କେଉଁ ଦିନ ତୁଳସୀ ଚଉରାରେ ଜଳ ଦେଲେ ହୋଇଥାଏ ଭୟଙ୍କର ଅନିଷ୍ଠ ? ଜାଣନ୍ତୁ ବୃନ୍ଦାବତୀଙ୍କୁ ଜଳ ଦେବାର ସଠିକ ବିଧି, Dr. Jagadananda Acharya

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ମାତା ବୃନ୍ଦାବତୀ ବା ତୁଳସୀଙ୍କୁ ପ୍ରତିଦିନ ପୂଜା କରାଯାଏ , ସେହି ଘର ଉପରେ କୌଣସି ଦୁର୍ଘଟଣା ଆସି ନଥାଏ । ସୂର୍ଯ୍ୟ ଉଦୟ ହେବା ପରେ ସ୍ନାନାଡି କର୍ମ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଓ ତା’ପରେ ମାତା ତୁଳସୀଙ୍କୁ ପୂଜା କରନ୍ତୁ । ଆଜି ଆମେ ଜାଣିବା ପଣ୍ଡିତ ଜଗଦାନନ୍ଦ ଆଚାର୍ଯ୍ୟଙ୍କ ଠାରୁ ତୁଳସୀ ମା’ଙ୍କୁ ଜଳ ଅର୍ପଣ କରିବାର ସଠିକ ବିଧି ଏବଂ କେଉଁ କେଉଁ ବାରରେ ମା ତୁଳସୀଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁଯାୟୀ ରବିବାର ଦିନ ଏବଂ ଏକାଦଶୀ ଦିନ ମାତା ତୁଳସୀଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ । କାରଣ ଏହିଦିନ ମାତା ତୁଳସୀ ଭଗବାନ ବିଷ୍ଣୁଙ୍କ ପାଇଁ ନିର୍ଜଳ ବ୍ରତ ରଖନ୍ତି । ତେଣୁ ଏହିଦିନ ତାଙ୍କୁ ଜଳ ଅର୍ପଣ କରାଯାଏ ନାହିଁ କି ତାଙ୍କୁ ସ୍ପର୍ଶ ମଧ୍ୟ କରାଯାଏ ନାହିଁ । କିନ୍ତୁ ଆପଣ ପ୍ରତିଦିନ ପ୍ରାତଃକାଳ ଓ ସନ୍ଧ୍ୟା ସମୟରେ ମାତା ତୁଳସୀଙ୍କ ନିକଟରେ ଦୀପ ଜଳାନ୍ତୁ ।

ତୁଳସୀଙ୍କୁ ଦୀପ ଜଳାଇବା ବେଳେ ସେହି ଦୀପକୁ ଭୂମି ଉପରେ ନରଖି କୌଣସି ପତ୍ର, ଫୁଲ କିମ୍ବା ଆସନ ଉପରେ ରଖି ଜାଳିବେ । ରବିବାର ଓ ଏକାଦଶୀରେ ଆପଣ ମାତା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିବେ ନାହିଁ କି ସ୍ପର୍ଶ କରିବେ ନାହିଁ , କିନ୍ତୁ ତାଙ୍କୁ ଦୀପ ଦାନ କରିପାରିବେ ।

ତେବେ ମାତା ବୃନ୍ଦାବତୀଙ୍କୁ ଜଳ ସମର୍ପଣ କରିବା ସମୟରେ ପୂର୍ବ ଡ଼ିଆଇଜି କିମ୍ବା ଉତ୍ତର ଦିଗକୁ ମୁଖକରି ଜଳ ଅର୍ପଣ କରିବା ଉଚିତ । ମାତା ତୁଳସୀଙ୍କୁ ଜଳ ସମର୍ପଣ କରିବା ବେଳେ ପ୍ରଥମେ ଗଛ ଉପରେ ଜଳ ଢାଳି ପ୍ରଥମେ ଗଛମୂଳେ ଜଳ ପ୍ରଦାନ କରନ୍ତୁ । ଏହାସହ ତୁଳସୀଙ୍କ ଚାରିପଟେ ତିନିଥର ପ୍ରଦକ୍ଷିଣ କରି ଆପଣ ଜଳ ଅର୍ପଣ କରନ୍ତୁ ।

ଏହାସହ ଜଳ ସମର୍ପଣ ବେଳେ ଆପଣ ନିଜ ହାତର ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳିକୁ କେବେ ମଧ୍ୟ ଏକାଠି ଯୋଡି ରଖିବେ ନାହିଁ । କାରଣ ଏହି ଦୁଇ ଆଙ୍ଗୁଳି ଏକାଠି ହେଲେ ରାକ୍ଷସ ମୁଦ୍ରା ସୃଷ୍ଟି କରିଥାଏ । ତେଣୁ ଏହି ଦୁଇ ଆଙ୍ଗୁଳିକୁ ଅଲଗା କରି ମୁକ୍ତ ହସ୍ତରେ ଜଳ ଲୋଟା ଧରି ଜଳ ପ୍ରଦାନ କରିବେ ।

ସୂର୍ଯ୍ୟଦେବଙ୍କୁ ମଧ୍ୟ ଜଳ ପ୍ରଦାନ ବେଳେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ରାକ୍ଷସ ମୁଦ୍ରାରେ ଜଳ ଅର୍ପଣ କରିବା ଦ୍ଵାରା ସେହି ଜଳ ରକ୍ତ ସମାନ ହୋଇଯାଏ । ତୁଳସୀଙ୍କୁ ଜଳ ଅର୍ପଣ କରିବା ବେଳେ ମାତା ତୁଳସୀଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ଏହିସବୁ ନିୟମର ପାଳନ କଲେ ଆପଣଙ୍କୁ ପୂଜାର ଫଳ ପ୍ରାପ୍ତି ହେବ ସହ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।