କରୋନା କାଳରେ ପୃଥିବୀ ଉପରକୁ ମାଡି ଆସୁଛି ଆଉ ଏକ ବିପଦ, ସୌର ଝଡ, କାମ କରିବନି ଆଉ ମୋବାଇଲ

ନମସ୍କାର ବନ୍ଧୁଗଣ ମାଡି ଆସୁଛି ସୌର ଝଡ଼ । ମହାମାରୀ କରୋନା ନ ଯାଉଣୁ ପୃଥିବୀ ଉପରକୁ ମାଡି ଆସୁଛି ଆଉ ଏକ ସମସ୍ୟା । ଏହା କୌଣସି ଭାଇରସ ନୁହେଁ । ତାଣ୍ଡବ ରଚିବାକୁ ଯାଉଛି ପ୍ରକୃତି ।

ଯାହାର ସାମ୍ନା କରିବେ ବିମାନ ଯାତ୍ରୀ । ପ୍ରଭାବିତ ହୋଇ ପାରେ ପାୱାର ଗ୍ରୀଡ଼, ମୋବାଇଲ ଫୋନ ଏବଂ ରେଡ଼ିଓ ଯୋଗାଯୋଗ । ଜଳବାୟୁ ର ଅସ୍ବଭାବିକ ପରିବର୍ତ୍ତନ ଯୋଗୁଁ ପୃଥିବୀ ଉପରେ ଦେଖାଦେଇଛି ଆଉ ଏକ ବିପଦ । ଏବେ ଆସନ୍ତୁ ଜାଣିନେବା ସେହି ଅଦୃଶ୍ୟ ବିପଦ ସମ୍ପର୍କରେ । ଏହି କିଛି ବର୍ଷ ହେବ ସୂର୍ଯ୍ୟ ଙ୍କ ଶକ୍ତି ରୁ ଅନେକ ଉତ୍ତପ୍ତ ଗ୍ୟାସ ବାହାରୁଛି । ଯାହାକୁ କରୁନାଲ ମାସ ଇଞ୍ଜେକ୍ସନ ବୋଲି କୁହାଯାଉଛି ।

ଏହି ଉତ୍ତପ୍ତ ଗ୍ୟାସ ର ପ୍ରଭାବ ପୃଥିବୀ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଏମିତି କି ଚୁମ୍ବକୀୟ ଝଡ଼ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଦ୍ଵନ୍ଦ ରେ ଥିଲା ବେଳେ । ଏହା ବହୁ ମାତ୍ରାରେ ପ୍ରଭାଵି ନୁହଁ ବୋଲି କୁହାଯାଉଛି । ତେବେ କୁହାଯାଉଛି ଯେ ଏହି ଚୁମ୍ବକୀୟ ଝଡ଼ ହେବା ଫଳରେ ପୃଥିବୀ ରେ ମୋବାଇଲ ଯୋଗାଯୋଗ ପ୍ରକ୍ରିୟା, ରେଡ଼ିଓ କମ୍ୟୁନିକେଶନ, ପାୱାର ଗ୍ରୀଡ଼ ଆଦି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ଛଡା ବିମାନ ରେ ଯାତ୍ରା କରୁଥିବା ଏବଂ ବିମାନ ରେ କାର୍ଯ୍ୟ କରୁଥିବା ମାନଙ୍କ ପାଇଁ ଏହା ଅଧିକ ବିପଦ ବୋଲି କୁହା ଯାଉଛି । ଆଉ କିଛି ବର୍ଷ ପରେ ଲଗାତାର ସୌର ଝଡ଼ ଏବଂ ଚୁମ୍ବକୀୟ ଝଡ଼ ସୃଷ୍ଟି ହେବ ବୋଲି ବୈଜ୍ଞାନିକ ମାନେ ଅନୁମାନ ଲଗାଇ କହୁଛନ୍ତି । ପ୍ରକୃତି ର ତାଣ୍ଡବ ସୌର ଝଡ଼ ପ୍ରଭାବରେ ପୃଥିବୀର କମ୍ୟୁନିକେଶନ ସିଷ୍ଟମ ବା ଯୋଗାଯୋଗ ପ୍ରକ୍ରିୟା ବେସ ପ୍ରଭାବିତ ହୋଇ ପାରେ ।

ଏପରିକି ଜିପି ଏସ ସେବା ଉପରେ ଏହା ପ୍ରଭାବ ପକାଇବାର ସମ୍ଭାବନା ରହିଛି ଯାହା ଫଳରେ ବିମାନ ର ଯାତ୍ରୀ ମାନେ ଏବଂ କର୍ମଚାରୀ ମାନେ ଭୁଲ ଯୋଗାଯୋଗ ହେବାର ଶିକାର ହୋଇ ପାରିବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାକୁ ନେଇ ବେସ ଚିନ୍ତା ରେ ଅଛନ୍ତି ବିଶ୍ୱ ବାସୀ । ଏବେ ସାରା ବିଶ୍ୱ କରୋନା ଭାଇରସ ସହ ଲଢ଼ୁଛି । ଏମିତି ରେ ଲକ୍ଷ ଲକ୍ଷ ଲୋକଙ୍କ ଜୀଵନ ନେଇ ସାରିଲାଣି ଏହି ମହାମାରୀ କୋଭିଡ ୧୯ ।

ଏହା ଉପରେ ଆହୁରି ପୃଥିବୀ ଉପରକୁ ମାଡି ଆସୁଥିବା ସୌର ଝଡ଼ ଏବଂ ଚୁମ୍ବକୀୟ ଝଡ଼ ର ଖବର ସାରା ବିଶ୍ୱ କୁ ଦୋହଲାଇ ଦେଇଛି ଏବଂ ସମସ୍ତ ଙ୍କୁ ଭୟବିତ ମଧ୍ୟ କରି ଦେଇଛି ।
ତେବେ ବିଶେଷଜ୍ଞ ଙ୍କ ଅନୁସାରେ ଏହା ପୃଥିବୀ ଉପରେ ବେଶ କିଛି କ୍ଷତି କରିବ ନାହିଁ ବୋଲି ନିଜର ମତ ରଖିଛନ୍ତି । ତେବେ ଆଗକୁ ଏହାର ପ୍ରଭାବ କଣ କେମିତି ରହିବ ତାହା ଦେଖିବାର ବାକି ଅଛି ।