ଜାଣନ୍ତୁ କୁମ୍ଭ ମେଳା ସରିଲା ପରେ କେଉଁଠି ରୁହନ୍ତି ନାଗା ବାବା, କେମିତି ଜୀବନ କାଟିଥାନ୍ତି?

ଆଲ୍ଲାହାବାଦରେ ଚାଲୁଥିବା କୁମ୍ଭ ମେଳାର ସବୁଠୁ ବଡ ଆକର୍ଷଣ ହୋଇଥାନ୍ତି ନାଗା ବାବା । ସଙ୍ଗମ ଆରମ୍ଭ ହେବା ସମୟରୁ ଏହି ନାଗା ବାବା ଦେଶର କୋଣ ଅନୁକୋଣରୁ ଆସି ଏଠାରେ ପହଞ୍ଚନ୍ତି । ନିବସ୍ତ୍ର, ଶରୀରରେ ବିଭୁତି ବୋଳା ହୋଇଥିବ, ରାତିରେ ନାଚି ଗାଈ ଏହି ବାବା କୁମ୍ଭ ମେଳାରେ ପହଞ୍ଚନ୍ତି ଓ ମେଳା ଶେଷ ହେବା ପରେ କୁଆଡେ ଉଭାଇ ଯାଆନ୍ତି ।


କଣ ଆପଣ କେବେ ଭାବିଛନ୍ତି କି ଏହି ବାବା କୁଆଡେ ଯାଆନ୍ତି ? ଯଦି ଭାବି ନଥିବେ ତେବେ ଆପଣଙ୍କ ମୁଣ୍ଡରେ ନିଶ୍ଚୟ ଆସୁଥିବ କି ସେମାନେ ଆସି କୁଆଡେ ଉଭେଇ ଯାଆନ୍ତି । ତେବେ ଆପଣ ନିଜ ମସ୍ତିଷ୍କ ଉପରେ ଅଧିକ ଜୋର ଦିଅନ୍ତୁ ନାହିଁ । ଆମେ ଆପଣଙ୍କୁ କହିବୁ କି ଶେଷରେ ଏହି ବାବା କୁଆଡେ ଉଭାଇ ଯାଆନ୍ତି ।

ଗୁମ୍ଫାରେ ରୁହନ୍ତି

ନାଗା ବାବା ସବୁ ସମୟରେ ତପସ୍ୟା କରିଥାନ୍ତି ଓ ଗୁମ୍ଫାରେ ରୁହନ୍ତି କିନ୍ତୁ ସେ କେବେ ବି ଗୋଟିଏ ସ୍ଥାନରେ ନିର୍ଦ୍ଧିଷ୍ଟ ଭାବରେ ରୁହନ୍ତି ନାହିଁ ଓ ସେ ସବୁବେଳେ ନିଜ ସ୍ଥାନ ବଦଳାଇ ଥାନ୍ତି । ଏଥିପାଇଁ ଏମାନଙ୍କର ସଠିକ ଜାଗା ଜାଣିବା କଷ୍ଟ ହୋଇଥାଏ ।

ଜଙ୍ଗଲ ଜରିଆରେ ଯାତ୍ରା କରିଥାନ୍ତି

ଜଣାଇ ଦେଉଛୁ କି ନାଗା ବାବା ଜଙ୍ଗଲ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ଏମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସହର ବଦଳରେ ଜଙ୍ଗଲ ଓ ଶୁନଶାନ ରାସ୍ତା ବାଛିଥାନ୍ତି ।

ଭୂମିରେ ଶୁଅନ୍ତି

ଏମାନଙ୍କର ଜୀବନ ଯାପନ ର ନିୟମ ବହୁତ କଠିନ ହୋଇଥାଏ । ଏମାନେ ଶୋଇବା ପାଇଁ କୌଣସି ବେଡ, ପଲଙ୍କ ବା ଖଟ ର ବ୍ୟବହାର କରନ୍ତି ନାହିଁ । ଏମାନେ କେବଳ ଭୂମିରେ ଶୁଅନ୍ତି । ଏମାନଙ୍କୁ କୌଣସି ବେଡ ବା ପଲଙ୍କରେ ଶୋଇବା ପାଇଁ ମନା ହୋଇଥାଏ ।

ଗୋଟିଏ ଥର ଭୋଜନ କରନ୍ତି

ଜଣାଇ ଦେଉଛୁ କି ନାଗା ବାବା ରାତି ଓ ଦିନରେ କେବଳ ଗୋଟିଏ ଥର ଭୋଜନ କରିଥାନ୍ତି । ସେ କେବଳ ସେହି ଖାଦ୍ୟ ଖାଇଥାନ୍ତି ଯାହା ଭିକ୍ଷାରେ ପାଇଥାନ୍ତି । ନାଗା ବାବାଙ୍କୁ କେବଳ ସାତୋଟି ଘରେ ଭିକ୍ଷା ମାଗିବାର ଅନୁମତି ଥାଏ । ଯଦି ଏହି ସାତୋଟି ଘରେ ତାଙ୍କୁ କୌଣସି ଖାଇବାକୁ ମିଳେ ନାହିଁ ତେବେ ସେ ଭୋକିଲା ରୁହନ୍ତି ବା ଯାହା ବି ମିଳିଥାଏ ତାକୁ ହିଁ ଖାଇବାକୁ ପଡିଥାଏ ।

ଏକ କୋତୱାଲ

ଜଣାଇ ଦେଉଛୁ କି ଏମାନଙ୍କର ଅଖାଡା ଥାଏ । ପ୍ରତ୍ୟେକ ଅଖାଡା ରେ ଗୋଟିଏ କୋତୱାଲ ଥାଆନ୍ତି । ଯେବେ ନାଗା ବାବାଙ୍କର ଦିକ୍ଷା ପୁରା ହୋଇଯାଏ ତେବେ ସେହି ସାଧୁ ଅଖାଡା ଛାଡି ଜଙ୍ଗଲକୁ ପଳାଇ ଯାଆନ୍ତି । ସେତେବେଳେ ଏହି କୋତୱାଲ ନାଗା ସାଧୁ ଓ ଅଖାଡା ମଧ୍ୟରେ ଏକ ମାଧ୍ୟମ ଭଳି କାମ କରନ୍ତି ଓ ଅର୍ଦ୍ଧକୁମ୍ଭ ଭଳି ମହାପର୍ବ ମାନଙ୍କରେ ସେହି ତପସ୍ୟାରେ ଯାଇଥିବା ସାଧୁଙ୍କୁ ଡାକି ଥାନ୍ତି ।

ଜଣାଇ ଦେଉଛୁ କି ଏହି ଅଖାଡାର ଅଧିକାଂଶ ବାବା ହିମାଳୟ, କାସି, ଗୁଜୁରାଟ ଓ ଉତ୍ତରାଖଣ୍ଡରେ ରହିଥାନ୍ତି । ସେ ସେଠାରେ ପାହାଡରେ ଭ୍ରମଣ କରିଥାନ୍ତି ।

ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେର ସେଯାର କରନ୍ତୁ ଓ ଆମ ସହିତ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ।