ନମସ୍କାର ବନ୍ଧୁଗଣ । ଗତକିଛି ଦିନ ଖାସି ମାଂସକୁ ନେଇ ବାହାଘର ଭାଙ୍ଗିଯିବା ଖବର ସୋସିଆଲ ମିଡିଆରର ବେସ୍ ଚର୍ଚ୍ଚା ଧରିଛି । ତେବେ ଏହି ଖବରକୁ ନେଇ ଜଣେ ବ୍ୟକ୍ତି ତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆ ଜରିଆ ଜଣାଇଛନ୍ତି । ବ୍ୟକ୍ତିଙ୍କ କହିବା ଅନୁସାରେ ବାହାଘର ଭାଙ୍ଗିଯିବାକୁ ନେଇ ଗଣମାଧ୍ୟମରେ ଯେଉଁ ସବୁ କଥା କୁହାଯାଉଛି ।
ଯଥା ଝିଅ ଯାହା କରିଛି ତାହା ଠିକ ଓ ପୁଅ ଯାହା କରିଛି ତାହା ଭୁଲ । ସମାଜ ସର୍ବଦା ପୁଅମାନଙ୍କ ବିରୋଧରେ ରହେ ଓ ଝିଅମାନଙ୍କୁ ସାହାଯ୍ୟ କରିବାରେ ଆଗରେ ତେବେ ସମାଜରେ ଏଭଳି ପାର୍ଥକ୍ଯ କଣ ପାଇଁ ଦେଖାଯାଏ । ଯଦି କୋଣସି ବାହାଘରଟି ଭାଙ୍ଗିଛି । ତେବେ ଝିଅ ଘରକୁ ଯେତେ ବଦାଲାମି ହୁଏ ପୁଅ ଘରକୁ ମଧ୍ୟ ସେଥିକି ହିଁ ହୁଏ ।
ମାତ୍ର ସମାଜ ଝିଅର ଅପମାନକୁ ଦେଖିପାରେ ପୁଅଘର ଅପମାନକୁ ଦେଖିପାରେ ନାହିଁ କାହିଁକି । ବ୍ୟକ୍ତିଙ୍କ କହିବା ଅନୁସାରେ ବାହାଘର ଖାସି ମାଂସ ପାଇଁ ଭାଙ୍ଗିଯିବା ଏହା ବିଶ୍ଵାସଯୋଗ୍ୟ ନୁହେଁ । ଯଦି ଏହି ବାହାଘରଟି ଭାଙ୍ଗିଛି ତେବେ ଏହା ପଛରେ ନିଶ୍ଚୟ ବଡ କାରଣଟି ରହିପାରେ । ଆପଣମାନେ ଚିନ୍ତା କରନ୍ତୁ ବିବାହ ଗୁଡାକ ଆଗ ପରି ବିଧିବିଧାନରେ ହେଉ ନାହିଁ ବରଂ ଆଧୁନିକ ରୀତିରେ ହେଉଛି ।
ତେଣୁ କରି ବରପକ୍ଷ ଲୋକମାନେ ବରଯାତ୍ରୀକୁ ନେଇ ବହୁତ ହସଖୁସି ଓ ନାଚି ନାଚି ହୋଇ କନ୍ୟା ଘରକୁ ପହଞ୍ଚିଥାନ୍ତି । ତେବେ କନ୍ୟାଘରର ଦାୟିତ୍ଵ ହେଲା ସେମାନଙ୍କର ଆତିଥ୍ୟ କରିବା । କାରଣ ବରଯାତ୍ରୀମାନେ ବହୁତ ସମୟରୁ ନାଚିଥିବା ହେଉ ହାଲିଆ ହେଇଯିବେ ତାଙ୍କୁ ପିଇବାକୁ ପାଣି ,ରସନା ବା ଅଳ୍ପ ଆହାର ଭୋଜନ କରିବାକୁ ଦେବା କଥା ।
ତେଣୁ ବ୍ୟକ୍ତିଙ୍କ କହିବା ଅନୁଯାୟୀ ବାହାଘର ଭାଙ୍ଗିବା ପଛରେ କେବଳ ବରପକ୍ଷକୁ ଦାୟୀ କରିବା ଭୁଲ କଥା ହୋଇଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପୁଅ ବେଦିରୁ ଖାଲି ହାତରେ ଘରକୁ ଫେରିବା ଅଶୁଭ ହୋଇଥାଏ । ତେଣୁ ଜନସାଧାରଣ ବରପକ୍ଷକୁ ଏସବୁ ପାଇଁ ଦାୟୀ ନ କରି ଉଭୟକୁ ପରୀକ୍ଷଣ କରିବା ଉଚିତ । ତେବେ ଏହି ବିବାହର ଭାଙ୍ଗିବାର ପ୍ରକୃତ କାରଣ ଏବେ ଯାଏ ସାମନାକୁ ଆସିନି । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।