ମାଆ ତିନି ଦିନ ହେଲାଣି ଶୋଇ ରହିଛି । କିନ୍ତୁ ନିରୀହ ଶିଶୁଟି ଜାଣି ପାରୁନି କି ତା’ ମା’ର କ’ଣ ହେଇଛି । ମା କ’ଣ କରୁଛି ବୋଲି ପଚରା ଯିବାରୁ ଛୁଆଟି କହୁଛି କି ତା ମା’ ଶୋଇଛି । ଏପରି ଏକ ଦଯନୀୟ ଘଟଣା ଘଟିଛି ବଲାଙ୍ଗୀର ରେ । ଉକ୍ତ ମହିଳାଙ୍କର କେହି ମଧ୍ୟ ସମ୍ପର୍କୀୟ ନାହାନ୍ତି । ଜଣେ ଲୋକ ତାଙ୍କୁ ସେଠାରେ ଆଶ୍ରା ଦେଇଥିଲେ । ସେ ତାଙ୍କର ତିନି ବର୍ଷର ଶିଶୁ କନ୍ୟାକୁ ଧରି ସେହି ଘରେ ରହୁଥିଲେ ।

ପାଖ ପଡୋଶୀରେ କାମ କରି ନିଜର ଓ ଶିଶୁ କନ୍ଯାର ଭରଣ ପୋଷଣ କରୁଥିଲେ ଉକ୍ତ ମହିଳା ଜଣକ । ପୂର୍ବରୁ ମଧ୍ୟ ମହିଳା ଜଣକ ଏମିତି କିଛି ଦିନ ବାହାରକୁ ବାହାରନ୍ତି ନାହିଁ । ସେଥିପାଇଁ ଏଥର ସେ ତିନି ଦିନ ହେବ ବାହାରକୁ ନ ଆସିବାରୁ କାହାରିକୁ କିଛି ସନ୍ଦେହ ହୋଇ ନଥିଲା। ଶିଶୁଟି ମୃତ ମା ସହ ତିନି ଦିନ ହେବ ସେମିତି ଶୋଇ ରହିଥିଲା । ମା ପାଟିରୁ ପୋକ ବାହାରିବା ଦେଖି ସେ ବାହାରକୁ ଆସି ଲୋକଙ୍କୁ କହିଥିଲା ।
ତା’ପରେ ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଉକ୍ତ ମହିଳା ଜଣକ ତିନି ରୁ ଚାରି ଦିନ ହେବ ମୃତ୍ୟୁବରଣ କଲେଣି ବୋଲି ଜଣା ପଡିଥିଲା । ସେ ଏକୁଟିଆ ମହିଳା ରହୁଥିବାରୁ ତାଙ୍କ ଘର ଭିତରକୁ କେହି ମଧ୍ୟ ଯିବାକୁ ସଙ୍କୋଚ କରନ୍ତି । ତେବେ କିଛି ଦିନ ହେବ ଉକ୍ତ ମହିଳା ଅସୁସ୍ଥ ଥିଲେ ବୋଲି କହିଛନ୍ତି ପାଖ ପଡୋଶୀ ମାନେ ।
ଉକ୍ତ ମହିଳାଙ୍କ ଗଳିତ ଶବ ଉଦ୍ଧାର ଲାଗି ପୋଲିସକୁ ଖବର ଦିଆ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି । ପୋଲିସ ପହଞ୍ଚିବା ପରେ ଉକ୍ତ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବ । କିନ୍ତୁ ତିନି ବର୍ଷର ନିରୀହ ଶିଶୁଟି ଜାଣିପାରୁ ନାହିଁ କି ତା’ ମାଆ ଆଉ ଏ ଦୁନିଆରେ ନାହିଁ । ତାକୁ ପଚାରିବାରୁ ତା’ ମାଆ ଶୋଇଛି ବୋଲି ସେ କହୁଛି ।

ଏବେ ତା’ର କଣ ହେବ ? ସେ କେଉଁଠି ରହିବ ? ଏସବୁ ଏବେ ଚିନ୍ତାର ବିଷୟ ପାଲଟିଛି । ତେଣୁ ସରକାର ଯଦି କିଛି ସାହାଯ୍ୟ କରନ୍ତେ ତେବେ କୁନି ଶିଶୁଟିର ଥଇଥାନ ହୋଇ ପାରନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।