ଆଦାନୀ ସମୂହରେ LIC ର ବୁଡିଗଲା 18 କୋଟିରୁ ଉର୍ଦ୍ଧ୍ଵ ଟଙ୍କା, ମୁଣ୍ଡରେ ହାତ ଦେଲେଣି ମାଲିକ ଏବଂ ଉପଭୋକ୍ତା !

ମୁଣ୍ଡରେ ହାତ ଦେଲେଣି ଏଲଆଇସି ମାଲିକ । କାରଣ ଏକାଥରେ ବୁଡିଗଲା 18 ହଜାର କୋଟିରୁ ଅଧିକ ଟଙ୍କା । ଯେଉଁଥି ପାଇଁ ଏଲଆଇସି ଉପଭୋକ୍ତାମାନେ ଚିନ୍ତାରେ ପଡିଗଲେଣି । ହିଣ୍ଡେନବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଆଦାନୀ ସମୂହର ପ୍ରାୟ 40 ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି । ଆଦାନୀ ସମୂହରୁ ଏବେ ନିବେଶକମାନେ ନିଜ ଟଙ୍କା କାଢି ନେଉଛନ୍ତି । ଦେଶର ବୃହତମ ଜୀବନବୀମା ନିଗମ ଏଲଆଇସି ମଧ୍ୟ ପ୍ରଭାବିତ ନିବେଶକଙ୍କ ମଧ୍ୟରୁ ଅନ୍ଯତମ ।

ଗତ 27 ଜାନୁୟାରୀରେ ଆଦାନୀ ଗ୍ରୁପ ଶେୟାରରେ ଏଲଆଇସି ର ମିଳିତ ନିବେଶ 62 ହଜାର 621 କୋଟି ଟଙ୍କାକୁ ଖସି ଆସିଛି । ଏହା ପୂର୍ବରୁ 24 ଜାନୁୟାରୀରେ ଏହି ପରିମାଣ 81 ହଜାର 261 କୋଟି ଟଙ୍କା ଥିଲା । କହିବାକୁ ଗଲେ ଦୁଇଟି ବାଣିଜ୍ୟ ଦିବସରେ ସମୁଦାୟ 18 ହଜାର 647 କୋଟି ଟଙ୍କାର କ୍ଷତି ସହିଛି ।

ଏସ ଇକ୍ୟୁଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ, 31 ଡିସେମ୍ବର 2022 ସୁଦ୍ଧା ଏଲଆଇସି ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପୋର୍ଟ, ଆଦାନୀ ପୋର୍ଟାଲ ଗ୍ଯାସ, ଆଦାନୀ ଟ୍ରାନ୍ସମିଶନ ଏବଂ ନିକଟରେ ଅଧିକରଣ ହୋଇଥିବା ସିମେଣ୍ଟ ପ୍ରମୁଖ ଯଥା ଅମ୍ବୁଜା ସିମେଣ୍ଟ ଓ ଏସିସି ରେ ଏକ ପ୍ରତିଶତରୁ ଅଧିକ ଅଂଶଧନ ରହିଛି । ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହିସବୁ କମ୍ପାନୀ ଗୁଡିକର ଅଂଶଧନ 19 ରୁ 27 ପ୍ରତିଶତ ଯାଏଁ ହ୍ରାସ ପାଇଛି ।

ଆମେରିକୀୟ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପରେ ଥିବା ଶେୟାର ଗୁଡିକ ରେ ଅନେକ ମାତ୍ରାରେ ହ୍ରାସ ଘଟିଛି । ସେହି ରିପୋର୍ଟ ରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପ ର ଶାତୋଟି ତାଲିକାଭୁକ୍ତ କମ୍ପାନୀକୁ 85 ପ୍ରତିଶତରୁ ଅଧିକ ମୂଲ୍ୟ ଦିଆଯାଇଛି । ହେଲେ ଆଦାନୀ ସମୂହ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି । କମ୍ପାନୀର ପ୍ରବକ୍ତା ଜଗସିନ୍ଦର ସିଂ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ରିପୋର୍ଟ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ କମ୍ପାନୀକୁ ବଦନାମ କରିବା ଉଦ୍ଦେଶ୍ୟରେ କରାଯାଇଛି ।

ଏହି ରିପୋର୍ଟରେ ସମସ୍ତ ବିଷୟ ଭୁଲ ଭାବେ ଦର୍ଶାଯାଇଛି, ଯାହାର ଯେଉଁଥିରେ କୌଣସି ସତ୍ୟତା ଆଧାର ନାହିଁ । ତେବେ ଏସବୁ କଥା ସାମ୍ନାକୁ ଆସିବା ପରେ ଏଲଆଇସି ରେ ଟଙ୍କା ନିବେଶ କରିଥିବା ଉପଭୋକ୍ତା ମାନେ ଦ୍ଵନ୍ଦରେ ପଡିଲେଣି । ଏନେଇ ଏଲଆଇସି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇବା ପରେ ଯାଇ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।