କେବେ ଖର୍ଚ୍ଚ ଉଠାଇବା ପାଇଁ କଲ ସେଣ୍ଟରରେ କାମ କରୁଥିଲେ ଏହି ହିରୋଇନ

ବଲୀଉଡର ରାସ୍ତା କାହା ପାଇଁ ବି ସହଜ ହୋଇ ନ ଥାଏ । ଏହା ଯେତିକି ସହଜ ନଜର ଆସିଥାଏ, ପାଖକୁ ଗଲେ ତାହା ସେତିକି ହିଁ କଠିନ ହୋଇଥାଏ । କହିବାକୁ ଗଲେ ଆଜି ବଲୀଉଡରେ ଏମିତି ବହୁତ କଳାକାର ଅଛନ୍ତି, ଯେଉଁମାନେ ନିଜର ଜୀବନରେ ବହୁତ ଦୁଖ କଷ୍ଟର ସାମ୍ନା କରିଛନ୍ତି ଓ ତେବେ ଯାଇ ସେମାନଙ୍କ ଭାଗ୍ୟ ଚମକିଛି ଓ ସେମାନେ ଆଜି ସଫଳତା ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଯାହାଙ୍କ ନାମ ଜରୀନ ଖାନ ଅଟେ । କହିବାକୁ ଗଲେ ଜରୀନ ଖାନ ନିଜର ଫିଲ୍ମି କ୍ୟାରିୟର ସଲମାନ ଖାନଙ୍କ ଫିଲ୍ମ ‘ବୀର’ରୁ କରିଥିଲେ ଓ ଏହି ଫିଲ୍ମ ହିଟ ମଧ୍ୟ ହୋଇଥିଲା । ଏହା ପରେ ସେ ବଲୀଉଡରେ ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି । ବର୍ତ୍ତମାନ ଜରିନ ଖାନ ବଲୀଉଡ ଇଣ୍ଡଷ୍ଟ୍ରିର ଏକ ଜଣା ଶୁଣା ଅଭିନେତ୍ରୀ ହୋଇ ସାଯାଇଛନ୍ତି ।

କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା, ଯେତେବେଳେ ତାଙ୍କୁ ନିଜର ଘରର ଖର୍ଚ ଉଠାଇବା ପାଇଁ କଳ ସେଣ୍ଟରରେ କାମ କରିବାକୁ ପଡିଥିଲା ।ଆପଣଙ୍କୁ କହିଦେଉଛୁ କି ଜରୀନ ଖାନ ପ୍ରଥମେ ଡାକ୍ତର ହେବାକୁ ଚାହୁଁ ଥିଲେ । କିନ୍ତୁ ତାଙ୍କ ଘରର ଆର୍ଥିକ ଅବସ୍ଥା ବହୁତ କମଜୋର ଥିଲା ସେଥିପାଇଁ ସେ ନିଜର ଏହି ସ୍ଵପ୍ନକୁ ପୁରା କରି ପାରିଲେ ନାହିଁ । ଏହା ପରେ ସେ ଚାକିରି କରିବା ପାଇଁ ନିଷ୍ପତି ନେଲେ ।

ଏହି କାରଣରୁ ସେ କଳ ସେଣ୍ଟରରେ ଚାକିରି କରିଲେ । କହିଦେଉଛୁ କି ଜରୀନ ଖାନ ୨୩ ବର୍ଷ ବୟସରେ ଫିଲ୍ମି ଦୁନିଆରେ ଗୋଡ ରଖିଥିଲେ ।ଯେତେବେଳେ ସେ କଳ ସେଣ୍ଟରରେ ଚାକିରି କରୁଥିଲେ, ସେହି ସମୟରେ ସେ ମଡେଲିଙ୍ଗ ବି କରୁଥିଲେ ଓ କଳ ସେଣ୍ଟରରୁ ମିଳୁଥିବା ଟଙ୍କା ଦ୍ଵାରା ସେ ନିଜ ଘରର ଖର୍ଚ ବହନ କରୁ ଥିଲେ । ପ୍ରାୟତଃ ନିଜର ଇଣ୍ଟରଭିୟୁରେ ଜରୀନ ଖାନ ନିଜର ସଫଳତାର ଶ୍ରେୟ ସଲମାନ ଖାନଙ୍କୁ ଦେଇଛନ୍ତି ।

ସେ କହିଥିଲେ କି ସେ ସଲମାନଙ୍କ ଅଭିନେତ୍ରୀ ଥିଲେ, ସେଥିପାଇଁ ଲୋକମାନେ ତାଙ୍କୁ ଜାଣିଛନ୍ତି । ଏହା ଛଡା ସେ ଆଗକୁ କହିଲେ କି ସଲମାନଙ୍କ ସହିତ ଫିଲ୍ମ ‘ବୀର’ରେ କାମ କରିବା ସମୟରେ ସେ ସବୁବେଳେ ତାଙ୍କୁ ଦେଖୁଥିଲେ ଓ ମୋତେ ବିଶ୍ଵାସ ହେଉ ନ ଥିଲା କି ମୁଁ ତାଙ୍କ ସହିତ କାମ କରୁଛି ।‘ କହିଦେଉଛୁ କି ଜରୀନ ଖାନ ହାଉସଫୁଲ ୨, ହେଟ ସ୍ଟୋରୀ ଓ 1921 ଭଳି କେତେକ ଫିଲ୍ମରେ ନଜର ଆସିଛନ୍ତି ।

ଏହା ଛଡା ସେ ପଞ୍ଜାବୀ ଓ ତାମିଲ ଫିଲ୍ମରେ ବି କାମ କରିଛନ୍ତି । ଏହା ଛଡା ସେ ଫିଲ୍ମ ହେଟ ସ୍ଟୋରୀ ୩ରେ ବି ବହୁତ ବୋଲ୍ଡ ସିନ ଦେଇଥିଲେ । ସେହି ସମୟରେ ସେ ବହୁତ ଚର୍ଚାରେ ମଧ୍ୟ ରହିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।