ଝିଟିପିଟି କେଉଁ ଜାଗାରେ ପଡିଲେ ସମ୍ପତ୍ତି ପ୍ରାପ୍ତିର ସଙ୍କେତ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

କେଉଁ କାର୍ଯ୍ୟ କଲେ କେଉଁ ଲାଭ ହୋଇଥାଏ ବା କେଉଁ ସଙ୍କେତ ମିଳିଥାଏ ଆସନ୍ତୁ ଜାଣିବା ଏନେଇ ଶାସ୍ତ୍ର କଣ କୁହେ । ଘର ସମୁଖରେ ମୁରୁଜରେ ଲକ୍ଷ୍ମୀ ପାଦ ପକାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘର ଉପରେ ଦୁଷ୍ଟ ଆତ୍ମାର ଦୃଷ୍ଟି ପଡି ନଥାଏ । ଠାକୁର ଘର ଆଖପାଖରେ ଔଷଧ ରଖିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଶୋଇବା ଘର ଖଟତଳେ କେବେ ଲୁଣ, ତେଲ, ଝାଡୁ ଓ ଜୋଟା ଆଦି ରଖିବା ଉଚିତ ନୁହେଁ, ଏହାଦ୍ବାରା ମାନସିକ ଅଶାନ୍ତି ଦେଖା ଦେଇଥାଏ ଏବଂ ଦୁର୍ଭାଗ୍ୟ ଆସିଥାଏ ।

 

ଘରର ମୁଖ୍ୟଦ୍ଵାର ଆଗରେ ଲାଲ ରିବନ ବାନ୍ଧିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ ଏବଂ ଐଶ୍ଵର୍ଯ୍ୟ ଓ ବୈଭବ ପ୍ରାପ୍ତ ହୋଇଥାଏ । ଘରେ ଝିଅ ବାହାଘର ବିଳମ୍ବ ହେଉଥିଲେ ହଳଦିଆ ରଙ୍ଗର ବେଡସିଟ୍ ପକାଇ ଶୋଇବା ଦ୍ଵାରା ବିବାହ ଶୀଘ୍ର ହୋଇଥାଏ । ଘରେ ପଇସା ଅଭାବ ଦେଖା ଦେଉଥିଲେ ପଇସା ରଖିବା ଘରକୁ ଲାଲ ଓ ହଳଦିଆ ରଙ୍ଗ କରିବା ଶୁଭପ୍ରଦ ହୋଇଥାଏ । ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯିବାବେଳେ ନାଲି ରଙ୍ଗର ରୁମାଲ ପାଖରେ ରଖିବା ଶୁଭପ୍ରଦ ହେବାସହ ସଫଳତା ମିଳିବାର ସମ୍ଭାବନା ଅଧିକ ବଢିଯାଏ ।

ଧାର କରଜ କରିଥିଲେ ମଙ୍ଗଳବାର ଦିନ କରଜ ଶୁଝିବା ମଙ୍ଗଳକାରୀ ହୋଇଥାଏ ଏବଂ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ । ଘରର ଦକ୍ଷିଣ ଦିଗରେ ପାଣି ଟ୍ୟାପ, କୂଅ କିମ୍ବା ପାଣିଟାଙ୍କି ରଖିବା ଉଚିତ ନୁହେଁ, ଏହାଦ୍ବାରା ଧାର କରଜ ବୃଦ୍ଧି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ।

ଘରର ଉତ୍ତର-ପୂର୍ବ ପାର୍ଶ୍ଵ ଦକ୍ଷିଣ-ପଶ୍ଚିମ ପାର୍ଶ୍ଵ ଅପେକ୍ଷା ନୀଚା ରହିବା ଉଚିତ, ଏହା ଶୁଭପ୍ରଦ ହୋଇଥାଏ ଏବଂ ଧନ ସମ୍ପତ୍ତି ବୃଦ୍ଧି କରିଥାଏ । ଘରେ ଦର୍ପଣ ଲଗାଉଥିଲେ ଉତ୍ତର କିମ୍ବା ପୂର୍ବ ଦିଗ କାନ୍ଥରେ ଲଗାଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ ନଚେତ କ୍ଷତିକାରକ ହୋଇଥାଏ । ଘରର ଉତ୍ତର-ପୂର୍ବ ଦିଗରେ କେବେବି ଭାରି ଜିନିଷ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ପିଲାଙ୍କ ମାନସିକ ଚାପ ସୃଷ୍ଟି କରିଥାଏ ।

ଜ୍ଞାନ ପ୍ରାପ୍ତି ପାଇଁ ଇଚ୍ଛା କରୁଥିବା ବ୍ୟକ୍ତି ପୂର୍ବକୁ ମୁଣ୍ଡ କରି ଶୋଇବା ଉଚିତ ଓ ଧନ ପ୍ରାପ୍ତି ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତିମାନେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ପିଲାଙ୍କ ପଢିବା ଟେବୁଲ ଉପରେ ଗୋଟିଏ ପୀରାମିଡ ରଖିବା ଦ୍ଵାରା ମଙ୍ଗଳକାରୀ ହେବାସହ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

ଘରର ଐଶ୍ଵନ୍ୟ କୋଣରେ ପିଲାଙ୍କ ପାଇଁ ପଢିବା ଘର କରିବା ଉଚିତ। ଏହା ଶୁଭପ୍ରଦ ହେବାସହ ପିଲାଙ୍କ ଜ୍ଞାନ ବୃଦ୍ଧି କରିଥାଏ । ଘରର ମୁଖ୍ୟଦ୍ଵାର ମଧ୍ୟଭାଗରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘର ପ୍ରତି ଆସୁଥିବା ବିପଦ ଦୂର ହୋଇଥାଏ । ମସ୍ତକରେ ଶ୍ରଦ୍ଧାର ସହ ତିଳକ ଧାରଣ କରିବା ଉଚିତ, କାରଣ ଏହାଦ୍ବାରା ଜପ, ଯଜ୍ଞ, ତପସ୍ୟା, ଦାନ ଏବଂ ଦେବପୂଜାର ସୁଫଳ ମିଳିଥାଏ ।

ଜଙ୍ଘରେ ଝିଟିପିଟି ପଡିବା ଅର୍ଥ କ୍ଷୟ ହେବାର ସଙ୍କେତ ହୋଇଥାଏ ଏବଂ ପାଦରେ ପଡିବା ଦ୍ଵାରା ଦେଶ ଭ୍ରମଣର ସଙ୍କେତ ମିଳିଥାଏ । କଣ୍ଠରେ ଝିଟିପିଟି ପଡିବା ଦ୍ଵାରା ବହୁ ଅର୍ଥ ଆଗମନର ସଙ୍କେତ ଦେଇଥାଏ ଏବଂ ପିଠିରେ ପଡିବା ଦ୍ଵାରା ଭୂସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।