ସ୍ଵାମୀକୁ ଖୁସି କରିବା ପାଇଁ କରନ୍ତୁ ଏହି ସରଳ ଉପାୟ, ସବୁବେଳେ ରହିବ ଉତ୍ତମ ବୁଝାମଣା

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କ ବୈବାହିକ ଜୀବନରେ ବାଦବିବାଦ ସୃଷ୍ଟି ହେଉଛି । ଯାହାଫଳରେ ପରିବାରରେ ବିଶୃଙ୍ଖଳା ହେଉଛି । ସେଥିପାଇଁ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ଉଚିତ । ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ସ୍ତ୍ରୀ ମାନଙ୍କର କିଛି ବିଶେଷ ଦାଇତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜ ସ୍ଵାମୀକୁ ଖୁସିରେ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଯେତେବେଳେ ବୈବାହିକ ଜୀବନ ଆରମ୍ଭ ହୋଇଥାଏ, ସେତେବେଳେ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ । ହେଲେ ଧୀରେ ଧୀରେ ବାଦବିବାଦ ସୃଷ୍ଟି ହୋଇଥାଏ । ଏହାର କାରଣ ହେଉଛି  ପରସ୍ପର ମଧ୍ୟରେ ବୁଝାମଣା ର ଅଭାବ ରହିଥାଏ ।

ପରିବାର ସୁଖମୟ ସେତେବେଳେ ହେବ, ଯେତେବେଳେ ଆପଣଙ୍କ ସ୍ଵାମୀ, ପିଲା ଛୁଆ, ଶାଶୁ ଶଶୁର ଆଦି ଖୁସିରେ ରହିବେ । ଯାହା ଦ୍ଵାରା ଆପଣ ମଧ୍ୟ ଖୁସିରେ ରହିବେ । ସେଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ସ୍ଵାମୀକୁ ଖୁସିରେ ରଖିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସ୍ବାମୀଙ୍କୁ ଖୁସି କରାଇବା ପାଇଁ ଏହି ଉପାୟ ବିଷୟରେ ।

୧. ଆପଣଙ୍କ ସ୍ଵାମୀ ଯେତେବେଳେ କୌଣସି କାର୍ଯ୍ୟରୁ ଫେରି ଘରକୁ ଆସୁଛନ୍ତି, ସେତେବେଳେ ଆପଣଙ୍କ ମୁହଁରେ ହସ ଥିବା ଆବଶ୍ୟକ । ଆପଣଙ୍କ ଏହି ହସକୁ ଦେଖି ସ୍ଵାମୀଙ୍କର ସମସ୍ତ ଚିନ୍ତା ଦୂର ହୋଇଯାଇଥାଏ । ତେଣୁ ଯେତେବେଳେ ଆପଣଙ୍କ ସ୍ଵାମୀ ଘରକୁ ଫେରୁଛନ୍ତି ଆପଣ ସେହି ସମୟରେ ନିଜ ମୁହଁରେ ହସ ରଖନ୍ତୁ ।

୨. ଯେତେବେଳେ ଆପଣଙ୍କ ସ୍ଵାମୀ ନିଜ କାର୍ଯ୍ୟରୁ ଘରକୁ ଫେରୁଛନ୍ତି ସେତେବେଳେ ଆପଣ ତାଙ୍କୁ ଏକ ଥଣ୍ଡା ପାଣି ଗ୍ଳାସ ପିଇବା ପାଇଁ ଦିଅନ୍ତୁ । ଯଦି ଆପଣଙ୍କ ସ୍ଵାମୀ ବାହାରୁ କିଛି ଖାଇଛନ୍ତି ତଥାପି ଆପଣ ତାଙ୍କୁ ଖାଇବା ଅଫର କରନ୍ତୁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିଥାଏ ।

୩. ଯଦି ଆପଣଙ୍କୁ ନିଜ ସ୍ଵାମୀଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାର ଅଛି ତେବେ ଭୁଲ ରେ ମଧ୍ୟ ସେ କାର୍ଯ୍ୟରୁ ଫେରିବା ସମୟରେ କୁହନ୍ତୁ ନାହିଁ । କାରଣ ସ୍ଵାମୀମାନେ କାର୍ଯ୍ୟର ବହୁତ ଚିନ୍ତା ନେଇ ଘରକୁ ଫେରିଥାନ୍ତି । ସେହି ସମୟରେ ଆପଣ କୌଣସି କଥା ବିଷୟରେ ଆଲୋଚନା କରିଲେ କଳି ଝଗଡା ହେବାର ସମ୍ଭାବନା ଥାଏ । ତେଣୁ ରାତିରେ ଶୋଇବା ସମୟରେ ଆପଣ ତାଙ୍କ ସହ କୌଣସି ବିଷୟରେ କଥା ହୋଇପାରିବେ । ସେହି ସମୟରେ ସ୍ଵାମୀମାନେ ଆପଣଙ୍କ କଥାକୁ ଭଲ ଭାବରେ ବୁଝିବେ ।

୪. ସ୍ଵାମୀଙ୍କୁ ଖୁସି କରାଇବା ପାଇଁ ମଝିରେ ମଝିରେ ତାଙ୍କୁ କିଛି ଗିଫ୍ଟ ଦିଅନ୍ତୁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ ଅଧିକ ହୋଇଥାଏ ଓ ବୈବାହିକ ଜୀବନରେ କୌଣସି ସମସ୍ୟା ଆସିନଥାଏ ।