କଏନ ପାଇଁ ଆପଣଙ୍କୁ ଭୋଗିବାକୁ ପଡିପାରେ ଜେଲ ଦଣ୍ଡ, ପଢନ୍ତୁ RBIର କଏନ ଗାଇଡଲାଇନ

ବଜାରରେ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ଅବା ଗାଁ ସବୁଠି କଏନ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ କଏନ କେହି ନ ନେବାରୁ ଅଧିକ ପ୍ରଭାବିତ ହେଉଛନ୍ତି ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ବ୍ଯାଙ୍କ କର୍ତ୍ତୁପକ୍ଷ ଏ ନେଇ ବାରମ୍ବାର ସ୍ପଷ୍ଟିକରଣ ରଖିଛନ୍ତି । ବ୍ଯାଙ୍କ ର କହିବା କଥା କଏନ ଅଚଳ ଏକ ଗୁଜବ । ଏହାକୁ ବିଶ୍ଵାସ ନ କରି ସମସ୍ତେ କଏନ ଗ୍ରହଣ କରନ୍ତୁ ।

ନଚେତ ଆଇନଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣଙ୍କ ଜାଣିବା ନିମନ୍ତେ ଆମେ କହି ରଖୁଚୁ କି ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରି ଦିଅନ୍ତି ତେବେ ଏ ନେଇ ଆପଣ ପୋଲିସ ରେ ଅଭିଯୋଗ କରି ପାରିବେ । ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କୁ 7 ବର୍ଷ କାଳ ଜେଲ ଦଣ୍ଡ ମିଳିପାରେ ।

ଏ ନେଇ RBI ସତର୍କ କରି କହିଛି କି ବଜାରରେ ଉପଲବ୍ଧ ଥିବା କୌଣସି ବି କଏନ ଅବୈଧ ନୁହେଁ । ଲୋକଙ୍କ ସମସ୍ୟାକୁ ନଜରରେ ରଖି ଖୁଚୁରା ତଥା କଏନ ପଇସାକୁ ନେଇ RBI ପକ୍ଷରୁ ବାରମ୍ବାର ସ୍ପଷ୍ଟିକରଣ ଦେବା ସହ ବଜାରରେ ଉପଲବ୍ଧ ଥିବା କୌଣସି ବି କଏନ ଅଚଳ ନୁହେଁ ବୋଲି କହିଛନ୍ତି ।

RBI ର ଗାଇଡଲାଇନ ଅନୁସାରେ ଯେଉଁ ସବୁ କଏନ ଜାରି କରା ଯାଇଛି ତାହା ରିଜର୍ଭ ବ୍ଯାଙ୍କ ନିୟମ ଆଧାରରେ ହିଁ ଜାରି କରା ଯାଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି ବା ବ୍ଯାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରନ୍ତି ତେବେ ତାର ସୂଚନା ପୋଲିସ କୁ ଦେବା ଉଚିତ ।

କାରଣ ଏଭଳି କରିବା ଅପରାଧ । ଗତ କେଇ ମାସ ହେବ ଛୋଟ 1 ଟଙ୍କିଆ କଏନ, 2 ଟଙ୍କିଆ, 5 ଟଙ୍କିଆ ଓ 10 ଟଙ୍କିଆ ଅଚଳ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଏହା ସଂପୂର୍ଣ୍ଣ ଏକ ଗୁଜବ ଓ ଏଥିପାଇଁ ଆପଣମାନେ ସଚେତନ ହେବା ଉଚିତ ।

ଦେଶର ନୂଆ କଞ୍ଜ୍ଯୁମର ପ୍ରୋଟେକ୍ସନ ଆକ୍ଟ 2019 ଲାଗୁ ହେବା ପରେ ଏଣିକି ଖୁଚୁରା ଟଙ୍କା ବଦଳରେ ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ଦେଲେ କଞ୍ଜ୍ଯୁମର ଫୋରମ ଦ୍ଵାରସ୍ଥ ହୋଇ ପାରିବେ ଗ୍ରାହକ । ଗ୍ରାହକଙ୍କ ଅଭିଯୋଗର ମାସକ ଭିତରେ ସମ୍ପୃକ୍ତ ବ୍ୟକ୍ତି ବିରିଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅଭିଯୋଗ ଆପଣ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ୱେବସାଇଟ jagograhakjago.gov.in ଓ consumerhelpline.gov.in ର ଟୋଲ ଫ୍ରୀ ନମ୍ବର 1800-11-4000 ଓ 14404 ରେ କଲ କରି ଜଣାଇ ପାରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।