ଘୋଡା ଉପରେ ବସି ବାରାତ ନେଇ ପହଞ୍ଚିଲା କନ୍ୟା, ଆଳତୀ ଥାଳି ସହିତ ବର କରିଥିଲା ସ୍ଵାଗତ, ଏହା ଥିଲା କାରଣ

ହିନ୍ଦୁ ଧର୍ମରେ ବିବାହରେ ବହୁତ ପ୍ରକାରର କର୍ମ ହୋଇଥାଏ ଯିଏ ବିବାହକୁ ପବିତ୍ର କରିଥାନ୍ତି । ଏଥିରେ ବହୁତ ଥର କିଛି ଅଳ୍ପ ବହୁତ ପରିବର୍ତ୍ତନ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯିଏ କେବେ ବି ବଦଳେ ନାହିଁ ଯେମିତି ବର ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା । ଏବେ ଏମିତି ଏକ ବିବାହ ହୋଇଛି ଯେଉଁଠି ଏହି ପରମ୍ପରା ବିଲକୁଲ ଅଲଗା ପ୍ରକାରରେ ପାଳନ କରାଯାଇଛି । ଏଠାରେ କନ୍ୟା ଘୋଡାରେ ବସି ବର ଘରେ ପହଞ୍ଚିଥିଲା । ସେଇଠି ବର ଆରତୀ ଥାଳି ସହିତ କନ୍ୟାର ସ୍ଵାଗତ କରିଥିଲା । ଏହା ଏକ ଅନୋଖା ବିବାହ ଥିଲା ଚାଲନ୍ତୁ ଜାଣିବା ଏହାର କାରଣ ।

କନ୍ୟାଯାତ୍ରୀ ନେଇ ପହଞ୍ଚିଲା କନ୍ୟା

ଏହି ମାମଲା ଅଟେ ବୁଲନ୍ଦ ସହରର ସ୍ୟାନା କସ୍ବେ ଙ୍କର । ଏଠାରେ ଚୌହାନ ପରିବାରରେ ତାଙ୍କ ଝିଅ ରାଧାଙ୍କର ବିବାହ ସ୍ଥିର ହେଲା । ବିବାହ ସମୟରେ ଯେଉଁ ପୁରୁଣା ପରମ୍ପରା ସବୁ ଥିଲା ସବୁ କିଛି ଏହି ବିବାହରେ ବଦଳାଇ ଦିଆଗଲା । ରାଧାଙ୍କର ବିବାହ ଦିଲ୍ଲୀ ର ଜିଟିଭି ନଗରରେ ରହୁଥିବା ସନି ଚୌହାନଙ୍କ ସହିତ 13 ଡିସେମ୍ବର କୁ ହୋଇଥିଲା ଓ ତାହା ବି କିଛି ଅଲଗା ଅନ୍ଦାଜରେ ।

ପ୍ରକୃତରେ ସନି ଚୌହାନ ଦିଲ୍ଲୀ ରୁ ବରଯାତ୍ରୀ ଧରି ସ୍ୟାନାଙ୍କର ନବାବ ଫାର୍ମହାଉସ ପହଞ୍ଚିଲେ । ତାଙ୍କର ବରଯାତ୍ରୀ ପହଞ୍ଚିବା ପୂର୍ବରୁ ରାଧାଙ୍କର ପିତା ବବି ତାଙ୍କ ଝିଅଙ୍କର କନ୍ୟାଯାତ୍ରୀ ପଠାଇ ଦେଇଥିଲେ । ବବି ପଞ୍ଜାବର ଅମ୍ରିତସର ରୁ ସ୍ପେଶାଲ ଖାଲସା ବ୍ୟାଣ୍ଡ ବି ମଗାଇଥିଲେ । ଏହା ପରେ ରାଧା ଘୋଡାରେ ବସି କନ୍ୟାଯାତ୍ରୀ ନେଇ ଯାଇଥିଲେ । କନ୍ୟାଯାତ୍ରୀ ଙ୍କ ଉପରେ ଫୁଲର ବର୍ଷା କରାଗଲା ଓ କନ୍ୟାଙ୍କ ବଗିର ଆଗରେ ବି ଫୁଲ ସଜା ଯାଇଥିଲା । ସମସ୍ତେ କନ୍ୟା ଘୋଡାରେ ବସି ଯାଉଥିବାର ଦେଖି ଚକିତ ହୋଇଯାଉଥିଲେ ।

ବର କରିଥିଲେ ସ୍ଵାଗତ

ଯେତେବେଳେ ନାଚି ଗାଈ ରାଧାଙ୍କର କନ୍ୟାଯାତ୍ରୀ ଫାର୍ମ ହାଉସ ପହଞ୍ଚିଲେ ତେବେ ବର କୌଣସି ଡେରି ନ କରି ନିଜେ ଆଗକୁ ଆସି କନ୍ୟାଯାତ୍ରୀଙ୍କର ସ୍ଵାଗତ କରିଥିଲେ । ଏହି ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଯାଉଥିଲେ । ଏହା ପରେ ଖୁବ ଧୁମଧାମ ର ସହିତ ଦୁଇ ଜଣଙ୍କର ବିବାହ ହୋଇଥିଲା ପରେ କନ୍ୟା ରାଧା ବର ସନିଙ୍କ ସହିତ ନିଜ ଶାଶୁଘର ଦିଲ୍ଲୀକୁ ଚାଲିଯାଇଥିଲେ ।

ଏହା ଏଥିପାଇଁ ସମ୍ଭବ ହୋଇପାରିଥିଲା କି ରାଧାଙ୍କର ପିତା ଓ ତାଙ୍କ ଭାବି ସ୍ଵାମୀଙ୍କର ଚିନ୍ତାଧାରା ଉଚ୍ଚ ଥିଲା । ରାଧାଙ୍କର ପିତା ବବି କହିଲେ କି ତାଙ୍କ ଝିଅ କୌଣସି ଗୁଣରେ ପୁଅଙ୍କ ଠାରୁ କମ ନୁହେଁ । ଯେତେବେଳେ ପୁଅ ମାନଙ୍କର ବିବାହ ହୋଇଥାଏ ତାଙ୍କୁ ଘୋଡାରେ ବସା ଯାଇଥାଏ । ସେ କହିଲେ କି ମୁଁ ଭାବିଲି ଯେତେବେଳେ ପୁଅ ମାନଙ୍କର ଘୋଡା ଚଢିବାର ପରମ୍ପରା ଅଛି ତେବେ ଝିଅମାନଙ୍କର କାହିଁକି ନୁହେଁ ।

ସେ ସମାଜରେ ଏମିତି ଏକ ବିବାହ କରି ଜଣାଇ ଦେଇଛନ୍ତି କି ଝିଅମାନେ ବି ପୁଅ ମାନଙ୍କ ଠାରୁ କମ ନୁହଁନ୍ତି । ଏହି କାରଣରୁ ସେ ଝିଅକୁ ଘୋଡା ଉପରେ ବସାଇ କନ୍ୟାଯାତ୍ରୀ ସହିତ ବିବାହ ଆୟୋଜନ କରିଥିଲେ ।