କଞ୍ଚା କ୍ଷୀର ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ, କ୍ଷୀର ପିଇବାର ସଠିକ ଉପାୟ କଣ, ଜାଣନ୍ତୁ

ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ କି, କ୍ଷୀରକୁ ଗରମ କରି ପିଇବା ଉଚିତା ନା କଞ୍ଚା କ୍ଷୀର ପିଇବା ଉଚିତ । କ୍ଷୀରର ବ୍ୟବହାର ଲୋକମାନେ ଦୁଇ ପ୍ରକାରର କରିଥାନ୍ତି । କ୍ଷୀରକୁ ଲୋକମାନେ ଖାଦ୍ୟ ରୂପରେ ଓ ନିଜ ଚେହେରାରେ ଲଗାଇବା ପାଇଁ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କଞ୍ଚା କ୍ଷୀର ଓ ଉଷୁମ କ୍ଷୀର ମଧ୍ୟରେ ଥିବା ଫାଇଦା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଉଷୁମ କ୍ଷୀରର ଉପଯୋଗୀତା


୧ କପ କଞ୍ଚା କ୍ଷୀରରେ ୧୫୦ କ୍ୟାଲୋରି ରହିଥାଏ । ଏଥିରେ ୮ ଗ୍ରାମ ପ୍ରୋଟିନ, ୮ ଗ୍ରାମ ଫ୍ୟାଟ ଓ ୧୨ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ । ଏହା ସହିତ କ୍ଷୀରରେ ୨୮ ପ୍ରତିଶତ ପାଣିର ମାତ୍ରା ରହିଥାଏ । ସାଧାରଣତଃ ଲୋକମାନଙ୍କ ମନିଥାନ୍ତି କି, କ୍ଷୀରକୁ ଗରମ କରିବା ପରେ କ୍ଷୀରର ପୋଷକ ତତ୍ଵ ନଷ୍ଟ ହୋଇଯାଇଥାଏ । ହେଲେ ଏହା ଭୁଲ ଅଟେ । କାରଣ କ୍ଷୀରକୁ ଗରମ କରିବା ପରେ ଏଥିରେ ଥିବା ଫ୍ୟାଟ, କାର୍ବୋହାଇଡ୍ରେଟ ଓ କ୍ୟାଲସିୟମରେ କୌଣସି ପରିବର୍ତ୍ତନ ଆସିନଥାଏ । ହେଲେ ଏଥିରେ କେବଳ ୧-୪ % ପ୍ରୋଟିନ ନଷ୍ଟ ହୋଇଥାଏ । କିନ୍ତୁ ଏତିକି ପ୍ରୋଟିନ ନଷ୍ଟ ରେ କିଛି ବି ଫରକ ପଡିନଥାଏ ।

୨. କଞ୍ଚା କ୍ଷୀରର ଉପଯୋଗୀତା


ଉଷୁମ କ୍ଷୀରରେ ପ୍ରୋଟିନର କିଛି ମାତ୍ରା କମିଯାଇଥାଏ, ହେଲେ କଞ୍ଚା କ୍ଷୀରରେ ସବୁ ତତ୍ଵ ଭରପୁର ମାତ୍ରାରେ ଥାଏ,କିନ୍ତୁ ଏହାର ଅର୍ଥ ନୁହେଁ କି କ୍ଷୀରକୁ କଞ୍ଚା ପିଇବା ଉଚିତ । କାରଣ କ୍ଷୀର ହେଉଛି ଏକ ଆନିମଲ ପ୍ରଡ଼କ୍ଟ । କ୍ଷୀରକୁ ବାହାର କରିବା ସମୟରେ କେତେକ ବ୍ୟାକ୍ଟେରିଆ କ୍ଷୀର ମଧ୍ୟରେ ରହି ଯାଇଥାଏ । ଯଦି କୌଣସି ମଣିଷ କଞ୍ଚା କ୍ଷୀର ପିଇଥାଏ, ଏହା ଦ୍ଵାରା କ୍ଷୀରରେ ଥିବା ବ୍ୟାକ୍ଟେରିଆ ମଧ୍ୟ ମଣିଷ ଶରୀରକୁ ପ୍ରବେଶ କରିଥାଏ ।


ଯଦି ବ୍ୟକ୍ତିର ଇମ୍ୟୁନ ସିଷ୍ଟମ ମଝବୁତ ଥିବ ତେବେ, ସେହି ବ୍ୟାକ୍ଟେରିଆ ଶରୀର ମଧ୍ୟରେ ମରିଯିବ । ହେଲେ ଯଦି ବ୍ୟକ୍ତିର ଇମ୍ୟୁନ ସିଷ୍ଟମ ଦୁର୍ବଳ ଥିବ ତେବେ ସେହି ବ୍ୟାକ୍ଟେରିଆ ଶରୀରରେ ରହି ବହୁତ ଗମ୍ଭୀର ରୋଗର ସମସ୍ୟା ହୋଇଥାଏ । ସାଧାରଣତଃ ଗର୍ଭବତୀ ମହିଳା ମାନଙ୍କୁ କଞ୍ଚା କ୍ଷୀରର ସେବନ ଭୁଲ ରେ ମଧ୍ୟ କରିବା ଉଚିତ ନୁହେଁ । କାରଣ ଏମାନଙ୍କ ଇମ୍ୟୁନ ସିଷ୍ଟମ ବହୁତ ଦୁର୍ବଳ ଥାଏ, ଯାହାଫଳରେ ଏହି ବ୍ୟାକ୍ଟେରିଆ ବହୁତ ସହଜରେ ଶରୀରରେ ରହିଯାଇଥାଏ ।

google

କଞ୍ଚା କ୍ଷୀରର ସେବନରେ ପେଟରେ ବ୍ୟାକ୍ଟେରିଆର ସଂଖ୍ୟା ବୃଦ୍ଧି ହୋଇଥାଏ, ଏହା ଦ୍ଵାରା ଆପଣଙ୍କୁ ପେଟରେ କଷ୍ଟ ହେବା, ଥଣ୍ଡା, ଜ୍ଵର ଓ ବିଭିନ୍ନ ଗମ୍ଭୀର ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଭୁଲ ରେ ମଧ୍ୟ କଞ୍ଚା କ୍ଷୀରର ସେବନ କରନ୍ତୁ ନାହିଁ । ସବୁବେଳେ କ୍ଷୀରକୁ ଗରମ କରି ସେବନ କରନ୍ତୁ । କାରଣ ଏହା ଫଳରେ କ୍ଷୀରରେ ଥିବା ବ୍ୟାକ୍ଟେରିଆ ଗୁଡିକ ମରିଯାନ୍ତି ।