ଆଉ ମାତ୍ର ଦୁଇଦିନ ପରେ ଆରମ୍ଭ ହୋଇଯିବ ହକି ବିଶ୍ଵକପ । ହକି ବିଶ୍ଵକପକୁ ନେଇ ଓଡିଶାର ରାଜଧାନୀର ଭୁବନେଶ୍ବର ଏବଂ ଟୁଇନସିଟି କଟକ ବେଶ ଚଳଚଞ୍ଚଳ ହୋଇପଡିଛି । ରାଜ୍ୟ ସରକାର ଓ ଉଭୟ ଜିଲ୍ଲାର ପ୍ରଶାସନ ହକି ବିଶ୍ଵକପକୁ ନେଇ ବିଭିନ୍ନ ପ୍ରକାରର ପ୍ରସ୍ତୁତି କରିଛନ୍ତି । ଦ୍ଵିତୀୟ ଥର ପାଇଁ ଭୁବନେଶ୍ବରରେ ହକି ବିଶ୍ଵକପ ଆୟୋଜିତ ହେଉଥିବାରୁ ଓଡିଶାବାସୀ ଏନେଇ ବହୁତ ଉତ୍ସାହିତ ଅଛନ୍ତି । ଏଭଳି ସମୟରେ ଭୁବନେଶ୍ବର ମା’ ଶିଖରଚଣ୍ଡୀଙ୍କ ପାଦତଳେ ରାହାଗିରି ଠାରେ ପଥ ଉତ୍ସବ ଆୟୋଜିତ ହେଉଛି ।

ଏହି ପଥ ଉତ୍ସବରେ ବିବାଦୀୟ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା । ସେ ପଥ ଉତ୍ସବରେ ଯୋଗ ଦେଇ ବେଶ ଖୁସି ଥିବା କହିଛନ୍ତି । ପୁଣି ଥରେ ରାହାଗିରି ରାସ୍ତାକୁ ଲୋକଙ୍କ ପାଇଁ ଖୋଲିବା ସହ ସେଠାରେ ପଥ ଉତ୍ସବ ଆୟୋଜନ କରିବା ସରକାରଙ୍କ ଦ୍ଵାରା ଏକ ବେଶ ପ୍ରଶଂସନୀୟ ପଦକ୍ଷେପ ବୋଲି କୃଷ୍ଣପ୍ରିୟା କହିଛନ୍ତି । ସେଠାରେ ବହୁତ ଦର୍ଶକ ଓ ପିଲାମାନେ ଏକତ୍ରିତ ହୋଇଛନ୍ତି ଏବଂ ଖୁସିର ମାହୋଲ ତିଆରି ହୋଇଛି ।
ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାହାଗିରି ବନ୍ଦ ହୋଇ ଯାଇଥିବା ବେଳେ ସେଠାରେ ପୁଣି ଥରେ ଏଭଳି କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିବା ଖୁସିର କଥା ବୋଲି ସେ କହିଛନ୍ତି । ସକାଳ ସାଢେ 6ଟାରୁ ସାଢେ 10ଟା ସମୟ ରଖାଯାଇଛି ଏବଂ ପିଲାମାନେ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ସେଠାରେ ପ୍ରଦର୍ଶନ କରୁଛନ୍ତି ।

ପ୍ରତିଭାବାନ ପିଲାମାନେ ସେଠାରେ ଯୋଗ ଦେଇ ବିଭିନ୍ନ କଳା ମାଧ୍ୟମରେ ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ନାଚ, ଗୀତ, ଯୋଗ, ଝୋଟି ଆଦି ମାଧ୍ୟମରେ ସେଠାରେ ଏକପ୍ରକାର ପ୍ରତିଭାର ମେଳା ଚାଲିଛି । ଯାହାକି ପିଲାଙ୍କ ସହ ବୟସ୍କ ଲୋକଙ୍କୁ ମଧ୍ୟ ବେଶ ଖୁସି ପ୍ରଦାନ କରୁଛି ।
ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପ ଆୟୋଜନ କରିବା ଲାଗି ଓଡିଶା ତଥା ଭୁବନେଶ୍ବରକୁ ସୁଯୋଗ ମିଳିଛି, ଯାହାକି ରାଜ୍ୟ ପାଇଁ ଏକ ଗର୍ବର କଥା । ତେଣୁ ସମସ୍ତେ ମିଶି ହକି ବିଶ୍ଵକପକୁ ସ୍ଵାଗତ କରିବା ଏବଂ ଉପଭୋଗ କରିବା ବୋଲି କୃଷ୍ଣପ୍ରିୟା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।