ମା ଅଙ୍ଗନବାଡି କର୍ମୀ ଆଉ ପୁଅକୁ ମିଳିଛି କୋଟି କୋଟି ଟଙ୍କାର ଚାକିରି ଅଫର୍, ଏହି ଯୁବକଙ୍କ ସଫଳତାର କାହାଣୀ ଶୁଣିଲେ ଆପଣ ବି ସାବାସୀ ଦେବେ

କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରତିକୂଳ ପରିସ୍ଥିତି ହାରିଯାଏ । ଏହାଯୋଗୁଁ ଭାଗ୍ୟରେଖା ବଦଳିବା ସହ ସଫଳତା ମିଳିଥାଏ । ଏକଥା ପ୍ରମାଣ କରି ଦେଖାଇଛନ୍ତି କଲିକତା ଯାଦବପୁରର ରାମପୁରହାଟ ନିବାସୀ ବିଶାଖା ମଣ୍ଡଳ । ଏବେ ତାଙ୍କ ପାଖରେ ଏକାଧିକ ଚାକିରି ଅଫର୍ ରହିଛି ସେ ବି କୋଟି କୋଟି ଟଙ୍କା ଦରମାର ଚାକିରି । ବିଶାଖା ତାଙ୍କ ଜୀବନରେ ଅନେକ କଷ୍ଟର ସାମ୍ନା କରିଛନ୍ତି । ମାତ୍ର ତିନି ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ । ତାଙ୍କ ମା’ ତାଙ୍କୁ ଏକାକୀ ପାଠ ପଢାଇ ମଣିଷ କରିଛନ୍ତି ।

ସେ ସ୍କୁଲ ଓ କଲେଜ ପାଠପଢା ଶେଷ କରି ଯାଦବପୁର ବିଶ୍ୱବିଦ୍ୟାଳୟରେ ପଡୁଥିବା ବେଳେ ଉଭୟ ଫେସବୁକ ଓ ଗୁଗଳ ଭଳି କମ୍ପାନୀରୁ ତାଙ୍କୁ ବଡ ବଡ ଅଫର୍ ମିଳିଥିଲା । ଗୁଗଲ ତାଙ୍କୁ ବାର୍ଷିକ ୧ କୋଟି ୪୦ ଲକ୍ଷ ଟଙ୍କାର ଚାକିରି ଅଫର୍ ଦେଇଥିବା ବେଳେ ୧ କୋଟି ୮୩ ଲକ୍ଷ ଟଙ୍କାର ଚାକିରି ଅଫର୍ ଦେଇଛି । ତେଣୁ ଫେସବୁକ ଅଫର୍ କୁ ଗ୍ରହଣ କରି ଏବେ ସେ ଲଣ୍ଡନ ଯାଇ କାର୍ଯ୍ୟରେ ଯୋଗ ଦେବେ । ତାଙ୍କୁ ମିଳିଥିବା ସଫଳତାର ସବୁ ଶ୍ରେୟ ସେ ନିଜ ମାଆଙ୍କୁ ଦେଇଛନ୍ତି ।

ଯଦି ମା’ କଷ୍ଟ କରି ନଥାନ୍ତେ ତେବେ ସେ ଆଜି ଏତେ ବାଟ ଯାଇପାରି ନଥାନ୍ତେ ବୋଲି କହିଛନ୍ତି । ଜିତେନ୍ଦ୍ରଲାଲ ବିଦ୍ୟାଭବନରୁ ସେ ଦଶମ ପାସ୍ କରି ସାରା ରାଜ୍ୟରେ ୧୨ତମ ସ୍ଥାନ ଅଧିକାର କରିଥିଲେ । ଏହାପରେ ସେ ଯାଦବପୁର ୟୁନିଭର୍ସିଟିରେ ଆଡ୍ମିଷ୍ଣ ନେଇ କମ୍ପ୍ୟୁଟର ସାଇନ୍ସ ପଢିଥିଲେ । ପୁଅକୁ ପାଠ ପଢେଇବା ପାଇଁ ମା ଶିବାନୀ ଦେବୀ ଅଙ୍ଗନବାଡିରେ କାର୍ଯ୍ୟ କରୁଥିଲେ । ସ୍ୱଳ୍ପ ଦରମାରେ ମଧ୍ୟ ପୁଅର ପାଠପଢାରେ ସେ ଯଥାସାଧ୍ୟ ସାହାଯ୍ୟ କରିଥିଲେ ।

ଏପଟେ ମା’ଙ୍କ କଷ୍ଟକୁ ସାର୍ଥକ କରିଛନ୍ତି ପୁଅ ବିଶାଖା । ପ୍ରଥମେ ସେ ଗୁଗଲ ଲଣ୍ଡନରୁ ବାର୍ଷିକ ୧ କୋଟି ୪୦ ଲକ୍ଷର ଚାକିରି ଅଫର୍ ପାଇଥିଲେ । ଏହାପରେ ସେ ଗତ ମଙ୍ଗଳବାର ଫେସବୁକ ଲଣ୍ଡନ କାର୍ଜ୍ୟାଳୟରୁ ଅଫର୍ ପାଇଥିଲେ । ବିଶାଖ କହିଛନ୍ତି ଯେ, ମା ଶୋଇଥିଲେ ତାଙ୍କୁ ଉଠାଇ ଏହି ଖବର ଦେଇଥିଲେ । ମା ବହୁତ ଖୁସି ହେବା ସହ ପରିବାରର ଅନ୍ୟମାନେ ମଧ୍ୟ ଏହି ଖବର ପାଇ ଖୁସିରେ ଝୁମି ଉଠିଥିଲେ ।

ଚଳିତ ବର୍ଷ ଯାଦବପୁର ୟୁନିଭର୍ସିଟିରୁ ୧୦ ଜଣ ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ଯାକେଜରେ ବିଦେଶରେ ଚାକିରି ପାଇଛନ୍ତି । ଏଥିପାଇଁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପିଲାବେଳୁ କଷ୍ଟ କରି ସଫଳତା ପାଇଥିବା ବିଶାଖାଙ୍କୁ ଏବେ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।