ଏହି ରାଶିର ଲୋକେ ଭୁଲରେ ବି ସୁନା ମୁଦି ପିନ୍ଧନ୍ତୁ ନାହିଁ, ସୁନା ପିନ୍ଧିବାର କିଛି ବିଶେଷ ନିୟମ, କେଉଁମାନଙ୍କ ପାଇଁ ସୁନା ପିନ୍ଧିବା ପାଇଁ ଶୁଭ ଓ କେଉଁ ମାନଙ୍କ ପାଇଁ ଅଶୁଭ ?

ସୁନା ଅଳଙ୍କାରକୁ ନେଇ ସମସ୍ତଙ୍କ ମନରେ ଏକ ଭିନ୍ନ ଆକର୍ଷଣ କରିଥାଏ । ମନ୍ଦିରରେ ଦେବାଦେବୀ ମାନେ ମଧ୍ୟ ସୁନା ଆଭୂଷଣରେ ସୁସଜ୍ଜିତ ହୋଇଥାନ୍ତି । ଦେବାଦେବୀଙ୍କ ଠାରୁ ନେଇ ମନୁଷ୍ୟ ପର୍ଯ୍ୟନ୍ତ ସଭିଏଁ ସୁନା ଧାରଣ କରିବାକୁ ବେଶ ପସନ୍ଦ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ ସୁନା କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ବୋଲି ବର୍ଣ୍ଣନା କରାଯାଇଛି । ଆଧ୍ୟାତ୍ମିକତା ସହ ସ୍ୱାସ୍ଥ୍ୟ ସହ ମଧ୍ୟ ସୁନା ଧାତୁର ଭିନ୍ନ ଭିନ୍ନ ଲାଭ ରହିଛି ।

ଜ୍ଯୋତିଷ ଅନୁସାରେ ତର୍ଜନୀ ଆଙ୍ଗୁଠିରେ ସୁନା ମୁଦି ଧାରଣ କରିବା ଦ୍ଵାରା ଏକାଗ୍ରତା ବୃଦ୍ଧି ପାଇଥାଏ ଓ ରାଜଯୋଗ ପ୍ରାପ୍ତିରେ ସହାୟକ ହୋଇଥାଏ । ଅନନ୍ତ ଆଙ୍ଗୁଠିରେ ସୁନା ଧାରଣ କରିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ । ଯଦି ଥଣ୍ଡା ଓ ସ୍ୱାସ୍ଥ୍ୟଜନିତ ସମସ୍ଯା ଲାଗି ରହୁଛି ତେବେ କନିଷ୍ଠ ଆଙ୍ଗୁଠିରେ ସୁନା ମୁଦି ପିନ୍ଧିପାରିବେ । ବୈବାହିକ ଜୀବନରେ ସୁଖଶାନ୍ତି ପାଇଁ ସୁନା ଆଭୂଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିବାହ ପରେ ସୁନା ଧାରଣ କରିବା ଦ୍ଵାରା ଶୁଭଫଳ ମିଳିଥାଏ ।

ମେଷ ରାଶିର ବ୍ୟକ୍ତିବିଶେଷ ମାନେ ସୁନା ଧାରଣ କରିବା ଶୁଭ ହୋଇଥାଏ । ଏହାଦ୍ବାରା ସେମାନେ ସାହାସୀ ହୋଇଥାନ୍ତି ଓ ପ୍ରତ୍ଯେକ କ୍ଷେତ୍ରରେ ସଫଳତା ମିଳିଥାଏ । ପିତାମାତା, ବନ୍ଧୁ ଓ ପ୍ରିୟଜନ ସର୍ବଦା ସେମାନନକୁ ସାହାଯ୍ୟ କରିଥାନ୍ତି । କରଜ ସମସ୍ଯାରୁ ମଧ୍ୟ ମୁକ୍ତି ମିଳିଥାଏ ।

ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ମଧ୍ୟ ସୁନା ପରିଧାନ କରିବା ଦ୍ଵାରା ସେମାନଙ୍କ ଘାତରେ ସୁପରିବର୍ତ୍ତନ ହୋଇଥାଏ । ତେଣୁ ଏହି ରାଶିର ବ୍ୟକ୍ତିବିଶେଷ ନିଶ୍ଚିତ ଭାବରେ ସୁନା ଧାରଣ କରନ୍ତୁ । ସିଂହ ରାଶିର ସ୍ଵାମୀ ସୂର୍ଯ୍ୟଦେବ ହୋଇଥିବାରୁ କର୍ମକ୍ଷେତ୍ର ସହ ଜୀବନରେ ମଧ୍ୟ ଖୁବ ସଫଳତା ମିଳିଥାଏ । ସେହିପରି କନ୍ୟା ରାଶିର ଲୋକେ ସୁନା ମୁଦି ଧାରଣ କରିବା ଦ୍ଵାରା ସେମାନଙ୍କ ଇଚ୍ଛା ଧୀରେ ଧୀରେ ପୂରଣହେବାକୁ ଲାଗେ ଏବଂ ଐଶ୍ଵର୍ଯ୍ୟ ବୃଦ୍ଧି ହେବା ସହ ଜୀବନର ସମସ୍ଯା ବି ଦୂର ହେବାକୁ ଲାଗେ ।

ଧନୁରାଶିର ବ୍ୟକ୍ତିବିଶେଷ ମଧ୍ୟ ସୁନା ମୁଦି ଧାରଣ କରିବା ଦ୍ଵାରା କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ ଓ ଧନଜନିତ ସମସ୍ତ ଦୂର ହୋଇଥାଏ । ସବୁ ସମସ୍ଯା ଦୂର ହୋଇ ଜୀବନରେ ଖୁସି ଭରିଯାଏ । କିନ୍ତୁ ବୃଷ ରାଶି, ମିଥୁନ ରାଶି, ବିଛା ରାଶି ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ସୁନା ଆଭୂଷଣ ଧାରଣ କରିବା ଉତ୍ତମ ନୁହେଁ ।

ସେହିପରି ତୁଳା ଓ ମକର ରାଶିର ବ୍ୟକ୍ତିବିଶେଷ କମ୍ ସୁନା ପିନ୍ଧିବା ଭଲ ହୋଇଥାଏ । ଲୁହା ଓ କୋଇଲା କାମ କରୁଥିବା ବ୍ୟକ୍ତିବିଶେଷ ସୁନା ଆଭୂଷଣ ଧାରଣ କରିବା ସେତେ ଉତ୍ତମ ନୁହେଁ । କାରଣ କର୍ମକ୍ଷେତ୍ରରେ ଏହାର ପ୍ରଭାବ ପଡିଥାଏ ବୋଲି କୁହାଯାଏ ।

ଏହାସହିତ ଶୋଇବା ସମୟରେ ମୁଣ୍ଡ ଉପରେ କୌଣସି ସୁନା ଜିନିଷ ରଖି ଶୋଇବା ଉଚିତ ନୁହେଁ କି ସୁନା ଧାରଣ କରି ନିଶା ସେବନ କରିବା ଉଚିତ ନୁହେଁ । ସୁନାକୁ ଲାଲ କପଡାରେ ବାନ୍ଧି ରଖିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।