ବନ୍ଧୁଗଣ ମା ସମଲେଶ୍ଵରୀ ଦେବୀ କିଏ ? ସତରେ କଣ ମା ପାର୍ବତୀ ଏବେ ମା ସମଲେଶ୍ଵରୀ ଦେବୀଙ୍କ ନାମରେ ପୂଜା ପାଉଛନ୍ତି କଣ ରହିଛି ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଏହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରଥମେ ସମ୍ବଲପୁର ପାଟଣା ରାଜ୍ୟ ନାମରେ ଜଣାଥିଲା । ଏଠିକାର ରାଜାଙ୍କ ଦୁଇ ପୁଅର ନାମ ଥିଲା ନରସିଂହ ଦେବ ଓ ବଳରାମ ଦେବ । ରାଜା ଦୁଇ ପୁଅଙ୍କ ନାମରେ ରାଜ୍ୟ ଦୁଇ ଭାଗ କରିଲେ ଆଉ ବଳରାମ ଦେବଙ୍କୁ ହୁମାରାଜ୍ୟ ମିଳିଲା । ହୁମାରାଜ୍ଯର ଚାଉରପୁର ଗାର ଛାଲୁ ନାମକ ବ୍ୟକ୍ତି ଅନାଥ ଥିଲେ ।

ଛାଲୁ ଗାଈ ଚରୁଆଳି ଭାବେ କାମ କରୁଥିବା ସମୟରେ ରଙ୍ଗୀ ନାମକ ଯୁବତିଙ୍କୁ ବିବାହ କରିଥିଲେ ଆଉ ତାପରେ କାମ ଛାଡି ଦେଇଥିଲେ । ଦୁହେଁ କେନ୍ଦୁ ତୋଳିବା ପାଇଁ ଦିନେ ମାହାନଦୀକୁ ଯାଇଥିଲେ । କିନ୍ତୁ ଗ୍ରୀଷ୍ମ ଋତୁ ଥିବାରୁ ଛାଲୁ କେନ୍ଦୁ ତୋଳିବା ସମୟରେ ଗଛରୁ ପଡିଗଲା ଆଉ ତାର ମେରୁ ଦଣ୍ଡ ଭାଙ୍ଗିବା କାରଣରୁ ରଙ୍ଗୀ କାମ ଖୋଜିବାରେ ଲାଗିଲା । କିନ୍ତୁ ତାଙ୍କୁ କୌଣସି କାମ ନ ମିଳିବାରୁ ଭିକ୍ଷା ବୃତ୍ତି କରିବାକୁ ଲାଗିଲେ । ଦିନେ ବର୍ଷା ଜୋରରେ ହେଉଥାଏ ଆଉ ରଙ୍ଗୀ ଭିକ୍ଷା କରିବାକୁ ଗଲେ ବି ତାକୁ କେହି ଦେଲେ ନାହି ।
ଆଉ ଶେଷରେ ନିଜେ ପିନ୍ଧିଥିବା ରୂପା ମୁଦିକୁ ବିକ୍ରି କରି ଯାହା ଟଙ୍କା ମିଳିଲା ସେଥିରେ ଖାଦ୍ୟ ସାମଗ୍ରୀ ଆଣି ମହାନଦୀ ଦେଇ ଆସୁଥିବା ବେଳେ ରଙ୍ଗିର ପାଦ ତଳେ ଖସିଯାଇ ଚାଉଳ ମାଟିରେ ମିସିଗଲା । ନିଜ ସ୍ବାମୀଙ୍କ କଥା ଭାବି ଭାବି ରଙ୍ଗୀ ଅଚେତ ହୋଇଗଲା ଆଉ ଠିକ ସେହି ସମୟରେ ଜଣେ ଦେବୀ ପ୍ରକଟ ହୋଇ ସ୍ଵାମୀ ସେବାରେ ପ୍ରସନ୍ନ ହୋଇଥିବାରୁ ବରଦାନ ଦେଲେ କି ଆଜୀବନ ଯେତେ ଖାଇଲେ ବି ସରିବ ନାହି ।

ଏତିକି କହି ଦେବୀ ଉପାୟ କହିଲେ କି ମହାନଦୀ ଠାରୁ ୫ କୋଷ ଯାଏଁ ଏକ ବିରାଟକାୟ ବାଲିକୁଦ ଆଉ ତା ଉପରେ ବଡ ଧରଣର ସାପ ଥିବ ଆଉ ସାପକୁ ଦେଖି ନ ଦରି ସାପ ସେଠାରୁ ଯିବା ପରେ ସାପ ସୋଇଥିବା ଜାଗାରେ ଯାହା ଥିବ ତାହାକୁ ଆଣି ଜୁହରକୁ ଦେଲେ ଖାଇବାର ଅଭାବ ହେବ ନାହି । ଦେବୀ ଯାହା କହିଥିଲେ ରଙ୍ଗିକୁ କରିବା ପାଇଁ ସେ ଠିକ ସେୟା କରିଲା ଆଉ ତା ପରେ ତା ସ୍ଵାମୀ ଅସୁସ୍ଥ ହେବ ସହ ତାର ଘର ଧନରେ ଭରିଗଲା ।
ଏହି ଖବର ଗାଁ ଲୋକେ ରାଜାଙ୍କୁ ଦେବା ପରେ ରଙ୍ଗିକୁ ବନ୍ଦୀ କରାଗଲା ଆଉ ଦେବୀ ସ୍ଵପ୍ନରେ ଆସି ରାଜାଙ୍କୁ ସବୁ କଥା କହିବା ରାଜା ରଙ୍ଗିକୁ ମୁକ୍ତ କରି ତା ଘରେ ଛାଡି ଆସିଲେ । ପରେ ରାଜା ଚିନ୍ତା କରିଲେ ଦେବୀ କିଏ ଯିଏ ମୋ ସ୍ଵପ୍ନରେ ଆସିଲେ ଆଉ ରଙ୍ଗୀ ସହ ତାଙ୍କର ସମ୍ପର୍କ କଣ ଏ ବିଷୟରେ ଜାଣିବାକୁ ରାଜା ସନ୍ଧାନ ଜାରି କରିଲେ । ରାଜା ଯାଉଥିବା ସମୟରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବ ସହ ସେଠାରେ ସୋଇଥିବା ଅବସ୍ଥାରେ ଦେବୀ ପୁଣି ସ୍ଵପ୍ନାଦେଶ ଦେଲେ କି ମହାନଦୀ କୂଳରେ ଏକ କୁଡିଆରେ ଶଙ୍ଖ ଧ୍ୱନି ଶୁଭୁଛି ।

ଆଉ ରାଜା ସେଠାରେ ପହଞ୍ଚି ଦେବୀଙ୍କ ଦର୍ଶନ କରି ତାଙ୍କୁ ପଚାରିବାରୁ ଦେବୀ କହିଲେ ମୁଁ ପାର୍ବତୀ । ଆଉ ଏଠାରେ ଦେବୀ ରହିବାର କାରଣ ରାଜାଙ୍କୁ କହିଲେ ମହାଦେବ ଏଠାରେ ରହିବାକୁ ନିଜ ଜଟାର ୮ ଭାଗ ପକାଇଥିଲେ ମା ମଧ୍ୟ ସ୍ଵର୍ଗର ଫୁଲର ୭ ଭାଗ ପଠାଇଥିଲେ । ଏଠାରେ ତାଙ୍କ ମନ୍ଦିର ସ୍ଥାପନ କରିବାକୁ ଦେବୀ ପାର୍ବତୀ ନିର୍ଦ୍ଦେଶ ଦେଇଥିଲେ ଆଉ ସେୟା ମଧ୍ୟ ହୋଇଥିଲା ।
ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।