ଲଚକମଣି ଗୀତ ଗାଇ ଫେମସ ହୋଇଥିବା ଓଲିଉଡ ସିଙ୍ଗର ଦେବେଶ ପତି ଙ୍କୁ ନେଇ ଆସିଛି ବଡ ଖବର…

ନମସ୍କାର ବନ୍ଧୁଗଣ । ଓଲିଉଡ ଇଣ୍ଡଷ୍ଟ୍ରି ର କଣ୍ଠଶିଳ୍ପୀ ଦେବେଶ ପତି ଆରେଷ୍ଟ ହୋଇଛନ୍ତି । ଲଭ, ଗଣ ଦୁଷ୍କର୍ମ ଓ ଧୋକା ଅଭିଯୋଗରେ ଦେବେଶ ଙ୍କ ନାଁ ରେ ରହିଛି । ଭୁବନେଶ୍ଵର ପୋଲିସ ତାଙ୍କୁ ଏବେ ଗିରଫ କରିଛି । ଲଚକମଣି ଗୀତ ଗାଈ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଦେବେଶ ପତି ଏବେ ଜେଲ ରେ । ବିବାହର ପ୍ରତିସ୍ରୁତି ଦେଇ ଜଣେ ଯୁବତୀ ଙ୍କୁ ଦୁଷ୍କର୍ମ, ଗର୍ଭପାତ ଓ ଟଙ୍କା ଲୁଟ କରିବା ଭଳି ଅଭିଯୋଗ ତାଙ୍କ ନାଁ ରେ ଆସିଛି ।

ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରା ଯାଇଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଛି । ଦେବେଶ ଙ୍କ ବିରୁଦ୍ଧରେ ଦୁଷ୍କର୍ମ, ଠକେଇ, ବୀନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି କରିବା ଓ ଧମକ ଦେବାର ଅଭିଯୋଗ ହୋଇଛି । ତାଙ୍କ ଘର ଯାଜପୁର ରେ । ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳ ରେ ରହୁଥିବା ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା ।

ପ୍ରଥମେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ପ୍ରେମ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଯୁବତୀ ଜଣକ ଏହାକୁ ଗ୍ରହଣ କରି ନ ଥିଲେ । ପ୍ରେମରେ ବିଫଳ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଫୋନ ନମ୍ବର ଦେବେଶ ପତି ଙ୍କୁ ଦେଇଥିଲେ । ଆଉ ଏହା ପରେ ଦେବେଶ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦେବେଶ ବିବାହ କରିବେ ବୋଲି କଥା ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

ଆଉ ଏହା ସହ ଯୁବତୀଙ୍କ ଠାରୁ 5 ଲକ୍ଷ ଟଙ୍କା ଠାରୁ ଅଧିକ ଟଙ୍କା ନେବାର ଅଭିଯୋଗ ହୋଇଛି । ଏହା ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ସମ୍ପର୍କ ରେ ଅଛନ୍ତି । ଏହି କଥା ଯୁବତୀ କହିବା ପରେ ଦେବେଶ ଯୁବତୀଙ୍କୁ ମେଡ଼ିସିନ ଦେଇ ଗର୍ଭପାତ କରିଥିବା ଅଭିଯୋଗ ହୋଇଛି । ଯୁବତୀ ବିବାହ ପାଇଁ ଜିଦ ଧରିବାରୁ ଅନ୍ତରଙ୍ଗ ଭିଡିଓ ଓ ଫୋଟୋ ଭାଇରାଲ କରିବାକୁ ଦେବେଶ ଧମକ ଦେଇଥିଲେ ।

ଏହା ପରେ ଯୁବତୀ ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦେବେଶଙ୍କୁ ଗିରଫ କରିଛି । ତେବେ ଏଭଳି ସାଂଘାତିକ ଅଭିଯୋଗ ହୋଇଛି ଶିଂଗର ଦେବେଶ ପତି ଙ୍କ ବିରୁଦ୍ଧରେ । ବର୍ତ୍ତମାନ ଦେବେଶ ଜେଲରେ ଅଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଦେବେଶ ଜେଲରେ ଅଛନ୍ତି ।

ଯୁବତୀ ଙ୍କ ଅଭିଯୋଗ କେତେ ସତ ତାହା ପୋଲିସର ସଠିକ ତଦନ୍ତ ପରେ ଜଣା ପଡିବ । ଦେବେଶ ପତି ଏ ଯାଏଁ କୌଣସି ପ୍ରତିକ୍ରିୟା ଦେଇପାରି ନାହାନ୍ତି । ଦେବେଶଙ୍କ ପରିବାର ଲୋକେ ଏ ନେଇ କହିଛନ୍ତି ଦେବେଶ କିଛି ଦୋଷ କରି ନାହାନ୍ତି । ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରା ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।