କିଛି ବଡ ଧରଣର ଆକ୍ରମଣ ପାଇଁ ଇଣ୍ଡିଆକୁ ଟାଗେର୍ଟ କରୁଛନ୍ତି ଆତଙ୍କି । ଏଲଓସି ପାଖରେ ପ୍ରାୟ ୩୦ ଆତଙ୍କି ପଇଁତରା ମାରୁଛନ୍ତି । ଜାମ୍ମୁରେ ପୁଣି ଏକ ବଡ ଧରଣର ଆକ୍ରମଣ କରିବାକୁ ସଜବାଜ ହେଉଛନ୍ତି ଆତଙ୍କି । ଏଲଓସିରେ ୩୦ ଆତଙ୍କି ପଇଁତରା ମାରୁଥିବା ଖବର ମିଳିବା ଟେନସନ ବଢିଛି । ସୀମାରେ ଏହି ଅନୁପ୍ରବେଶକାରୀ ବଡ ଧରଣର ବିସ୍ଫୋରଣ ଘଟାଇ ପାରନ୍ତି । ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ କରି ଭାରତରେ ଅନୁପ୍ରବେଶ କରିବା ଅପେକ୍ଷାରେ ରହିଛନ୍ତି ଆତଙ୍କି ।

ଏଠାରେ କହି ରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ଏକ ମଉକା ଅପେକ୍ଷାରେ ରହିଛନ୍ତି ଆତଙ୍କି । ସୀମା ସେପଟେ ପୁରା ପ୍ରି ପ୍ଲାନିଂ କରି ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଷଡଯନ୍ତ୍ର ହେଉଛି । ଆଉ ଏହି ଘଟନା ସମ୍ପର୍କରେ ସୀମା ସୁରକ୍ଷା ବଳ ଜାଣିବା ପରେ ଜାମ୍ମୁରେ ହଇଚଇ ବଢିଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଜମ୍ମୁ-କାଶ୍ମୀରର ପୀର ପଞ୍ଜାଲ୍ ରେଞ୍ଜ ପାଖ କେରନପଞ୍ଛୁରେ ଆତଙ୍କି ଦଳ ମାନଙ୍କର ଗତିବିଧି ଲକ୍ଷ କରାଯାଇଛି ।
ଏହାଛଡା ଲସ୍କର-ଇ-ତୋଇବାର ୫ଜଣ ଆତଙ୍କି, ହିଜବୁନ ମୁଜାଇଦିନର ୪ଜଣ ଆତଙ୍କି ଓ ଅନ୍ୟ ଆତଙ୍କି ସଂଗଠନର ୫ଜଣ ଆତଙ୍କି ଭାରତରେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଟିକିଏ ସୁଯୋଗ ମିଳିବା ମାତ୍ରେ ସୀମାରେ ଏହି ଆତଙ୍କବାଦୀ ମାନେ ପ୍ରବେଶ କରିବେ । ବରଂ ନୋଗାମର ଲିପା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିବା ଜଣାପଡିଛି ।

ଏମିତିକି ଚାରିଆଡୁ ଘେରି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ଆତଙ୍କି ମାନେ । ତେଣୁ ବିଭିନ୍ନ ଦଳରେ ନିଜକୁ ବିଭକ୍ତ କରି ଭାରତ ଉପରେ କଡା ନଜର ରଖିଛନ୍ତି । ତେବେ ଆତଙ୍କିଙ୍କ ଗତିବିଧି ବିଷୟରେ ଜାମ୍ମୁ ପୋଲିସ ଓ ସେନାଙ୍କୁ ସୂଚନା ଦିଆଯାଇଛି । ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଦେଖିବାକୁ ମିଳିଛି । କୁହାଯାଇଛି କି ଲସ୍କର-ଇ-ତୋଇବାର ଆତଙ୍କବଦୀ ଶ୍ରୀନଗରରେ ବଟାମାଲୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ସେ ଯାହାବି ହେଉ ବଡ ଧରଣର ଆକ୍ରମଣ ପାଇଁ ଆତଙ୍କି ପ୍ରସ୍ତୁତ ହେଉଥିବା ଖବର ମିଳିବା ପରେ ଏବେ ଭାରତୀୟ ସେନାଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।