ଜେରା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ଅଭିଯୁକ୍ତ Sharmistha Rout, କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡକୁ ନେଇ ଏଭଳି ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ

ଶର୍ମିଷ୍ଠା ଗିରଫ ହେବା ପରେ ସତ ଆଦାୟ ପାଇଁ ପ୍ରୟାସ ଜାରି ରହିଛି । କ୍ୟାମେରାମ୍ୟାନ ମାସ ସ୍ଵାଇଁ ହତ୍ୟାର ଗୋଟି ଗୋଟି କଥା ଶର୍ମିଷ୍ଠାଙ୍କ ମୁହଁରୁ ବାହାର କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଠାରୁ ଶର୍ମିଷ୍ଠାଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ସକାଳେ ସେମାନଙ୍କୁ ଚାନ୍ଦବାଲିରୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣା ଯାଇଥିଲା । ପ୍ରଥମେ ଶର୍ମିଷ୍ଠାଙ୍କ ପାଳି ପଡିଥିଲା । ତାଙ୍କୁ ମାରାଥନ ଜେରା କରାଯିବା ସହ ପ୍ରଶ୍ନ ପରେ ପ୍ରଶ୍ନ ପଚରା ଯାଇଥିଲା ।

ସେ କାହିଁକି ମାନସକୁ ହତ୍ୟା କଲେ ? ମେମୋରୀ ଚିପ୍ ରେ କଣ ଥିଲା ? କୁଆଡେ ଗଲା ସେହି ମେମୋରୀ ଚିପ୍ ? ଆଶ୍ରମ କେୟାର ଟେକର ପାଇଥିବା ମାନସଙ୍କ ଚିଠି କୁଆଡେ ଗଲା ? କ୍ରାଇମବ୍ରାଞ୍ଚ ଆଗରେ ଏସବୁ ପ୍ରଶ୍ନର ସତ ବଖାଣିଛନ୍ତି ଶର୍ମିଷ୍ଠା । ଝାଳ ବୁହା ଜେରା ବେଳେ ସେ ଭୋ ଭୋ ହୋଇ କାନ୍ଦି ପକାଇଲେ । ଚାରି ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା କରାଯାଇଛି । ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ବି ଜେରା ବେଳେ କାନ୍ଦି ପକାଇଥିଲେ ।

ତଦନ୍ତକାରୀ ଟିମ୍ ଆଗରେ ସେମାନେ ସଫା ସଫା ସତ ମାନିଥିଲେ । କାରଣ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ସାଉଁଟୁଛି । ଅଭିଯୁକ୍ତଙ୍କ କଲ୍ ରେକର୍ଡ କ୍ରାଇମବ୍ରାଞ୍ଚକୁ ମିଳିଛି । ଅପହରଣ ଦିନ ଶର୍ମିଷ୍ଠାଙ୍କ ମୋବାଇଲ ଲୋକେସନ ଚାନ୍ଦବାଲିରୁ ଟ୍ରେସ ହୋଇଛି । ନିରଞ୍ଜନ ଶେଠୀଙ୍କୁ ବି ଗୁଡେଇ ଟୁଡେଇ ଜେରା କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ମାନସ ସ୍ଵାଇଁ ହତ୍ୟାର ପର୍ଦା ଧୀରେ ଧୀରେ ଉଠିବାରେ ଲାଗିଛି ।

ମାନସଙ୍କୁ ଆଣି ଭୁବନେଶ୍ବର ଦୟାଲ ଆଶ୍ରମରେ ରଖା ଯାଇଥିଲା । ସେଦିନ ଆଶ୍ରମରେ ନିରଞ୍ଜନ ଥିବା ନେଇ ତାଙ୍କ ମୋବାଇଲ ଲୋକେସନ ଟ୍ରେସ ହୋଇଛି । ତାଙ୍କୁ ମଧ୍ୟ ଶର୍ମିଷ୍ଠାଙ୍କୁ ପଚରା ଯାଇଥିବା ସମାନ ପ୍ରଶ୍ନବାଣ କରା ଯାଇଥିଲା । ଏହାସହ ଶର୍ମିଷ୍ଠାଙ୍କ ସହ ତାଙ୍କର ସମ୍ପର୍କ କଣ ? କେବେ ଠାରୁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି ? ମାନସଙ୍କୁ ହତ୍ୟା ଷଡଯନ୍ତ୍ରରେ ତାଙ୍କ ସମ୍ପୃକ୍ତି କଣ ? ସେହିପରି ରଞ୍ଜନ ନାୟକଙ୍କୁ ବି ମାରାଥନ ଜେରା କରିଛି କ୍ରାଇମ ବ୍ରାଞ୍ଚ ।

ଦୁଇଦିନ ପୂର୍ବେ କଲିକତାରୁ ବସ୍ ଯୋଗେ ଭୁବନେଶ୍ଵର ଫେରିବା ବେଳେ ଭଦ୍ରକରୁ ଧରା ପଡିଥିଲେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । ବେଶ କିଛିଦିନ ହେଲା ପୋଲିସକୁ ଚକମା ଦେଇ ରାଜ୍ୟ ବାହାରେ ବୁଲୁଥିଲେ । ତାଙ୍କ ଏଟିଏମ ଟ୍ରାନ୍ସାକ୍ସନ ତାଙ୍କୁ ପୋଲିସ ହାତରେ ଧରାଇ ଦେଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।