କାଶ୍ମୀରର ଏହି ଦୃଶ୍ୟ ଦେଖିଲେ ଆପଣ ବି ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ, ଯାହାକାଉ ନେଇ ଏବେ ପୁରା ଦେଶରେ ହେଉଛି ଚର୍ଚ୍ଚା…

ଏହି ଦୃଶ୍ୟ ହେଉଛି କାଶ୍ମୀରର ବଡଗାମ ଜିଲ୍ଲାର । ଏଥିରେ ଆପଣ ଦେଖି ପାରୁଥିବେ କି କିପରି ଗୋଟିଏ ଶବଯାତ୍ରାରେ ହଜାର ହଜାର ଲୋକ ଭିଡ ଜମାଇଛନ୍ତି । ଘଟଣାଟି ହେଉଛି ଏଠାରେ ହୋଇଥିବା ଏକ ଆତଙ୍କି ଆକ୍ରମଣରେ ଜଣେ ଏସପିଓ ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇ ଯାଇଥିଲା । ଆପଣଙ୍କୁ ମନେ ଥିବ କି ପୂର୍ବରୁ କାଶ୍ମୀରରେ ଯେବେ ଆତଙ୍କି ମରୁଥିଲେ ସେତେବେଳେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳୁଥିବା । କିନ୍ତୁ ଏବେ କାଶ୍ମୀର ବଦଳୁଛି ।

ଏବେ କାଶ୍ମୀର ଲୋକମାନେ ଆଉ ଆତଙ୍କିଙ୍କ ଶବଯାତ୍ରାରେ ନୁହେଁ ବରଂ ଦେଶ ପାଇଁ ସହିଦ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ଶବଯାତ୍ରାରେ ବାହାରିଛନ୍ତି । ଗତ ଶନିବାର ଦିନ ଆତଙ୍କବାଦୀ ମାନେ ଏସପିଓ ଇଶଫାକ ଅହମ୍ମଦଙ୍କୁ ତାଙ୍କ ଘରପାଖେ ଗୁଳି ମାରି ହତ୍ୟା କରି ଦେଇଥିଲେ । ଏହି ଆକ୍ରମଣରେ ଏସପିଓ ଙ୍କ ଭାଇ ଉମରଜାନଙ୍କୁ ବି ଗୁଳି ଲାଗିଥିଲା ଓ ତାଙ୍କୁ ହସ୍ପିଟାଲ ନେବା ବାଟରେ ସେ ମଧ୍ୟ ପ୍ରାଣ ହରାଇଥିଲେ ।

ଦୁଇ ଭାଇଙ୍କ ଶବକୁ ଅସମ୍ମାନର ସହ କବର ଦେବାକୁ ନିଆଯିବା ବେଳେ ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ହଜାର ହଜାର ଜନ ସାଧାରଣ ମଧ୍ୟ ଏକତ୍ର ହୋଇଥିଲେ ଓ ସେମାନଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ସେମାନଙ୍କ ଶବକୁ କବର ଦେବାକୁ ନେଇ ଯାଉଥିବା ବେଳେ ମହିଳାମାନେ ସେମାନଙ୍କ କଫିନ ଉପରେ ଫୁଲବର୍ଷା ମଧ୍ୟ କରିଥିଲେ । ଏହାପରେ ଉଭୟଙ୍କୁ ସେମାନଙ୍କ ପୈତୃକ କବର ସ୍ଥାନରେ କବର ଦିଆଯାଇଥିଲା ।

ଚିନାରକୋରର ପ୍ରମୁଖ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜି.ପି. ପାଣ୍ଡେ ଶହିଦ ଇଶଫାକ ଅହମ୍ମଦଙ୍କ ଘରକୁ ଯାଇ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଆତଙ୍କବାଦୀଙ୍କ ଏହିଭଳି ଆକ୍ରମଣ ପ୍ରତି ସ୍ଥାନୀୟ ଲୋକେ ନିଜର କ୍ରୋଧ ମଧ୍ୟ ଜତାଇଥିଲେ । ଏଥିରୁ ଆପଣ ସଫା ଦେଖି ପାରୁଥିବେ କି ଏବେ କାଶ୍ମୀର ଜନତା ଆତଙ୍କବାଦୀ ମାନଙ୍କ ନୁହେଁ ବରଂ କାଶ୍ମୀର ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପାଇଁ ଲୁହ ବୁହାଉଛନ୍ତି । ତିନି ଦଶକ ଧରି କାଶ୍ମୀରରେ ଚାଲି ଆସୁଥିବା ଆତଙ୍କବାଦରେ ବିପୁଳ ସଂଖ୍ଯାରେ ଯୁବାମାନେ ନିଜ ପ୍ରାଣ ହରାଇ ଆସିଛନ୍ତି ।

ପାକିସ୍ତାନ ଓ ଆଇଏସଆଇ ର କଥାରେ ପଡି ଅନେକ ଯୁବା ଆତଙ୍କବାଦର ରାସ୍ତା ବାଛି ନେଇଥିଲେ ଓ ପରେ ସେମାନଙ୍କ ଜୀବନ ମଧ୍ୟ ଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଯୁବା ଠିକ ରାସ୍ତା ବି ବାଛିଥିଲେ । ଆଉ ସେଥିପାଇଁ କାଶ୍ମୀରକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ବର୍ଦି ବି ପିନ୍ଧିଥିଲେ ।

କିନ୍ତୁ ପୂର୍ବରୁ ଆତଙ୍କବାଦୀଙ୍କ ଶବଯାତ୍ରାରେ ଯେଉଁ କୋଳାହଳ ଦେଖିବାକୁ ମିଳୁଥିଲା ଏବେ କାଶ୍ମୀର ପାଇଁ କାର୍ଯ୍ୟ କରୁଥିବା ବୀର ଯବାନଙ୍କ ଶବଯାତ୍ରାରେ ତାହା ଦେଖିବାକୁ ମିଳୁଛି । ଏଥିରୁ ଜଣାପଡୁଛି କି କାଶ୍ମୀର ବଦଳୁଛି ଆଉ ବଡଗାମର ଏହି ଘଟଣା ଏହାର ଏକ ଜ୍ଵଳନ୍ତ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।