ଖରାପ କାମ କରିବା ପରେ ମଧ୍ୟ ଯମରାଜ ବେଶ୍ୟାକୁ ସ୍ଵର୍ଗ କାହିଁକି ପଠାଇଲେ? Story Of Yamraj

ନମସ୍କାର ବନ୍ଧୁଗଣ, ସମସ୍ତେ ନିଶ୍ଚିନ୍ତ ଏହା ଜାଣିଥିବେ କି କର୍ମ ଅନୁଯାଇ ଭଗବାନ ଫଳ ଦେଇଥାନ୍ତି । ଯିଏ ଖରାପ କର୍ମ କରିଥାଏ ସେହି ବ୍ୟକ୍ତି କୁ ମୃତ୍ୟୁ ପରେ ଯମରାଜ ନର୍କ ପଠାନ୍ତି । ଏବଂ ଯେଉଁ ବ୍ୟକ୍ତି ଭଲ କର୍ମ କରିଥାଏ ନିଜ ଜୀବନରେ ସେହି ବ୍ୟକ୍ତିକୁ ସ୍ଵର୍ଗ ପଠାଇଥାନ୍ତି । କିନ୍ତୁ ପୌରଣିକ କଥା ରେ ଏମିତି ଏକ ବିଷୟ ରହିଛି ଯେଉଁଥିରେ ବେଶ୍ୟା କୁ ମିଳିଲା ସ୍ଵର୍ଗ ଏବଂ ସାଧୁଙ୍କୁ ମିଳିଲା ନର୍କ । ତେବେ ଆଜି ଆମେ ଆପଣଙ୍କୁ ଏହା ପଛର ସତ ଜଣାଇବାକୁ ଯାଉଛୁ ।

ଭଦ୍ରପଦ ଗ୍ରାମରେ ଜଣେ ସାଧୁ ରହୁଥିଲେ । ସେ ପ୍ରତିଦିନ ସ୍ନାନ କରି ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ଏବଂ ନିଜ କୁଟିଆରେ ସତ୍ସଙ୍ଗ କରୁଥିଲେ । ବହୁତ ଲୋକ ଆସି ତାଙ୍କ କଥା ଶୁଣନ୍ତି ଏବଂ ତାଙ୍କ ଆଶୀର୍ବାଦ ନିଅନ୍ତି । ଏବଂ ତାଙ୍କର ବାଃ ବାଃ କରନ୍ତି । ସେହି ଗ୍ରାମରେ ଝୁମକି ନାମକ ଜଣେ ବେଶ୍ୟା ରହୁଥିଲା । ଯିଏ କି ଖରାପ କାମ କରି ନିଜ ଘର ଚଳାଏ । କିନ୍ତୁ ସେ ଭଗବାନଙ୍କର ସଚା ହୃଦୟରୁ ଶ୍ରଦ୍ଧା ମଧ୍ୟ କରେ । ପ୍ରତିଦିନ ସକାଳୁ ସ୍ନାନ କରି ଠାକୁରଙ୍କ ମନ୍ଦିର ଯାଇ ପୂଜା କରି ପୁଣି ନିଜ ବେଶ୍ୟା ବୃତି କରିବାକୁ ଚାଲିଯାଏ । ଏଥିପାଇଁ ଗାଁ ଲୋକ ତାକୁ ଘୃଣା କରନ୍ତି ।

ଏବଂ ହୀନ ଦୃଷ୍ଟିରେ ଦେଖନ୍ତି । ଦିନେ ଝୁମକି ସେହି ମନ୍ଦିରକୁ ଗଲା ଯେଉଁଠାରେ ସାଧୁ ମହାରାଜା ବି ପହଞ୍ଚିଲେ । ସେ ତାଙ୍କ ପାଦ ଛୁଇବାକୁ ଗଲାବେଳେ ତାକୁ ମନ୍ଦିରର ପଣ୍ଡିତ ବାରଣ କଲେ । ସେତେବେଳେ ସାଧୁଙ୍କୁ ପଣ୍ଡିତ ସବୁକଥା କହିଲେ । ଏହା ଶୁଣି ସାଧୁ ଝୁମକିକୁ କହିଲେ ତମକୁ ଦେଖି ଲାଗୁଛି ତମେ ଭଗବାନଙ୍କ ଆସ୍ତାରେ ବୁଡି ରହୁଛ । ତମେ ମୋ ସତ୍ସଙ୍ଗ ଶୁଣିବା ପାଇଁ ମୋ କୁଟିଆକୁ ଆସ । ବେଶ୍ୟା କହିଲା ଠିକ ଅଛି ବାବା ନିଶ୍ଚୟ ଯିବି ।

ଏହାପରେ ବେଶ୍ୟା ସାଧୁଙ୍କ କଥା ଶୁଣି ସମସ୍ତ ଖରାପ କାମ କରିବା ଛାଡିଦେଲା । ଏବଂ ବେଶ୍ୟା ନଗର ସାମ୍ନାରେ ଯାଇ ଫଳ ଦୋକାନ ଖୋଲିଲା । ସେଠାରେ ତାର ଭଲ ବିକ୍ରି ହେଲା । ବଳୁଥିବା କିଛି ଫଳକୁ ସବୁଦିନ ନେଇ କିଛି ଛୋଟ ପିଲା ବା ଦରକାର ଥିବା ଲୋକଙ୍କୁ ବାଣ୍ଟି ଦେଉଥିଲା । ସବୁଦିନ ମନ୍ଦିର ଯାଇ ସାଧୁଙ୍କ ପ୍ରବଚନ ଶୁଣେ ଯାହାଦ୍ୱାରା ତା ମନ ଦୟାଳୁ ଓ ନିର୍ମଳ ହୋଇଗଲା । ଧୀରେ ଧୀରେ ତା ଗାଁ ରେ ମଧ୍ୟ ତା ପାଇଁ ସମ୍ମାନ ବଢିଚାଲିଲା । ଏବେ ସିଏ ନିଜ ଗାଁର ମଧ୍ୟ ଫଳବିକିବାକୁ ଲାଗିଲା ।

ସମୟ ଚକ୍ର ଚାଲିବାକୁ ଲାଗିଲା ଏବଂ ଝୁମକି ବୁଢୀ ହୋଇଗଲା । ଏହାପରେ ଗୋଟେ ଦିନ ତାର ମୃତ୍ୟୁ ହୋଇଗଲା । ସେହିଦିନ ସେହି ସାଧୁଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଦୁହେଁ ମିଶି ଯମଲୋକରେ ପହଞ୍ଚିଲେ । ଏବଂ ଏହାପରେ ଚିତ୍ର ଗୁପ୍ତ ଠାରୁ ସମସ୍ତ କଥା ଶୁଣିବା ପରେ ଯମରାଜ ବେଶ୍ୟାକୁ ଦୁଇ ଦିନ ନର୍କ ଭୋଗ ଦେଲେ । ଏହାପରେ ସ୍ଵର୍ଗକୁ ପଠାଇଲେ । କିନ୍ତୁ ସାଧୁଙ୍କୁ ଆଜୀବନ ନର୍କ ଭୋଗ ପାଇଁ ପଠେଇଲେ ।

କାରଣ ବେଶ୍ୟା ଖରାପ କାମ କିଛି ଦିନ କଲାପରେ ସେଥିରୁ ନିବୃତ ହୋଇ ଭଲ କାମ କରିବାକୁ ଲାଗିଲା । କିନ୍ତୁ ସାଧୁ ଲୋକଙ୍କୁ ଭଲ କଥା ଜ୍ଞାନ ଦେଉଥିଲେ ମଧ୍ୟ ସେ ସେଥିପାଇଁ ଲୋକଙ୍କଠୁ ପଇସା ଲୁଟୁଥିଲେ । ତେଣୁ ତାଙ୍କୁ ଆଜୀବନ ନର୍କ ଭୋଗ କରିବାକୁପଡିଲା । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।