କେବଳ ଭାରତୀୟ ଆର୍ମି ହିଁ ଏମିତି କରିପାରେ, ଆଣ୍ଠୁଏ ବରଫ ଭିତରେ ଠିଆ ହୋଇ ଦେଶ ଜଗିଛି ବୀରପୁଅ, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି Video

ଶୀତଦିନେ ପାରଦ ଟିକେ ତଳକୁ ଖସିଲେ ଏଠି ଆମେ କବାଟ ଝରକା କିଳି ଡବଲ କମ୍ବଳ ତଳେ ଶୋଇ ପଡୁଛୁ । କିନ୍ତୁ  ସୀମାରେ ଆମ ଦେଶର ସୁରକ୍ଷା କରୁଥିବା ଯବାନଙ୍କ କଥା ଟିକେ ଚିନ୍ତା କରନ୍ତୁ । ସେମାନଙ୍କ ପାଖେ ନା ଛାତ ନାହିଁ କି କେଇ ମୂହୁର୍ତ୍ତ ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ଗଛ ଟିଏ ବି ନାହିଁ । ତୁହାକୁ ତୁହା ଚାରିଆଡେ ବରଫ ବର୍ଷା ସାଙ୍ଗକୁ ଦାନ୍ତକୁ ଦାନ୍ତ ମାଡ କରିଦେବା ଭଳି ଜାଡୁଆ ପବନ । ଏତେ ବରଫ ବର୍ଷୁଛି ଯେ ଯବାନଙ୍କ ଯବାନଙ୍କ ମୁଣ୍ଡରୁ ପିଟି ଯାଏଁ ପିଟି ହୋଇ ଆଣ୍ଠୁଏ ଯାଏଁ ବରଫ ଗଦା ହୋଇଗଲାଣି ।

ଦେଶର ସୀମା ସୁରକ୍ଷା କି ଏମିତି ବି ନିଜକୁ ସମର୍ପିତ କରି ଦେଇପାରେ ତାହା ଏହି ଯବାନଙ୍କୁ ଦେଖିଲେ ଜଣାପଡେ । ଏତେ ଥଣ୍ଡା ବରଫ ମାଡରେ ଏହି ବନ୍ଧୁକଧାରୀ ଯବାନଙ୍କୁ ପହରା ଦେଉଥିବା ଦେଖିଲେ ଦେହରେ ଶିହରଣ ଖେଳି ଯାଉଛି । ହାତରେ ରାଇଫଲ ନାମ ଅସ୍ତ୍ର ଧରି ଜାଗ୍ରତ ପ୍ରହରୀ ସାଜି ଛିଡା ହୋଇଥିବା ଯବାନଙ୍କ ପାଇଁ ଆମ ଆମ ଛତି ଗର୍ବରେ ଫୁଲି ଉଠୁଛି । ଏହି ଭିଡିଓଟି ଆସିଛି ଜାମୁ-କାଶ୍ମୀର ସୀମାରୁ । ପ୍ରତିରକ୍ଷା ମନ୍ତ୍ରଣାଳୟ ଉଦମପୁର ଅଫିସିଆଲ ଟ୍ବିଟରରେ ଯବାନଙ୍କ ସମର୍ପଣର ଏହି ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ଲେଖାଅଛି, “ଆମ ଲକ୍ଷ୍ୟ ସ୍ଥଳରେ ଆମେ ହୁଏତ ସହଜରେ ପହଞ୍ଚି ପାରିବା ନାହିଁ । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଉ ବଳିଦାନ ଦ୍ଵାରା ଆମେ ଆମ ଲକ୍ଷ ହାସଲ କରିପାରିବା । ଆମକୁ ଜୀବନ ଗୋଟିଏ ଥର ପାଇଁ ମିଳିଛି । ହେଲେ ଦେଶ ମାତୃକା ପାଇଁ ବଳିଦାନ ଦେବ କିଏ ? ଏମିତି ପଥର ଭଳି ସୀମାରେ ଛିଡା ହେବ କିଏ ?”

ଏହି ଭିଡିଓକୁ ଆମେ ଅଧିକ କଣ ବା ବର୍ଣ୍ଣନା କରିପାରିବୁ । ମାଇନସ ଡିଗ୍ରୀ ତାପମାତ୍ରାରେ ହାତରେ ବନ୍ଧୁକ ଧରି କେମିତି ଭାରତ ମାଆର ସୁରକ୍ଷା କରୁଛନ୍ତି ଆମର ବୀର ଯବାନ । ଥଣ୍ଡା ଏମିତି ଯେ ରକ୍ତ ବି ବରଫ ହୋଇଯିବ । ଆଉ ଏଭଳି ତାପମାତ୍ରାରେ ବି ଭାରତ ମାଆର ସେବା କରି ଚାଲିଛନ୍ତି ତା ବୀର ପୁଅମାନେ । ସତରେ ଦେହରେ କେଇ ଆସ୍ତରଣ ଥିବା ଜ୍ୟାକେଟ, ବରଫ ସହୁ ନଥିବା ହାତ ଗ୍ଲୋବ୍ସ, ଆଖି ପାଉ ନଥିବା କୁହୁଡି ବର୍ଷା ଆଉ ଆଣ୍ଠୁଏ ବରଫରେ ଛିଡା ହେବା କାମ କେବଳ ଜଣେ ସାହସୀ ଯବାନ ହିଁ କରିପାରିବ ।

ଦେଶ ମାତୃକା ପାଇଁ ତାଙ୍କ ହୃଦୟରେ ଥିବା ସମର୍ପଣ ଭାବ ହିଁ ତାଙ୍କ ବୀରତ୍ଵର ପରିଚୟ । ଏତେ କଷ୍ଟ ସହି ଆମକୁ ସୁରକ୍ଷିତ ରଖିଥିବା ଭାରତୀୟ ଯବାନ ମାନଙ୍କୁ ଆମର ଶହେ ସଲାମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।