କଳିଯୁଗର ଶେଷରେ କିଏ ବଞ୍ଚିବ, କେବେ ଓ କିପରି ହେବ କଳିଯୁଗର ଅନ୍ତ !

କଳିଯୁଗ ମାନେ କଳା ଯୁଗ ଯେଉଁ ଯୁଗରେ ସମସ୍ତଙ୍କ ମନରେ ଅଶାନ୍ତି ରହିବ, ମାନସିକ କ୍ଷେତ୍ରରେ ଦୁଃଖ ମିଳିବ ସେହି ଯୁଗ ହିଁ କଳିଯୁଗ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି କଳିଯୁଗର ଶେଷରେ କିଏ ବଞ୍ଚିବ ଏବଂ କିପରି ହେବ କଳିଯୁଗର ଅନ୍ତ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ତେବେ ଚାଲନ୍ତୁ ଜାଣିବା ।

କଳିଯୁଗରେ ଧର୍ମର କେବଳ ୧/୪ ଅଂଶ ହିଁ ରହିଯିବ । କଳିଯୁଗର କାଳ ୪, ୩୨୦୦୦ ବର୍ଷ ଲମ୍ବା ରହିଛି । ବର୍ତମାନ କଳିଯୁଗର ପ୍ରଥମ ଚରଣ ଚାଲୁଅଛି । କଳିଯୁଗର ଆରମ୍ଭ ୩୨୦୨ B.C ରେ ହୋଇଥିଲା, ଯେତେବେଳେ ୫ ଟି ଗ୍ରହ ମଙ୍ଗଳ, ବୁଦ୍ଧ, ଶୁକ୍ର, ଏବଂ ଶନି ମେଷ ରାଶିରେ ୦ ଡିଗ୍ରୀ ରେ ହୋଇଥିଲେ ସେତେବେଳେ କଳିଯୁଗର ଆରମ୍ଭ ହୋଇଥିଲା । ଏଠାରେ କିଛି ମଧ୍ୟ ବଞ୍ଚିବ ନାହିଁ । ପୃଥିବୀରେ ପାଣି ମଧ୍ୟ ଶେଷ ହୋଇଯିବ ।

ପୁରାଣରେ ବର୍ଣ୍ଣନା କରାଯାଇଛି କି ଯେତେବେଳେ କଳିଯୁଗର ୧୦୦୦୦ ବର୍ଷ ପୂରଣ ହେବ, ସେତେବେଳେ ସବୁ ଦେବୀ ଦେବତା ପୃଥିବୀ ଛାଡି ନିଜ ଧାମକୁ ଫେରିଯିବେ । କଳିଯୁଗ ଶେଷ ହେବାର ୫ ବର୍ଷ ପୂର୍ବରୁ ଗଙ୍ଗା ନଦୀ ସମ୍ପୂର୍ଣ୍ଣ ଭାବରେ ସୁଖି ଯିବ । କଳିଯୁଗର ଶେଷରେ ମଣିଷର ର ଅବଶେଷ ଆୟୁ ୨୦ ବର୍ଷ ରହିବ ।

୧୬ ବର୍ଷ ବୟସରେ ହିଁ ଲୋକ ବୁଢ଼ା ହୋଇଯିବେ ଏବଂ ୨୦ ବର୍ଷ ବୟସରେ ମର୍ତ୍ୟୁ ଲାଭ କରିବେ । ମଣିଷ ବାମନ ରୂପରେ ଜନ୍ମ ହେବେ । କଳିଯୁଗର ଶେଷରେ ଭୟଙ୍କର ଝଡ଼ ବର୍ଷା, ଭୂମିକମ୍ପ ହେବାରେ ଲାଗିବ । ଲୋକମାନେ ଘରେ ନୁହଁ ବରଂ ମାଟି ଖୋଳି କି ରହିବେ ।

ଏମିତି ସମୟ ଆସିବ କି ଭୂମିରୁ ଚାଷ ହେବା ବନ୍ଦ ହୋଇଯିବ । ଗଛରେ ଫଳ ହେବ ନାହିଁ । ଧୀରେ ଧୀରେ ସବୁ ଜିନିଷ ନଷ୍ଟ ହୋଇଯିବ । କଳିଯୁଗ ଶେଷରେ ଲୋକ ଖାଦ୍ୟ ପାଇବେ ନାହିଁ । ମହାଭାରତରେ କଳିଯୁଗର ଶେଷରେ ପ୍ରଳୟ ହେବାର କୁହାଯାଇଛି କିନ୍ତୁ ଏହା କୌଣସି ଜଳ ପ୍ରଳୟ ବା ପୃଥିବୀ ରେ ବଢୁଥିବା ତାପମାତ୍ରା ଦ୍ଵାରା ହେବ ବୋଲି କୁହାଯାଇଛି ।

ଯେତେବେଳେ ଭଗବାନ କଳକୀ ଙ୍କ ଅବତାର ହେବ ସେତେବେଳେ ସେହି ଭଗବାନ ପାପିମାନଙ୍କ ସଂହାର କରୀକି ପୁଣି ଥରେ ସତ୍ୟଯୁଗର ସ୍ଥାପନ କରିବେ । କଳିଯୁଗ ଏବଂ କଳିଯୁଗର ଅନ୍ତ ସମ୍ବନ୍ଧିତ ତଥ୍ୟ ଅନ୍ୟ ପୁରାଣ ରେ ମଧ୍ୟ ବର୍ଣ୍ଣନା କରାଯାଇଛି । କଳିଯୁଗ ଶେଷ ପରେ ୧୨ ବର୍ଷ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ ଯାହା ଦ୍ୱାରା ପୁରା ପୃଥିବୀ ଜଳମଗ୍ନ ହୋଇଯିବ ।

ବର୍ଷା ବନ୍ଦ ହେବାପରେ ଏକାଥରେ ୧୨ ଟି ସୂର୍ଯ୍ୟ ଉଦୟ ହେବ ଏବଂ ପୃଥିବୀ ସୁଖିବ ଏବଂ ପୁଣି ଥରେ ଜୀବ ଉପ୍ପତି ର ଆରମ୍ଭ ହେବ । ଏହି ପରି ପୁରାଣ ଶାସ୍ତ୍ର ବିଷୟରେ ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।