ଆପଣଙ୍କୁ କେବେ ବି ହାରିବା ପାଇଁ ଦେବ ନାହିଁ Self Discipline ର ଏହି ସବୁ ଅଭ୍ୟାସ, ଲୋକ ଆପଣଙ୍କୁ ଦୂରେଇ ଦେଲେ ପସ୍ତେଇବେ- Motivational Tips

ଆତ୍ମ ଶୃଙ୍ଖଳା ନିଜ ଭିତରେ ନିଜକୁ ସୁଧାରିବାକୁ ବହୁତ ବଡ଼ ଜିନିଷ ହୋଇଥାଏ । ଆତ୍ମ ଶୃଙ୍ଖଳା ପାଇଁ ଆପଣ ନିଜକୁ ଭାବପ୍ରବଣତାରୁ ବଞ୍ଚାଇ ପାରିବେ । ନିଜର କର୍ତ୍ତବ୍ୟ ବୁଝି ପାରନ୍ତି ଏବଂ ଜାଣିପାରନ୍ତି କେଉଁଠି ଆପଣ ଅଣଦେଖା କରିବା କଥା ନୁହେଁ । ପ୍ରଥମେ ଆପଣ ନିଜର ଦୁର୍ବଳତା ବିଷୟରେ ଜାଣିବା ଦରକାର । ମାନେ ଆପଣଙ୍କ ଠାରେ ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ବଦଳାଇବା ନିହାତି ଆବଶ୍ୟକ । ଗୋଟିଏ ଝିଅ ଥିଲା, ବହୁତ ହସ ଖୁସିରେ ରହୁଥିବା ପିଲାଟି କିନ୍ତୁ ତା’ର ଗୋଟାଏ ସମସ୍ୟା ଥିଲା ।

ସେ ନିଜ କଥା ଶୁଣିବା ଅପେକ୍ଷା ଅନ୍ୟ ମାନଙ୍କ କଥାକୁ ବେଶି ଗୁରୁତ୍ତ୍ଵ ଦେଉଥିଲା । ମାନେ ନିଜ ଭିତରେ ବହୁତ ଚିନ୍ତାରେ ରହୁଥିଲା ଏବଂ ଡିପ୍ରେସନରେ ମଧ୍ୟ । ଜଦି କେହି ତାକୁ କିଛି କହିଦିଏ ସେ ତାହା ଜାଣିପାରେ କି ସାମ୍ନାରେ ଥିବା ଲୋକ ତାକୁ ତାର ଦରକାର ସମୟରେ ଖୋଜୁଛି । କିନ୍ତୁ ଯେତେବେଳେ କେହି ତାକୁ ଆଘାତ ଦେଲା ପରେ ମଧ୍ୟ ତା ସହିତ ପ୍ରେମରେ କଥା ହେଇ ତା ପାଖରୁ ନିଜ କାମ କରାଇବାକୁ ଭାବିଥାଏ ଏବଂ ସେ ବହୁତ ସହଜରେ ତାର କଥାରେ ଆସି ଯାଇଥାଏ, ତାପରେ ସେ ମଣିଷ ନିଜ କାମ ସରିଲା ପରେ ତା ପାଖରୁ ଦୂରେଇ ଯାଏ ।

ସେ ଝିଅ ପୁଣିଥରେ ଉଦାସ ହେଇଯାଏ ମାନେ ସେ ବହୁତ ଭାବପ୍ରବଣ ଥିଲା । ତାପରେ ସେ ଗୋଟିଏ ଦିନ ନିଜ ଦୁର୍ବଳତାକୁ ଜାଣି ପାରିଲା । ସେ ବୁଝିପାରିଲା ଜଦି ଏହିଭଳି ଆଗକୁ ଚାଲିଲା ତେବେ ସେ ଏହି ସମସ୍ୟାରୁ ଜମା ବି ବାହାରି ପାରିବ ନାହିଁ । ସେ ମନେମନେ ସ୍ଥିର କଲା ନିଜକୁ ପରିବର୍ତ୍ତନ କରିବା । ପ୍ରଥମେ ତାର ବୟଫ୍ରେଣ୍ଡ ଯିଏ ତାକୁ ସେତେବେଳେ ମନେ ପକାଏ ଯେତେବେଳେ ତାର ଇଚ୍ଛା ହୁଏ । ଯେତେବେଳେ ମନ ହୁଏ ସରି କହିକି ପ୍ରେମ ଜତାଇ ଥାଏ ଏବଂ ସେହି ବ୍ୟକ୍ତି ଏହି ଝିଅର ସବୁଠାରୁ ବଡ଼ ଦୁର୍ବଳତା ଥିଲା ।

ସେ ନିଜକୁ ବହୁତ ମଜବୁତ୍ କରି ତାକୁ ବ୍ଲକ କଲା ଏବଂ ସମସ୍ତ ଲିଙ୍କ ବନ୍ଦ କରିଦେଲା । ତାପରେ ତାର ସାଙ୍ଗମାନେ ଯିଏ କେବଳ ସାଙ୍ଗ ହେବାର ଦେଖେଇ ହୋଇଥାନ୍ତି ଏବଂ କାମ ବେଳେ ମନେ ପକାନ୍ତି । ଏବେ ଯେତେବେଳେ ସେ ଝିଅର ସାହାଯ୍ୟ ନବାକୁ ଆସିଲେ ସେତେବେଳେ ସେ ଝିଅ ତାର ମନର କଥା ସେମାନଙ୍କୁ କହିଲା ଏବଂ ସେମାନଙ୍କ ନଜର ତଳକୁ ହୋଇଗଲା । ଏମିତି ନୁହେଁ ଯେ ତାର ପଥର ହୃଦୟ ହୋଇଯାଇଥିଲା । ସେ ନିଜକୁ ପରିବର୍ତ୍ତନ କରୁଥିଲା ।

ସେହି ମାନଙ୍କ ସହ ମିଶିଲା ଯିଏ ଦରକାର ସମୟରେ ତାକୁ ଗୁରୁତ୍ତ୍ଵ ଦେଲେ । ଯଦି କେହି ତାକୁ ଗୁରୁତ୍ତ୍ଵ ଦେଉ ନଥିଲେ ବା ଆଘାତ କରୁଥିଲେ ସେ ତାଙ୍କୁ ତା ଜୀବନରୁ ଦୂରେଇ ଦଉଥିଲା ନହେଲେ ନିଜେ ଦୂରେଇ ଯାଏ । ଏମିତି ହୁଏ ନିଜ ଇମୋଶନ ଉପରେ ନିୟନ୍ତ୍ରଣ କରିବା । ମାନେ ଆପଣ ଜାଣିଥାନ୍ତି କି ଆପଣଙ୍କ ଭାବନା ଆପଣଙ୍କୁ କଣ କହିବାକୁ ଚାହୁଁଛି । ଆପଣ ପାଗଳଙ୍କ ପରି ଲୋକଙ୍କ ପଛରେ ଅନ୍ଧ ନୁହେଁ ତ ? ନିଜର କାମ, କ୍ୟାରିୟର ଛାଡ଼ି କନ୍ଦା କଟାର ସମୟ ନଷ୍ଟ କରୁ ନାହାନ୍ତି ତ ?

ଏଇ ଜୀବନ ବହୁତ ବଡ଼ ଅଟେ ହେଲେ ସେତେବେଳେ ଛୋଟ ଲାଗେ ଯେତେବେଳେ ନିଜ ଲକ୍ଷ୍ୟ ବା କାମ ଉପରେ ଧ୍ୟାନ ଦିଅନ୍ତି । ମାନେ ଯେଉଁ ଜିନିଷ ଆପଣଙ୍କୁ ଅଧିକ ଖୁସି ଦେଉଛି ସେହି କାମକୁ କରିବାର ସାହାସ ରଖୁଛ । ଜଦି ଆପଣ ନିଜ ଡ୍ରିମ୍ ଲାଇଫ୍ ବିତାଉ ନାହାନ୍ତି ତେବେ କୈାଣସି ଅସୁବିଧା ନାହିଁ । ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛନ୍ତି ତାକୁ ସୁନ୍ଦର ବନାଇବାକୁ ଚେଷ୍ଟା କରନ୍ତୁ । ଘର ଲୋକଙ୍କ ସହିତ ନିଜ ମନର କଥା ସେୟାର କରନ୍ତୁ ।

ଆମେ ଏମିତି ଭାବିଥାଉ ଘର ଲୋକଙ୍କ ଚିନ୍ତାଧାରା ସହିତ ଆମ କଥାକୁ ସେମାନେ ବୁଝିପାରିବେ ନାହଁ । ଭାବିକି ଦେଖନ୍ତୁ ଜଦି ଆପଣଙ୍କ ବୟସ ୨୦, ୨୫, ୩୦ ସେମାନଙ୍କ ବୟସ ୪୫, ୫୦ ରୁ ଅଧିକ ତେବେ ଭାବି ଦେଖନ୍ତୁ ସେମାନେ କେତେ ଅନୁଭବୀ ହୋଇଥିବେ । ସେମାନେ ସବୁ ବୁଝନ୍ତି ଖାଲି ମନ ଖୋଲି ସେମାନଙ୍କ ସହ କଥା ହେବା ଦରକାର । ମନରେ କିଛି ନରଖି ସବୁ ସାମ୍ନାରେ ରଖିଦିଅ । ପ୍ରତିଦିନ ଯେତେବେଳେ ସକାଳୁ ଉଠୁଛନ୍ତି କୁହନ୍ତୁ ଏହି ଦିନଟା ମୋର ।

ଚାଲ କିଛି ନୂଆ ଆରମ୍ଭ କରିବା ଏବଂ ଧ୍ୟାନ ଦିଅନ୍ତୁ ଆମର ଅବଚେତନ ମନ ସବୁବେଳେ ସଂଯୁକ୍ତ ଥାଏ । ନୀତି ଦିନ ଜୀବନରେ ଜଦି ନିଜର ଅନୁଶାସନରେ ଅଭ୍ୟାସ ଏବଂ କାର୍ଯ୍ୟ ନ ପରିବର୍ତ୍ତନ କରନ୍ତି ତେବେ ଏହା ସେମିତି ରହିବ ଯେମିତି ଆଗରୁ ରହୁଥିଲା । ଭାବନ୍ତୁ ଶୀତ ଦିନରେ ଆପଣ ୨-୩ ଦିନ ଛୁଟିରେ ରେଜେଇ ଭିତରେ ଶୋଇ ଆରାମ କରୁଛନ୍ତି । ଆପଣଙ୍କ ଅଫିସ ଖୋଲିଗଲା, ସେଠି ଆପଣଙ୍କ ଅବଚେତନ ମନ ସମାନ ସମୟରେ ଆପଣଙ୍କୁ ଅନୁଭବ କରାଇବ ଜଦି ଆପଣ ଘରେ ଥାନ୍ତେ ତେବେ ରେଜେଇ ଭିତରେ ଆରାମ କରୁଥାନ୍ତେ ।

କାରଣ ଆମେ ତାହାର ଅଭ୍ୟାସ କରିଥିଲୁ ଯାହା ଆମ ମନରେ ସ୍ଥିର ହେଇଗଲା ଏହି ସମୟରେ ଆମେ ରେଜେଇ ଭିତରେ ଥିଲେ । ଆପଣ ଯାହାବି ଅଭ୍ୟାସ କରୁଛନ୍ତି ତାହା ଆପଣଙ୍କ ଅବଚେତନ ମନ ଠିକ୍ ସମୟରେ ଜଣାଇ ଦିଏ । ଜଦି ଆପଣ ତାକୁ ଧିରେ ଧିରେ ଅଭ୍ୟାସକୁ ଛାଡୁଛନ୍ତି ତେବେ ଅବଚେତନ ମନ ତାହାର ଅନୁଭବ କରାଇବା ବନ୍ଦ କରିଦେବ‌ । ଠିକ୍ ଏହି ପରି ସେଲ୍ଫ ଡିସିପ୍ଲୀନ ଦ୍ବାରା ନିଜର ଆଦତକୁ ସୁଧାରି ପାରିବେ । ଆପଣ କେମିତି ଆପଣଙ୍କ ଭଲ କରି ପାରିବେ ସେଥିପାଇଁ ରୁଟିନ୍ ହିସାବରେ କରନ୍ତୁ ଏବଂ ନିଜକୁ ଅଲଗା କରି ଗଢନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଏହି ମୋଟିଭେସନାଲ ଟିପ୍ସ ଭଲ ଲାଗିଥିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।