲାଣି । ବର୍ତ୍ତମାନ ପଡୋଶୀ ଦେଶ ଚୀନରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଉ ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି । ଏଥିପାଇଁ ଚୀନର ବିଭିନ୍ନ ସହରରେ ଲକଡାଉନ ଘୋଷଣା କରାଯାଇଛି ।

ଓମିକ୍ରନ ର ନୂଆ ଏକ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କେବଳ ଚୀନ ନୁହେଁ ବରଂ ପଶ୍ଚିମ ୟୁରୋପୀୟ ଦେଶ ମାନଙ୍କରେ ମଧ୍ୟ କୋଭିଦ ସଂକ୍ରମିତଙ୍କ ସଂଖ୍ୟା ବହୁଳ ମାତ୍ରାରେ ବଢିବାରେ ଲାଗିଛି । ଆମେରିକା, ଜର୍ମାନୀ ଓ ଦକ୍ଷିଣ କୋରିଆ ଭଳି ଦେଶରେ ସଂକ୍ରମଣ ବଢୁଛି । ଓମିକ୍ରନର ନୂଆ ଭ୍ୟାରିଆଣ୍ଟ ପାଇଁ ଏହି ସଂକ୍ରମଣ ବୃଦ୍ଧି ହେଉଛି ବୋଲି କୁହାଯାଉଛି । ସେପଟେ ଇସ୍ରାଏଲରେ ମଧ୍ୟ ପୁଣି ବାହାରିଛି କୋଭିଡର ନୂଆ ଭ୍ୟାରିଆଣ୍ଟ ।

ଏହି ନୂଆ ଭ୍ୟାରିଆଣ୍ଟରେ ଦୁଇ ଜଣ ସଂକ୍ରମିତ ହୋଇଥିବା ଇସ୍ରାଏଲର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିରେ ଓମିକ୍ରନର ଉଭୟ ସବ୍ ଭ୍ୟାରିଆଣ୍ଟ ବିଏ୧ ଏବଂ ବିଏ୨ ଦେଖିବାକୁ ମିଳିଛି । ନୂଆ ଭ୍ୟାରିଆଣ୍ଟ ପ୍ରଭାବରେ ସାମାନ୍ଯ ଜ୍ଵର, ମାଂସପେଶୀ ଦରଜ ଏବଂ ମୁଣ୍ଡବିନ୍ଧା ହେଉଥିବା ବେଳେ ଏହାର କୌଣସି ସ୍ଵତନ୍ତ୍ର ଚିକିତ୍ସା କରା ଯାଉନାହିଁ । ଇସ୍ରାଏଲରେ ଚିହ୍ନଟ ଏହି ନୂଆ ଭ୍ୟାରିଆଣ୍ଟ ବିଶ୍ବରେ ଆଉ କେଉଁଠି ଦେଖା ଯାଉନାହିଁ । ରିସର୍ଚ୍ଚରୁ ଏହା ଅଧିକ ଘାତକ ହୋଇଥିବା ଜଣାପଡିଛି ।

ଆଉ ଏହା ଉପରେ କୌଣସି ଟୀକା ପ୍ରଭାବ ପକାଇ ପାରିବ ନାହିଁ । ତେଣୁ କରୋନା ଭାରତ ଛୁଇଁବା ପୂର୍ବରୁ ଆଗୁଆ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁକ ମାନବୀୟ ବୈଠକ କରି ଏମିତି ସତର୍କବାଣୀ ଶୁଣାଇଛନ୍ତି । ଉଚ୍ଚସ୍ତରୀୟ ସତର୍କତା, ସଂକ୍ରମଣ ଉପରେ କଡା ନଜର ଇ ଜିନୋମ ସିକ୍ୱେଂସିଙ୍ଗ ଉପରେ ବିଶେଷ ଗୁରୁତ୍ଵ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।