ଝିଅ ହେବ ତ ଏମିତି ! ପୁଅ ଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି ଝିଅ, ପ୍ରମାଣ କରି ଦେଖାଇଛନ୍ତି ଏହି ଝିଅ, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ଦୃଢ ଇଚ୍ଛା ଶକ୍ତି ଆଗରେ ଯେ ସବୁକିଛି ସମ୍ଭବ ଏହା ପ୍ରମାଣ କରି ଦେଖାଇଛନ୍ତି ଏହି ଦୁଇ ଭଉଣୀ । ମହିଳା ମାନେ ବଡ ବଡ ଗାଡି ଚଳାଉଛନ୍ତି । ତାଙ୍କର ଯେ ଯୋଶ ଦେଖି ଲାଗୁଛି, ଯାହା ଠାରେ କରିବାକୁ ଠାଣି ନେବେ ମାନେ ତାକୁ କରିକି ହିଁ ଦେଖାଇବେ । ଏମିତି ତ ଆପଣମାନେ ଅନେକ ମହିଳାଙ୍କୁ ଦେଖିଥିବେ ଓ ତାଙ୍କ କଥା ଶୁଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଏପରି ଦୁଇ ଭଉଣୀଙ୍କ ବିଷୟରେ କହିବୁ ଯାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଅଟେ ।

ମହିଳା ମାନେ ପୁରୁଷଙ୍କ ଠାରୁ କେଉଁ ଗୁଣରେ କମ୍ ନୁହନ୍ତି, ଏହା ପ୍ରମାଣ କରି ଦେଖାଇଛନ୍ତି ଯାଜପୁରର ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭଦର୍ଶିନୀ ଜେନା । ପାରିବାରିକ ଆର୍ଥିକ ସୁରାବସ୍ଥା ଯୋଗୁଁ କୌଣସି ଧ-ନ୍ଦା-ମୂ-ଳକ ଶିକ୍ଷା ଗ୍ରହଣ କରିପାରି ନଥିଲେ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିସହିତ ଛତିଆ ଠାରେ ଥିବା ଭାରୀ ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି ଏହି ଦୁଇ ଭଉଣୀ ।

ଯେତେବେଳେ ମହିଳା ମାନେ ନିଜକୁ ଦୁର୍ବଳ ମନେ କରି ପାଠପଢା ପରେ ଘରେ ରହି ରୋଷେଇ କରନ୍ତି ସେତେବେଳେ ଏହି ଦୁଇ ଭଉଣୀ ବସ୍, ଟକ ଓ ଟ୍ରଲର ଭଳି ଟନ୍ ଟନ୍ ଓଜନର ଗାଡି ଚଲାଉଛନ୍ତି ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରିବେ । ଏଠାରୁ ତାଲିମ ନେବା ପରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କୁ ସ୍ଵତନ୍ତ୍ର ସୁବିଧା ମିଳିବା ନେଇ ଆଶା ରଖିଛନ୍ତି । ଭାରୀ ଯାନ ଚଳାଇବା କ୍ଷେତ୍ରରେ ଏହି ଦୁଇ ଭଉଣୀଙ୍କ ସଫଳତା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଯାଜପୁର ଜିଲ୍ଲାର ଛତିଆ ଠାରେ ରାଜ୍ୟ ପରିବହନ ବିଭାଗ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଭାରତର ସର୍ବ ବୃହତ ଡ୍ରାଇଭିଂ ସେଣ୍ଟର । ଏଠାରେ ମହିଳା ମାନଙ୍କୁ ମଧ୍ୟ ଭାରୀ ଯାନ ଚଳାଇବାକୁ ମାଗଣା ତାଲିମ ଦିଆଯାଉଛି । ଏହି ଦୁଇ ଭଉଣୀଙ୍କ ଆର୍ଥିକ ଅବସ୍ଥା ସତେ ସ୍ବଚ୍ଛଳ ନଥିବାରୁ ସେମାନେ ଚାକିରି ଉଦ୍ଦେଶ୍ୟରେ ଏହି ଶିକ୍ଷା ଗ୍ରହଣ କରିଛନ୍ତି ।

ବଡ ଭଉଣୀ ତାଙ୍କ ତାଲିମ ଶେଷ କରିଥିବା ବେଳେ ସାନ ଭଉଣୀ ଏବେ ମଧ୍ୟ ତାଲିମ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।