ବନ୍ଧୁଗଣ ଆଜିକାଲି ବିଜୁଳୀର ବ୍ୟବହାର କରାଯାଇ ଘରର ଆଲୋକୀକରଣ ଠାରୁ ନେଇ କେତେ କଣ ବୈଦ୍ୟୁତିକ କାର୍ଯ୍ୟ କରାଯାଇପାରୁଛି । ଗୋଟିଏ ଦିନ ମଧ୍ୟ ଆମେ ବିଜୁଳୀ ବିନା ବଞ୍ଚିବା କଷ୍ଟକର ହୋଇଯାଉଛି । ତେବେ ବିଜୁଳୀ ବ୍ୟବହାର କରି ଆମେ ଆମର ଅନେକ ଗୁଡିଏ ଦୈନଦିନ କାର୍ଯ୍ୟ କରିଥାଉ । ହେଲେ ବିଜୁଳୀର ବ୍ୟବହାର କରିବା ସମୟରେ ଆମକୁ କେତେ ଗୁଡିଏ ସାବଧାନୀତା ଅବଲମ୍ବନ କରିବାକୁ ପଡିଥାଏ । ନଚେତ ବିଜୁଳୀ ସଂସ୍ପର୍ଶରେ ଆସି ଆମ ଜୀବନ ମଧ୍ୟ ବିପଦ ମୁହଁରେ ପଡିପାରେ ।
ବନ୍ଧୁଗଣ ଓଦା ହାତରେ କେବେ ବି ବିଜୁଳିର ତାର କିମ୍ବା ସୁଇଚକୁ ଧରିବା ଉଚିତ ନୁହେଁ । ଯଦି ଆପଣ ବିଜୁଳି ତାରକୁ ଯୋଡିବାର କାମ କରୁଛନ୍ତି ତେବେ ପ୍ରଥମେ ପାୱାର କଟ କରି ନିଅନ୍ତୁ । ଏହା ଛଡା ଘରେ କୌଣସି ବି ତାରକୁ ଖୋଲା ଛାଡିବା ଉଚିତ ନୁହେଁ । ତାକୁ ବ୍ଲାକଟେପ ଦ୍ଵାରା କଭର କରି ଦେବା ଉଚିତ କିମ୍ବା ନୂଆ ତାର ଲଗାଇବା ଉଚିତ । ବିଜୁଳି ସହ ସମ୍ବନ୍ଧିତ କୌଣସି ବି କାର୍ଯ୍ୟ କରିବା ସମୟରେ ସ୍ଳିପର ପିନ୍ଧିବା ଉଚିତ । ଏହି ସବୁ କଥାକୁ ଧ୍ୟାନ ରଖିବା ଦ୍ଵାରା ହିଁ ଆପଣ କରେଣ୍ଟ ଲାଗିବା ଠାରୁ ଦୂରେଇ ରହି ପାରିବେ ।
ହେଲେ କେତେ ଥର ସାବଧାନ ରହିବା ସତ୍ତ୍ୱେ ବି ଲୋକମାନଙ୍କୁ କରେଣ୍ଟ ଲାଗିଯାଏ । ଏମିତିରେ ଯଦି ଆପଣ ନିଜ ସାମ୍ନାରେ କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିବାର ଦେଖନ୍ତୁ । ତେବେ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ଏହି ସମୟରେ ଯଦି ଆପଣ ସଠିକ ପଦକ୍ଷେପ ନେବେ, ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚି ଯାଇପାରେ । କିନ୍ତୁ ଭୁଲ ପଦକ୍ଷେପ ନେବା ଦ୍ଵାରା ଆପଣଙ୍କୁ ବି କରେଣ୍ଟ ଲାଗି ପାରେ ।
1- ଯେତେବେଳେ ବି କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିବ ତ ଆପଣ ସର୍ବ ପ୍ରଥମେ ତାକୁ କରେଣ୍ଟ ଲାଗୁଥିବା ସୋର୍ସରୁ ଅଲଗା କରନ୍ତୁ । ଏଥିପାଇଁ ଧ୍ୟାନ ରଖନ୍ତୁ କି ଆପଣ ସେହି ବ୍ୟକ୍ତିକୁ ନିଜ ହାତ କିମ୍ବା ଲୁହାର କୌଣସି ଜିନିଷ ଦ୍ଵାରା ହଟାଇବାକୁ ଚେଷ୍ଟା କରିବେ ନାହିଁ । ନଚେତ ଆପଣଙ୍କୁ କରେଣ୍ଟ ଲାଗିବ । ପୀଡିତ ବ୍ୟକ୍ତିକୁ କରେଣ୍ଟରୁ ଅଲଗା କରିବା ପାଇଁ କାଠ କିମ୍ବା ଏମିତି କୌଣସି ଜିନିଷର ବ୍ୟବହାର କରନ୍ତୁ ଯେଉଁଥିରେ କରେଣ୍ଟ ପାସ କରି ନଥାଏ ।
2- କରେଣ୍ଟ କାରଣରୁ ଯଦି କୌଣସି ବ୍ୟକ୍ତି ବେହୋସ ହୋଇ ଯାଉଛି ତେବେ ଆପଣ ନିଜ ପାଟି ଦ୍ଵାତା ତାକୁ ନିଶ୍ଵାସ ଦିଅନ୍ତୁ ଓ ତାହାର ଛାତିକୁ ବାରମ୍ବାର ଦବାନ୍ତୁ । ନିଶ୍ଵାସ ଦେବା ଦ୍ଵାରା ତା’ର ଶରୀରରେ ଅକ୍ସିଜେନ ସଞ୍ଚାଳିତ ହେଉଥିବ । ଛାତିକୁ ଦବାଇବା ଦ୍ଵାରା ତାହାର ନିଶ୍ଵାସ ସାମାନ୍ୟ ମାତ୍ରାରେ ଚାଲିଥାଏ ।
3- କରେଣ୍ଟ ଲାଗିଥିବା ବ୍ୟକ୍ତି ଉପରେ ପାଣି ଛିଞ୍ଚନ୍ତୁ ଓ ତାଙ୍କର ଯଦି ରକ୍ତ ବାହାରୁଛି ତେବେ ସେହି ରକ୍ତକୁ ରୋକିବାକୁ ଚେଷ୍ଟା କରନ୍ତୁ ।
4- କରେଣ୍ଟ ଲାଗିଥିବା ବ୍ୟକ୍ତିର ଯେତେବେଳେ ହୋସ ଆସିଯିବ ତେବେ ସଙ୍ଗେ ସଙ୍ଗେ ତାକୁ ଖାଦ୍ୟ କିମ୍ବା ପାଣି କିଛି ବି ଦିଅନ୍ତୁ ନାହିଁ । ସେହି ବ୍ୟକ୍ତି ଜଣକ ନିଜକୁ ଅଳ୍ପ ସୁସ୍ଥ ମନେ କରିବା ପରେ ତାଙ୍କୁ କିଛି ଖାଦ୍ୟ ଜିନିଷ ଦିଅନ୍ତୁ ।
5- ଯଦି ମାମଲା ଗମ୍ଭୀର ଅଛି ତେବେ ବ୍ୟକ୍ତିକୁ ହସ୍ପିଟାଲ ନେଇ ଯାଆନ୍ତୁ ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ କରିବା ସହ ଏହାକୁ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ