ସ୍କୁଲରେ ମାଆ ପ୍ରଧାନ ଶିକ୍ଷୟତ୍ରି ଅଛନ୍ତି, ହେଲେ ଝିଅ ସ୍କୁଲରେ ପାଠ ପଢାଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଛନ୍ତି ମାଆ, ହେଲେ ମା’ଙ୍କ ଜାଗାରେ ସ୍କୁଲରେ କାର୍ଯ୍ୟ କରୁଛନ୍ତି ତାଙ୍କ ଝିଅ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ଏହା ଶିକ୍ଷା ବ୍ୟବସ୍ଥାର ଅନିୟମିତତାକୁ ପଦାରେ ପକାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଅହଲ୍ୟା ବିଶ୍ଵାଳ ହେଉଛନ୍ତି ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ।
ହେଲେ ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ଵାଳ କିଛିଦିନ ହେବ ସ୍କୁଲ ଆସୁ ନଥିବା ବେଳେ ତାଙ୍କ ଜାଗାରେ ସ୍କୁଲରେ ଶିକ୍ଷାଦାନ କରିବା ପାଇଁ ଆସୁଛନ୍ତି ତାଙ୍କ ଝିଅ ସୀମାରେଖା ବିଶ୍ଵାଳ । ଏହାକୁ ନେଇ ଝିଅ ସୀମାରେଖାଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଶିକ୍ଷା ବିକାଶ ଅଧିକାରୀ (BO) ତାଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ ସୀମାରେଖା । ହେଲେ ଏ ଘଟଣା ସମ୍ବନ୍ଧରେ ବିଓ ଙ୍କୁ ପଚରା ଯିବାରୁ ଏହି ସମ୍ବନ୍ଧରେ ସେ କିଛି ବି ଜାଣି ନଥିବା କହିଛନ୍ତି ।
ଶିକ୍ଷା ବିକାଶ ଅଧିକାରୀ କହିଛନ୍ତି, ଯେ ଏହି ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ । କାରଣ ସେ ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭଲରେ ଚିହ୍ନି ନାହାନ୍ତି ଆଉ ତାଙ୍କ ଝିଅକୁ କେମିତି ଚିହ୍ନିବେ । ତେଣୁ ସେ ସିଆରସିସି ଙ୍କୁ ଫୋନ କରି ଏନେଇ ପଚାରିବେ । ଯଦି ଏହା ସତ୍ୟ ହୋଇଥାଏ ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାହା କାର୍ଯ୍ୟାନୁଷ୍ଠାନ ନେବା କଥା ସେ ନେବେ ବୋଲି କହିଛନ୍ତି ।
ମା’ଙ୍କ ଜାଗାରେ ଝିଅ କେମିତି ପାଠ ପଢାଉଛି ? ଏହାକୁ ନେଇ କୌଣସି ଆରକାରୀ ନିୟମ ନଥିବା ବେଳେ ପ୍ରଧନ ଶିକ୍ଷୟତ୍ରୀଙ୍କ ଝିଅଙ୍କୁ ସ୍କୁଲରେ ପାଠ ପଢାଇବାକୁ କିଏ ଅନୁମତି ଦେଲା ? ଏହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜିକାଲି ସରକାରୀ ବିଦ୍ୟାଳୟ ମାନଙ୍କରେ ଏହିଭଳି ଅନିୟମିତତା ଓ ଅବହେଳା ନଜର ଆସୁଛି । ଯାହା ଗଣମାଧ୍ୟମରେ ଅନେକ ସମୟରେ ସାମନାକୁ ଆସୁଛି ।
ତେବେ ଶିକ୍ଷା ବିକାଶ ଅଧିକାରୀଙ୍କୁ ଏନେଇ ଅବଗତ କରା ଯାଇଥିବା ବେଳେ ସେ ପ୍ରଧନ ଶିକ୍ଷୟତ୍ରୀଙ୍କ ବିରୋଧରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।