କେରଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଗୁରୁବାର ଦିନ ପୂର୍ବ ISRO ବୈଜ୍ଞାନିକ ଏସ ନାମ୍ବୀ ନାରାୟଣନଙ୍କୁ ୧.୩ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଞ୍ଜୁରୀ ଦେଲେ । ଏହି ନିଷ୍ପତି ନାରାୟଣନଙ୍କ ଦ୍ଵାରା ତିରୁଵନଂତପୁରମ ସବ କୋର୍ଟରେ ତାଙ୍କର ଆଇନ ଅମାନ୍ୟ ଗିରଫ୍ ବିରୁଦ୍ଧରେ ମାମଲା ରୁଜୁ କରାଯିବା ପରେ ଆସିଛି । ବର୍ଷ ୧୯୯୪ରେ ତିରୁଵନଂତପୁରମରେ ଏକ ମାଲଦୀବ ର ରାଷ୍ଟ୍ରୀୟ ନାଗରିକ ଗିରଫ୍ ହେବା ପରେ, ଇସରୋ ଦ୍ଵାରା ନିର୍ମିତ ଇସରୋ ରକେଟ ଇଞ୍ଜିନଗୁଡିକର ଗୁପ୍ତ ଚିତ୍ର ପାକିସ୍ତାନକୁ ବିକ୍ରି କରିବା ସନ୍ଦେହରେ ISROରେ କ୍ରାୟୋଜେନିକ ପରିଯୋଜନା ନିର୍ଦ୍ଦେଶକ ନମ୍ବୀ ନାରାୟଣନଙ୍କୁ କେରଲର ପୋଲିସ ଗିରଫ୍ କରିଥିଲା ।
ନାରାୟଣନ ଆରୋପ ଲଗାଇଥିଲେ କି ୫୦ ଦିନର ଜେଲରେ ତାଙ୍କୁ କେବଳ ଯନ୍ତ୍ରଣା ଦିଆ ଯାଇଛି । ଏହା ଛଡା ତାଙ୍କୁ ଭୁଲ ବୟାନ ଦେବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି । କିନ୍ତୁ ପୁରା କାହାଣୀରେ ଟ୍ୱିସ୍ଟ ଆସିଲା ୧୯୯୬ରେ । ସିବିଆଇ ଏପ୍ରିଲ ୧୯୯୬ରେ ଚିଫ ଜୁଡିଶଲ ମାଜିସ୍ଟ୍ରେଟକୁ କହିଲେ କି ଏହି ପୁରା ମାମଲା ଫର୍ଜି ଅଟେ, ଯାହା ବି ଆରୋପ ଲଗା ଯାଇଛି, ତା’ର କୌଣସି ବି ପ୍ରାମାଣ ମିଳିନାହିଁ ।
ଏହା ପରେ କୋର୍ଟ ସେତେବେଳେ ଚର୍ଚିତ ଇସରୋ ଜାସୁଶୀ କେସରେ ଗିରଫ୍ କରାଯାଇଥିବା ସମସ୍ତ ଆରୋପୀମାନଙ୍କୁ ଛାଡି ଦିଆଯାଇଥିଲା । ନାରାୟଣନ ପାଖାପାଖି ୨ ମାସ ଜେଲରେ ବିତାଇ ଥିଲେ, ଯେତେବେଳେ ସିବିଆଇ ନିଜର ଯାଞ୍ଚରେ ପରିଣାମ ବାହାର କରିଲେ କି ଇସରୋ ଜାସୁଶୀ ମାମଲାରେ ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଆରୋପ ମିଥ୍ୟା ଥିଲା ।
କିନ୍ତୁ ତାଙ୍କୁ ଏହି ନିଷ୍ପତିରେ ସନ୍ତୁଷ୍ଟି ନ ଥିଲା, ସେ କେରଳ ଉଚ୍ଚ ନ୍ୟାୟଳୟର ନିଷ୍ପତିକୁ ଚ୍ୟାଲେଞ୍ଜ ଦେଉଥିବା ଶୀର୍ଷ ଅଦାଲତକୁ ଗଲେ, ଯେଉଁଥିରେ ପୂର୍ବ ଡ଼ିଜିପି ସିବୀ ମୈଥ୍ଯୂଜ ଓ ଦୁଇଟି ସେବାନିବୃତ୍ତ ପୋଲିସ ଅଧୀକ୍ଷକ କେକେ ଜୋଶୁଆ ଓ ଏସ ବିଜୟନଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦିଆ ଯାଇ ନ ଥିଲା, ଯାହାଙ୍କୁ ପରେ ସିବିଆଇ ନାରାୟଣନଙ୍କର ଅବୈଧ ଗିରଫ୍ ପାଇଁ ଦାୟି ବୋଲି କହିଥିଲେ ।
୨୦୧୮ରେ ଶୀର୍ଷ ଅଦାଲତ ପୂର୍ବ ନାରାୟଣନଙ୍କ ଗିରଫ୍ ଅଟକାଇ ଦେଲେ ଓ ତାଙ୍କୁ ୧୯୯୪ରେ ଜାସୁଶୀ ମାମଲା ସମ୍ବନ୍ଧରେ “ଅନାବଶ୍ୟକ ରୂପରେ ପ୍ରତାଡିତ କରିବା ଓ ମାନସିକ କ୍ରୁରତା ଅଧୀନ”ରେ ଜେଲରେ ରଖା ଯାଇଥିଲା । ଯାହାକୁ ଇସରୋ ଜାସୁଶୀ ମାମଲା ରୂପରେ ଜଣା ଯାଉଥିଲା । ଇସରୋର ପୂର୍ବ ବୈଜ୍ଞାନିକ ନାରାୟଣନଙ୍କୁ ଏହି ବର୍ଷ ପଦ୍ମ ଭୂଷଣ ଦ୍ଵାରା ସମ୍ମାନିତ କରାଯାଇଥିଲା, ଯେଉଁଥିରେ ସେ କହିଲେ କି “ପୁରସ୍କାର ତାଙ୍କୁ ଏହା ଅନୁଭବ କରାଇ ଦେଲା କି ତାଙ୍କର ଯୋଗଦାନକୁ ଶେଷରେ ସ୍ଵୀକାର କରାଗଲା ।‘